ଆଜି ବି ଭୀଷଣ ତାତି; ୪୦ ଡେଇଁଲା ୧୧ ସହର

ଭୁବନେଶ୍ୱର,୧୪ା୪(ବ୍ୟୁରୋ): ଟିଟିଲାଗଡ଼ ତାପମାତ୍ରା ୪୩.୫ ଡିଗ୍ରୀ ସେଲସିୟସ୍ । ଅନୁଗୁଳ ୪୨.୭ ଡିଗ୍ରୀ । ବଲାଙ୍ଗିର ୪୨.୫ ଓ ତାଳଚେର ୪୨.୩ ଡିଗ୍ରୀ ସେଲସିୟସ୍ । ରାଜଧାନୀ ଭୁବନେଶ୍ୱର ୪୦ ଡିଗ୍ରୀ ଡେଇଁଛି । ଆଭ୍ୟନ୍ତରୀଣରୁ ନେଇ ଉପକୂଳ ଅଞ୍ଚଳ ପର୍ଯ୍ୟନ୍ତ, ଅଧା ଓଡ଼ିଶା ଆଜି ଟକଟକ ହୋଇ ଫୁଟୁଥିଲା ଗ୍ରୀଷ୍ମ ପ୍ରବାହରେ ।
ପାଣିପାଗ ପୂର୍ବର୍ାନୁମାନ-ସୋମବାର ବି ନିସ୍ତାର ନାହିଁ ତାତିରୁ । ପ୍ରାୟ ସବୁଠି ଆଜି ଭଳି ଭୀଷଣ ଗରମ ଛଟପଟ କରିବ ।
ଆଶ୍ୱସ୍ତିର ଖବର ହେଲା, ମଙ୍ଗଳବାରଠାରୁ ଗରମ ପ୍ରକୋପ କିଛି ମାତ୍ରାରେ କମିପାରେ । ପଶ୍ଚିମା ବାୟୁ ପ୍ରବାହ ଯୋଗୁ କାଳବୈଶାଖୀ ବଢ଼ିବ । ୧୬ରେ ଆଭ୍ୟନ୍ତରୀଣ ଓଡ଼ିଶାରେ ଓ ୧୭ରେ ଉପକୂଳ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ଅଛି । ଏହା ତାତି ପ୍ରକୋପକୁ ଖସାଇବ ।
ଆଜି ଦିନ ତମାମ ନିର୍ଘାତ୍ ଖରା ନାକେଦମ୍ କରିଥିଲା । ପଣା ସଂକ୍ରାନ୍ତି ଏବଂ ଓଡ଼ିଆ ନବବର୍ଷରେ ଗରମ ଆହୁରି ବଢ଼ିଥିଲା । ରାଜ୍ୟର ୧୧ଟି ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିଲା । ଆଭ୍ୟନ୍ତରୀଣରୁ ନେଇ ଉପକୂଳ ଓଡ଼ିଶା ପର୍ଯ୍ୟନ୍ତ ସବୁଠି ଭୀଷଣ ଗରମ ଅନୁଭୂତ ହୋଇଥିଲା । ଦିନ ୧୧ଟା ପରେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଥିଲା ।
ଅନ୍ୟ ସହର ଭିତରେ ଝାରସୁଗୁଡ଼ା ତାପମାତ୍ରା ୪୧.୮, ସୋନପୁର ୪୧.୪, ସମ୍ବଲପୁର ୪୧.୧, ଭବାନୀପାଟଣା ୪୧, ହୀରାକୁଦ ୪୦.୯, ମାଲାକାନଗିରି ୪୦.୬ ଡିଗ୍ରୀ ଛୁଇଁଛି ।