PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ଆଜି ୩ ସହରରେ ତାପମାତ୍ରା ୪୦ଡ଼ିଗ୍ରୀ ଟପିଲା

ଭୁବନେଶ୍ୱର – ଏବେଠୁ ଅସହ୍ୟ ହେଲାଣି ତାତି । ଦିନକୁ ଦିନ ତାପମାତ୍ରାରେ ବୃଦ୍ଧି ହେବାର ଦେଖିବାକୁ ମିଳିଲାଣି । ଏହି କ୍ରମରେ ଆଜି ୩ଟି ସହରରେ ମୁଖ୍ୟତଃ ତାପମାତ୍ରାରେ ବୃଦ୍ଧି ଘଟିଛି ।

ସୂଚନା ମୁତାବକ , ଅନୁଗୁଳରେ ତାପମାତ୍ରା ୪୦.୧ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ  ଭୁବନେଶ୍ୱର ଓ ବୌଦ୍ଧରେ ତାପମାତ୍ରା ୪୦ ଡ଼ିଗ୍ରୀ ରହିଛି । ଏହାସହ ବାରିପଦାରେ ୩୯.୪ ଡ଼ିଗ୍ରୀ ଓ କଟକରେ ଆଜିର ତାପମାତ୍ରା ରହିଛି ୩୯.୩ ଡ଼ିଗ୍ରୀ ।