୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ, ସୋନପୁରରେ ସର୍ବାଧିକ

ଭୁବନେଶ୍ୱର ୩୦/୪: ଗୋଟେ ପଟେ ବାତ୍ୟା ‘ଫୋନି’ ମାଡିଆସୁଛି, ତ ଅନ୍ଯପଟେ ପ୍ରଚଣ୍ଡ ଖରାରେ ସିଝୁଛି ଓଡିଶା । ଆଜି ମଧ୍ଯ ୧୧ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ସୋନପୁରରେ ସର୍ବୋଚ୍ଚ ତାପମାତ୍ରା ୪୨.୪ ଡିଗ୍ରୀ ରହିଛି । ତାଳଚେର ୪୧.୭ ଡିଗ୍ରୀ, ଭବାନୀପାଟଣା ୪୧.୫ ଡିଗ୍ରୀ, ଝାରସୁଗୁଡା ଓ ସମ୍ବଲପୁରରେ ତାପମାତ୍ରା ୪୧.୬ ଡିଗ୍ରୀ, ଟିଟିଲାଗଡ ଓ ମାଲକାନଗିରିରେ ୪୧.୫ ଡିଗ୍ରୀ ତାପମାତ୍ରା ରହିଛି । ରାଜଧାନୀ ଭୁବନେଶ୍ୱର ୩୮.୮ ଡିଗ୍ରୀ  ଓ କଟକରେ ମଙ୍ଗଳବାର ୩୭.୮ ଡିଗ୍ରୀ ତାପମାତ୍ରା ରହିଥିଲା । ତେବେ ଦେଖନ୍ତୁ ତାଲିକା…