PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପ୍ଟେନ୍‌ ଅମରିନ୍ଦର ସିଂହ
  • ||
  • ଏସିଏଫ୍‌ ସୌମରଞ୍ଜନ ମହାପାତ୍ର ମୃତ୍ୟୁ ଘଟଣା – ଭୁବନେଶ୍ୱର ଫରେନସିକ୍‌ ଲ୍ୟାବ୍‌ରେ ଡିଏଫ୍‌ଓ , ରୋଷେୟାଙ୍କ ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି
  • ||
  • କେନ୍ଦୁଝର: ମହିଳାଙ୍କୁ ନିର୍ଯାତନା ଦେବା କାରଣରୁ ସ୍ୱାମୀ, ଶାଶୁ, ଶଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ୍
  • ||
  • ଲୋଇସିଂହା: ଟ୍ରେନ ଆଗକୁ ଡେଇଁ ଯୁବକଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଦାରିଙ୍ଗବାଡି : ସଂରକ୍ଷିତ ଜଙ୍ଗଲରୁ ଚୋରା ଚାଲାଣ ବେଳେ କାଠପଟା ଜବତ, ଜଣେ ଗିରଫ
  • ||
  • ଲୋଇସିଂହା : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ, କାରଣ ଅସ୍ପଷ୍ଟ
  • ||
  • କେନ୍ଦୁଝର : ମହିଳାଙ୍କୁ ନିର୍ଯାତନା ଦେବାରୁ ସ୍ୱାମୀ, ଶାଶୁ, ଶ୍ଵଶୁର ଓ ସଉତୁଣୀକୁ ୩ ବର୍ଷ ଜେଲ ଦଣ୍ଡ
  • ||
  • ପଦ୍ମପୁର: ଗଜଲକ୍ଷ୍ମୀ ଷ୍ଟୋରରେ ଜିଏସଟି ବିଭାଗର ଚଢ଼ାଉ
  • ||
  • ବ୍ରହ୍ମପୁର: ଗଞ୍ଜାମରେ ୧୦୧୦ଗାଁ ବାଲ୍ୟ ବିବାହ ମୁକ୍ତ ଘୋଷଣା କଲା ପ୍ରଶାସନ
  • ||
  • ବଲାଙ୍ଗୀର: ରାତିରେ ପରିବାର ଲୋକଙ୍କ ସହ ଶୋଇଥିଲା ବେଳେ ମହିଳାଙ୍କୁ କାମୁଡି ଦେଲା ବିଷାକ୍ତ ସାପ, ଆଖିବୁଜଲେ ମହିଳା
  • ||
  • ପାଟଣା: ପୂର୍ବତନ ପାଟଣା ବିଧାୟକ ରାମରାଇ ମୁଣ୍ଡାଙ୍କ ପରଲୋକ
  • ||
  • ସମ୍ବଲପୁର: ହୀରାକୁଦର ପୁଣି ବନ୍ଦ ହେଲା ୬ ଗେଟ୍, ୧୮ଟି ଗେଟ୍ ଦେଇ ଜଳ ନିଷ୍କାସନ ଜାରି
  • ||
  • ବାଙ୍କୀ : ହୁଳୁହୁଳା ପୋଲ ଉପରେ ୪ ଫୁଟର ବନ୍ୟାଜଳ ପ୍ରବାହିତ, ବାଙ୍କୀର ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ
  • ||
  • ଭୁବନେଶ୍ୱର: ଓଡ଼ିଶାରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୨୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରୁ ୨୪ ଘଣ୍ଟା ମଧ୍ୟରେ ଆଉ ୬୯୫ଜଣ କରୋନା ପଜିଟିଭ୍ ଚିହ୍ନଟ
  • ||
  • ସଠିପୁର : ଦୁଇ କଣ୍ଟେନର ମୁହାଁମୁହିଁ ଧକ୍କା, ଉଭୟ ଡ୍ରାଇଭର ଆହତ
  • ||
  • ଜଗତସିଂହପୁ : ହଂସୁଆ ନଈରେ ଘାଇ, ୧୦ରୁ ଅଧିକ ଗାଁ ଜଳମଗ୍ନ
  • ||
  • ସମ୍ବଲପୁର : ସୁଧୁରୁଛି ଉପରମୁଣ୍ଡର ବନ୍ୟା ସ୍ଥିତି, ହୀରାକୁଦରେ ବନ୍ଦ ହେଲା ୪ ଗେଟ୍‌, ୨୪ ଗେଟ୍‌ ଦେଇ ଜଳ ନିଷ୍କାସନ ଜାରି
  • ||
  • କାମାକ୍ଷାନଗର : ଚାଷୀଙ୍କୁ ଦଳି ମାରିଲା ଦନ୍ତା
  • ||
  • ରାଉରକେଲା : ବିମାନଘାଟି ପରିସରରେ ଜଣେ ମହିଳା ଶ୍ରମିକଙ୍କୁ ଦୁଷ୍କର୍ମ ଉଦ୍ୟମ, ଠିକା କର୍ମଚାରୀ ଅଟକ
  • ||

