PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ମନ୍ଦିର ଭିତରେ ବୁଲୁଛନ୍ତି ଭାଲୁ ପଲ, ସ୍ଥାନୀୟ ଲୋକେ ଆତଙ୍କିତ

ନବରଙ୍ଗପୁର, ୦୪/୦୬ : ମନ୍ଦିର ଭିତରେ ବୁଲୁଛନ୍ତି ଭାଲୁ ପଲ। ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମରେ ଥିବା ବଡଦେବତା ମନ୍ଦିର ଭିତରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି । ଶୁକ୍ରବାର ସକାଳ ପ୍ରାୟ ୬ଟା ୩୦ ମିନିଟ ସମୟରେ ବଡଦେବତା ମନ୍ଦିର ପରିସରରେ ଜଙ୍ଗଲୀ ଭାଲୁ ପଲ ବୁଲୁଥୁବା ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ।

ସୂଚନାନୁଯାୟୀ, ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ସିନ୍ଧିଗୁଡ଼ା ଗ୍ରାମରେ ଥିବା ବଡଦେବତା ମନ୍ଦିରକୁ ନଡ଼ିଆ ଖାଇବା ପାଇଁ ପ୍ରାୟ ସବୁଦିନ ମନ୍ଦିରକୁ ଆସିଥାନ୍ତି ଭାଲୁ । ଶୁକ୍ରବାର ୩ଟି ଭାଲୁ ଗ୍ରାମର ବଡଦେବତା ମନ୍ଦିର ଭିତରୁ ବାହାରୁଥିବା ଦେଖି ଗ୍ରାମର ଜଣେ ଯୁବକ ତାଙ୍କ ମୋବାଇଲରେ ଭିଡିଓ ରେକର୍ଡ କରିଥିଲେ । ଏହାସହ ଗ୍ରାମବସୀ ଭାଲଙ୍କୁ ସେଠାରୁ ଘଉଡାଇ ଦେଇଥିଲେ ।

ତେବେ ଭାଲୁ କାହାର କିଛି କ୍ଷତି କରିନଥିଲେ ମଧ୍ୟ ବାରମ୍ବାର ସ୍ଥାନୀୟ ଅଞ୍ଚଳରେ ପ୍ରବେଶ କରୁଥିବାରୁ ଲୋକେ ଭୟଭୀତ ଅଛନ୍ତି । ଏହି ଘଟଣାରେ ବନ ବିଭାଗର କର୍ମଚାରୀ ତତ୍ପର ହେବା ନିମନ୍ତେ ସ୍ଥାନୀୟ ଲୋକେ ଦାବି କରିଛନ୍ତି ।