ଏହି ୧୦ ସରକାରୀ ବ୍ୟାଙ୍କର ହେଲା ମିଶ୍ରଣ, ଜାଣନ୍ତୁ ଆପଣଙ୍କ ଆକାଉଣ୍ଟ ଓ ପଇସା କ’ଣ ହେଲା…

ନୁଆଦିଲ୍ଲୀ ୩୦/୮: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କିଂ ସିଷ୍ଟମରେ ସୁଧାର ଆଣିବା ପାଇଁ ବଡ ପଦକ୍ଷେପ ଉଠାଇଛନ୍ତି  । ଅର୍ଥମନ୍ତ୍ରୀ ୧୦ ସରକାରୀ ବ୍ୟାଙ୍କର ମିଶ୍ରଣର ଘୋଷଣା କରିଛନ୍ତି । ବ୍ୟାଙ୍କର ମିଶ୍ରଣ ପରେ ଅନେକ ବ୍ରାଞ୍ଚ ବନ୍ଦ ହେବ ଏବଂ ନୂଆ ବ୍ରାଞ୍ଚ ଖୋଲିବ । ବ୍ୟାଙ୍କର ମିଶ୍ରଣର ପ୍ରଭାବ ଏହି ବ୍ୟାଙ୍କର ଗ୍ରାହକଙ୍କ ଉପରେ ପଡିବ । ୧୦ ସରକାରୀ ବ୍ୟାଙ୍କର ମିଶ୍ରଣ ପରେ ଆକାଉଣ୍ଟ ହୋଲ୍ଡରଙ୍କ ଉପରେ କିଛି ପ୍ରଭାବ ପଡିବନି କିନ୍ତୁ ସେମାନଙ୍କ କାମ ବଢିଯିବ । ଏହି ନିଷ୍ପତି ଫଳରେ ସାଧାରଣ ଗ୍ରାହକଙ୍କୁ ଅନେକ କାମ କରିବାକୁ ପଡିପାରେ । ଆସନ୍ତୁ ଜାଣିବା ବ୍ୟାଙ୍କଗୁଡିକର ମିଶ୍ରଣ ପରେ ଗ୍ରାକଙ୍କ ଉପରେ କଣ ପ୍ରଭାବ ପଡିବ ?

ଅର୍ଥମନ୍ତ୍ରୀ କହିଛନ୍ତି ଯେ ସରକାରୀ ବ୍ୟାଙ୍କର ୮୮ ପ୍ରତିଶତ ବିଜନେସ୍ ଏହି କନସିଲେଟେଡ୍ ବ୍ୟାଙ୍କଗୁଡିକ ସହିତ ରହିଛି । ଆଞ୍ଚଳିକ ବ୍ୟାଙ୍କରେ ମଜଭୁତ କାମକୁ ଦେଇ ଇଣ୍ଡିଆନ୍ ଓଭରସିଜ୍ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓ ପଞ୍ଜାବ ଆଣ୍ଡ ସିନ୍ଧ ବ୍ୟାଙ୍କ ନିଜ କାମ ପୂର୍ବ ଭଳି କରିବେ । ୨୦୧୭ରେ ୨୭ ସରକାରୀ ବ୍ୟାଙ୍କ ଥିଲା । ଏବେ ସରକାରୀ ବ୍ୟାଙ୍କର ସଂଖ୍ଯା ମାତ୍ର ୧୨ ରହିଛି । ଦେଶକୁ ୫ ଲକ୍ଷ କୋଟି ଟଙ୍କାର ଅର୍ଥବ୍ୟବସ୍ଥା ବନାଇବା ପାଇଁ ଏହି ପଦକ୍ଷେପ ଉଠାଯାଇଛି ।

ଗ୍ରାହକଙ୍କ ଉପରେ କଣ ପଡିବ ପ୍ରଭାବ ?

୧ . ଗ୍ରାହକଙ୍କୁ ନୂଆ ଆକାଉଣ୍ଟ ଓ କଷ୍ଟମର ଆଇଡି ମିଳିପାରେ ।

୨. ଯେଉଁ ଗ୍ରାହକଙ୍କୁ ନୂଆ ଆକାଉଣ୍ଟ ନମ୍ବର କିମ୍ବା IFSC କୋଡ୍ ମିଳିବ, ସେମାନଙ୍କୁ ନୂଆ ଡିଟେଲ୍ସ ଇନକମ୍ ଟ୍ୟାକ୍ସ ଡିପାର୍ଟମେଣ୍ଟ, ଇନ୍ସ୍ୟୋରାନ୍ସ କମ୍ପାନୀ, ମ୍ଯୁଚୁଆଲ୍ ଫଣ୍ଡ, ନ୍ୟାସନାଲ୍ ପେନଶନ୍ ସ୍କିମ୍ ଆଦିରେ ଅପଡେଟ୍ କରିବାକୁ ପଡିବ ।

୩. SIP କିମ୍ବା ଲୋନ୍ EMI ପାଇଁ ଗ୍ରାହକଙ୍କୁ ନୂଆ ଇନଷ୍ଟ୍ରକ୍ସନ ଫର୍ମ ଭରିବାକୁ ପଡିପାରେ ।

୪. ନୂଆ ଚେକ୍ ବୁକ୍, ଡେବିଟ୍ କାର୍ଡ ଓ କ୍ରେଡିଟ୍ କାର୍ଡ ଇସୁ ହୋଇପାରେ ।

୫. ଫିକ୍ସ୍ଡ ଡିପୋଜିଟ୍ କିମ୍ବା ରେକରିଂ ଡିପୋଜିଟରେ ମିଳୁଥିବା ସୁଧରେ କୌଣସି ପରିବର୍ତ୍ତନ ହେବନି ।

୬. ଯେଉଁ ସୁଧ ଦରରେ ଭେଇକିଲ୍ ଲୋନ୍, ହୋମ୍ ଲୋନ୍, ପର୍ସନଲ୍ ଲୋନ୍ ଆଦି ନିଆଯାଇଛି, ସେଥିରେ କୌଣସି ପରିବର୍ତ୍ତନ ହେବନି ।

୭. କିଛି ଶାଖା ବନ୍ଦ ହୋଇପାରେ । ଏଥିପାଇଁ ଗ୍ରାହକଙ୍କୁ ନୂଆ ଶାଖାକୁ ଯିବାକୁ ପଡିପାରେ ।

୮. ମର୍ଜର ପରେ ଏଣ୍ଟିଣ୍ଟିକୁ ସବୁ ଇଲେକ୍ଟ୍ରୋନିକ୍ କ୍ଲିୟରାନ୍ସ ସର୍ଭିସ୍ ନିର୍ଦ୍ଦେଶ ଓ ପୋଷ୍ଟ ଡେଟେଡ୍ ଚେକକୁ କ୍ଲିୟର କରିବାକୁ ପଡିବ ।

   ସମ୍ବନ୍ଧିତ ଖବର


ପୁରୁଣା ମାନଚିତ୍ର ସେୟାର କରି ଦଶହରାର ଶୁଭେଚ୍ଛା ଜଣାଇଲେ ପିଏମ୍‌ ଓଲି, ନେପାଳବାସୀ କହିଲେ..

୬୫ ବର୍ଷ ବୟସରେ ଦ୍ବିତୀୟ ବିବାହ କରିବେ ଜଣାଶୁଣା ଓକିଲ ହରିଶ ସାଲଭେ, କାହାକୁ ବାହା ହେବେ ଜାଣନ୍ତୁ

ଡ୍ରଗ୍ସ କିଣୁଥିବା ବେଳେ ଏନ୍‌ସିବି ହାତରେ ଧରାପଡ଼ିଲେ ଅଭିନେତ୍ରୀ

ପ୍ରଧାନମନ୍ତ୍ରୀ ପାକିସ୍ତାନ ଓ ଚୀନ୍‌ ସହ ଯୁଦ୍ଧ ତାରିଖ ସ୍ଥିର କରି ସାରିଛନ୍ତି – ୟୁପି ବିଜେପି ଅଧ୍ୟକ୍ଷଙ୍କ ବିବାଦିତ ବୟାନ

ଯୁଦ୍ଧ ପାଇଁ ପ୍ରସ୍ତୁତ ହେଉଛି ଜିନପିଙ୍ଗ୍‌ ସେନା, ୧୦୦ ଯବାନ ଆକାଶରେ କଲେ ସମାରାଭ୍ୟାସ

RBI ଗଭର୍ଣ୍ଣରଙ୍କୁ କରୋନା