ମନ୍ଦିର କବାଟ ତାଲା ଭାଙ୍ଗି ଦାନ ବାକ୍ସ ଲୁଟିନେଲେ ୨ ଲୁଟେରା, ସିସିଟିଭି ଫୁଟେଜରେ କଏଦ ହେଲୋ କାରନାମ

ଭଦ୍ରକ ୨୨/୦୭: ରାତି ଅଧରେ ଶନି ମନ୍ଦିରର କବାଟ ତାଲା ଭାଙ୍ଗି ହୁଣ୍ଡି ଲୁଟି ନେଲେ ୨ ଲୁଟେରା। ଚୋରି କରିବା ପରେ ମନ୍ଦିର କବାଟକୁ ବନ୍ଦ କରିବା ସହ ଗେଟ୍କୁ ବାନ୍ଧି ଚମ୍ପଟ ମାରିଥିଲେ ଲୁଟେରା। ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ବାହାରେ ଫିଙ୍ଗି ଦେବା ସହ ସେଥିମଧ୍ୟରୁ ଦାନ ଟଙ୍କା ନେଇଯାଇଥିବା ସୂଚନା ମିଳିଛି। ତେବେ ଗୁରୁବାର ସକାଳେ କିଛି ଲୋକ ମନ୍ଦିର ଆସିଥିବା ସମୟରେ ଦାନ ବାକ୍ସଟି ବାହାରେ ପଡ଼ିଥିବା ଲୋକଙ୍କ ନଜରକୁ ଆସିଥିଲା ।ଏହା ପରେ ଗ୍ରାମବାସୀ ମନ୍ଦିରର ସିସିଟିଭି ଫଟେଜ ଯାଞ୍ଚ କରିଥିଲେ। ଫଟେଜରେ ଚୋରି ବେଳର ଦୃଶ୍ୟ କଏଦ ହୋଇଛି।ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି।ଏହି ଘଟଣାଟି ଭଦ୍ରକ ଜାନୁଗଞ୍ଜ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଭଦ୍ରକ ସହରର ଜାନୁଗଞ୍ଜ ସ୍ଥିତ ଶନି ମନ୍ଦିରରୁ ବିଳମ୍ବିତ ରାତିରେ ଚୋରି ହୋଇଛି । ଚୋରି ବେଳକ ଭିଡିଓ ସିସିଟିଭିରେ କଏଦ ହୋଇଛି । ମନ୍ଦିରର ଦାନ ବାକ୍ସକୁ ଭାଙ୍ଗି ବାହାରେ ଫିଙ୍ଗି ଦେବା ସହ, ସେଥିମଧ୍ୟରୁ ଦାନ ଟଙ୍କା ନେଇଯାଇଥିବା ସୂଚନା ମିଳିଛି ।  ଠାକୁରଙ୍କ ମୁକୁଟ ସହ ଅନ୍ୟାନ୍ୟ ଜିନିଷ ଚୋରି ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ବୁଧବାର ବିଳମ୍ବିତ ରାତିରେ ମନ୍ଦିର ଗ୍ରୀଲ ତାଲା ଭାଙ୍ଗି ଏଭଳି ଉପାୟରେ ଲୁଟ୍ କରିଛନ୍ତି ଲୁଟେରା ।  ଗୁରୁବାର ସକାଳେ କିଛି ଲୋକ ମନ୍ଦିର ଆସିଥିବା ସମୟରେ ଦାନ ବାକ୍ସଟି ବାହାରେ ପଡ଼ିଥିବା ଲୋକଙ୍କ ନଜରକୁ ଆସିଥିଲା ।  ପରେ ମନ୍ଦିର ଗ୍ରୀଲ ଖୋଲା ଯାଇଥିବା ଦେଖିବାକୁ ମିଳିଥିଲା । ମନ୍ଦିରରୁ ଚୋରି ହୋଇଥିବା ଘଟଣା ପ୍ରଚାର ହେବା ପରେ ଘଟଣାସ୍ଥଳରେ ଲୋକମାନେ ରୁଣ୍ଡ ହୋଇଯାଇଥିଲେ ।

ମନ୍ଦିରରୁ ପୂର୍ବରୁ ମଧ୍ୟ ଅନେକ ଥର ଚୋରି ହୋଇଥିବା ସୂଚନା ରହିଛି ।  କେଉଁଭଳି ଭାବେ ଲୁଟେରାମାନେ ମନ୍ଦିରର ତାଲା ଭାଙ୍ଗି ଲୁଟ୍ କରିଛନ୍ତି, ତାହା ଏବେ ସିସିଟିଭିରେ କଏଦ ହୋଇଛି । ପୋଲିସ ତଦନ୍ତ କଲେ ଚୋରି ଘଟଣା ସାମ୍ନାକୁ ଆସିବ ବୋଲି ଜଣାପଡିଛି ।