ଗତ ୫ ବର୍ଷରେ ସବୁଠାରୁ ଅଧିକ ଗରମ ହୋଇଛି ପୃଥିବୀ, ୨୦୧୧-୧୫ ତୁଳନାରେ ତାପମାତ୍ରା ୦.୨ ଡିଗ୍ରୀ ବଢିଲା

ନ୍ୟୁୟର୍କ ୨୩/୯: ପୃଥିବୀର ତାପମାତ୍ରା ଦିନକୁ ଦିନ ବଢିବାରେ ଲାଗିଛି  । ଆମେରିକାର ଏକ ରିପୋର୍ଟରେ କୁହାଯାଇଛି ଯେ ୨୦୧୫-୨୦୧୯ ମଧ୍ୟରେ ବିଶ୍ୱର ହାରାହାରି ତାପମାତ୍ରା ୨୦୧୧-୧୫ ତୁଳନାରେ ୦.୨ ଡିଗ୍ରୀ ସେଲସିୟସ ଅଧିକ ହୋଇଯାଇଛି ।

‘ୟୁନାଇଟେଡ୍ ଇନ୍ ସାଇନ୍ସ’ ନାମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ବର୍ତ୍ତମାନ ବୈଶିକ ତାପମାତ୍ରା ପୂର୍ବ ଔଦ୍ୟୋଗିକ କାଳ(୧୮୫୦-୧୯୦୦) ତୁଳନାରେ ୧.୧ ଡିଗ୍ରୀ ସେଲସିୟସ ବଢିଯାଇଛି ଏବଂ ୨୦୧୫-୧୯ରେ ତାପମାତ୍ରା ୦.୨ ଡିଗ୍ରୀ ସେଲସିୟସ ହୋଇଯାଇଛି । ଏହା ବ୍ୟତୀତ ଗତ ୪୦ ବର୍ଷ ସମୟରେ ଆର୍କଟିକରେ ବରଫ ପ୍ରତି ଦଶକ ୧୨ ପ୍ରତିଶତ ହାରରେ ତରଳୁଛି ଏବଂ ୨୦୧୫-୧୯ ମଧ୍ୟରେ ଏହା ବୃଦ୍ଧି ପାଇଛି ।

କାର୍ବନ ଡାଇଅକ୍ସାଇଡରେ ୨୦୧୮ରେ ୨ ପ୍ରତିଶତ ବୃଦ୍ଧି
ରିପୋର୍ଟ ଅନୁସାରେ ଆଣ୍ଟର୍କଟିକାରେ ବରଫ ଆସ୍ତରଣ ୧୯୭୯  ଓ ୨୦୧୭ ମଧ୍ୟରେ ସବୁଠାରୁ ଅଧିକ ବେଗରେ ତରଳିଛି । ଅନ୍ଯପଟେ ୨୦୧୫-୧୯ ମଧ୍ୟରେ ଗ୍ଲାସିୟରରେ ଗତ ଅନ୍ଯ ୫ ବର୍ଷ ତୁଳନାରେ ସବୁଠାରୁ ଅଧିକ ବେଗରେ ହ୍ରାସ ପାଇଛି । କାର୍ବନ ଡାଇଅକ୍ସାଇଡରେ ହ୍ରାସ ନଜର ଆସିବା ଫଳରେ ୨୦୧୮ରେ ଏହା ୨% ବଢିଯାଇଛି । ଏହା ୩୭ ବିଲିୟନ ଟନର ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଯାଇଛି ।  

   ସମ୍ବନ୍ଧିତ ଖବର


ଏଥର ପୂଜା ପେଣ୍ଡାଲ ହେବ ‘ନୋ ଏଣ୍ଟ୍ରି ଜୋନ୍‌’, କେବଳ ଆୟୋଜକଙ୍କୁ ପ୍ରବେଶକୁ ଅନୁମତି ଦେଲେ କୋର୍ଟ

ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା