PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କପିଲାଭଟା : ପାରିବାରିକ କଳହରୁ ସ୍ତ୍ରୀର ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ
  • ||
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ପୁରୁଣା ଷ୍ଟାଇଲ୍‌ରେ ଲୁଟ୍! ଫିଙ୍ଗିଲେ ୫୯୦, ନେଇଗଲେ୧୦ହଜାର

ପୁରୀ ୧୭/୧୨: ପୁରୁଣା ଷ୍ଟାଇଲ୍‌ରେ ପୁଣି ଲୁଟିଲେ । ଜାଣିପାରିଲେନି ଗ୍ରାହକ। ତାଙ୍କ ପଛପଟେ ଟଙ୍କା ଫିଙ୍ଗି ଦୁର୍ବୃତ୍ତ ନେଇ ପଳାଇଲେ ୧୦ହଜାର ଟଙ୍କା । ଏଭଳି ଘଟଣା ବଡ଼ଦାଣ୍ଡରେ ଚର୍ଚ୍ଚାର ବିଷୟ ପାଲଟିଛି । ଡାକ୍ତରଖାନା ଛକ ସ୍ଥିତ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଶାଖା ସମ୍ମୁଖରୁ ଏହି ଲୁଟ ହୋଇଛି । ଲୁଟର ଶିକାର ଗ୍ରାହକ ଜଣକ ହେଲେ, ସଦର ଥାନା ଅଧୀନ ବରଣା ଗ୍ରାମର ଶାନ୍ତନୁ କୁମାର ସ୍ୱାଇଁ (୫୨) । ଏନେଇ କୁମ୍ଭାରପଡା ଥାନାରେ ଏତଲା ହୋଇଛି ।

ସୂଚନା ଯୋଗ୍ୟ ଯେ, ସୋମବାର ମଧ୍ୟାହ୍ନ ୧୨ଟା । ଶାନ୍ତନୁ ଗ୍ରାଣ୍ଡରୋଡ ଶାଖାରେ ପହଞ୍ଚିଥିଲେ । ତାଙ୍କ ଆକାଉଣ୍ଟକୁ ଇନ୍ଦିରା ଆବାସ ଯୋଜନାରେ ଗୃହ ନିର୍ମାଣ ପାଇଁ ଟଙ୍କା ଆସିଥିଲା । ସେ ୧୦ ହଜାର ଟଙ୍କା ଉଠାଇଥିଲେ । ଟଙ୍କା ଭର୍ତ୍ତି ବ୍ୟାଗ୍‌ ନେଇ ବ୍ୟାଙ୍କ୍‌ରୁ ବାହାରିବା ପରେ ସେଠାରେ ଥିବା ତାଙ୍କ ସାଇକେଲ୍‌ରେ ଏହାକୁ ଝୁଲାଇଥିଲେ। ବାସ୍‌ ଏହି ସମୟରେ ୨ ଜଣ ଦୁର୍ବୃତ୍ତ ତାଙ୍କୁ ଟାର୍ଗେଟ କରିଥିଲେ । ଶାନ୍ତନୁ ସାଇକେଲରେ ଚଢ଼ିବାବେଳେ ୯ଟି ୧୦ ଟଙ୍କିଆ ଓ ଖଣ୍ଡେ ୫ ଶହ ଟଙ୍କିଆ ନୋଟ ତାଙ୍କ ପଛପଟେ ଫିଙ୍ଗିଦଲେ ଦୁର୍ବୃତ୍ତ । ପରେ ଜଣେ କହିଲା ମଉସା ତୁମ ଟଙ୍କା ପଡିଗଲା । ସାଇକେଲ ଅଟକାଇ ଶାନ୍ତନୁ ତଳେ ପଡିଥିବା ୫୯୦ ଟଙ୍କୁ ବୁଲି ଚାହିଁଥିଲେ । ଠିକ୍‌ ସେହି ସମୟରେ ଅନ୍ୟ ଜଣେ ଯୁବକ ସାଇକେଲ୍‌ ହ୍ୟାଣ୍ଡେଲରୁ ଟଙ୍କା ବ୍ୟାଗ୍‌ ଟାଣି ନେଇ ଦୌଡ଼ିଥିଲା । ପଛରେ ଶାନ୍ତନୁଙ୍କୁ ଅଟକାଇଥିବା ଯୁବକ ଜଣକ ମଧ୍ୟ ଦୌଡ଼ିଥିଲା ।

ଏସବୁ ଘଟଣାସ୍ଥଳରେ ସମସ୍ତେ ଦେଖୁଥିଲେ । ହେଲେ କେହି ପିଛା କରିନଥିଲେ । ଏପରିକି ବଡ଼ଦାଣ୍ଡରେ ଯାନବାହାନ ଯାତାୟାତ ଯୋଗୁଁ ଦୁର୍ଘଟଣା ଭୟରେ ଶାନ୍ତନୁ ମଧ୍ୟ ପିଛା କରିନଥିବା କହିଛନ୍ତି । ରାସ୍ତା ଆର ପାଶ୍ୱର୍ରେ ଥିବା ୨ ଜଣ ଝିଅ ଚିତ୍କାର କରି ଶାନ୍ତନୁଙ୍କୁ ଡାକିଥିଲେ। ଶାନ୍ତନୁ ରାସ୍ତା ଅପର ପାଶ୍ୱର୍କୁ ଯିବାବେଳେ ଦୁର୍ବୃତ୍ତ ଦୁହେଁ ଏକ ଅଟୋରେ ବସି ଗୁଣ୍ଡିଚା ମନ୍ଦିର ଆଡକୁ ଚମ୍ପଟ ମାରିଥିଲେ । ତେବେ ଏହି ଅଟୋରେ ସ୍ୱତନ୍ତ୍ର ନମ୍ବର ଡି-୫୧୧ ଲେଖା ଥିବା ଶାନ୍ତନୁ ଏତଲାରେ ଉଲ୍ଲେଖ କରିଛନ୍ତି । ଏନେଇ ଶାନ୍ତନୁ କୁମ୍ଭାରପଡା ଥାନାରେ ଏତଲା ଦେବା ପରେ ପୁଲିସ ମାମଲା ରୁଜୁ କରି ଛାନ୍‌ଭିନ୍‌ ଆରମ୍ଭ କରିଛି । ପୁଲିସ ଟିମ୍‌ ବ୍ୟାଙ୍କ ନିକଟରେ ପହଞ୍ଚି ବିଭିନ୍ନ ସ୍ଥାନରେ ଥିବା ସିସିଟିଭି ଯାଞ୍ଚ କରି ଦୁର୍ବୃତ୍ତଙ୍କୁ ଧରିବାକୁ ଯୋଜନା କରିଛି । ତେବେ ଟ୍ରାଫିକ୍‌ ଥାନାର ଡାଟା ବେସ୍‌ ସିଷ୍ଟମ୍‌ ଅନୁସାରେ ସହରରେ ବୁଲୁଥିବା ଅଟୋଗୁଡିକୁ ଏହି ସ୍ୱତନ୍ତ୍ର ନମ୍ବର ପ୍ରଦାନ କରାଯାଇଛି । ଯେଉଁଥିରେ ଅଟୋ ଚାଳକ ଓ ଅଟୋ ସମ୍ପର୍କରେ ସମ୍ପୂର୍ଣ୍ଣ ତଥ୍ୟ ରହିଛି । ପୁଲିସ ଏହି ଆଧାରରେ ମଧ୍ୟ ତଦନ୍ତ ଆରମ୍ଭ କରିଛି ।

ଏକ ସ୍ୱତନ୍ତ୍ର ଲୁଟେରା ଗ୍ୟାଙ୍ଗ୍‌ ସହରରେ ଲୁଟ୍‌ପାଟ୍‌ ଜାରି ରଖିଥିବା ଅଭିଯୋଗ ହେଉଛି । କାରଣ ନିୟମିତ ଭାବେ ସହରରେ ଲୁଟ ହେଉଛି । ବ୍ୟାଙ୍କ୍‌ ଭିତରୁ, ବ୍ୟାଙ୍କ୍‌ ସମ୍ମୁଖରୁ କିମ୍ବା ବ୍ୟାଙ୍କ୍‌ରୁ ଫେରୁଥିବା ଗ୍ରାହକଙ୍କୁ ଟାର୍ଗେଟ କରି ଟଙ୍କା ଛଡାଇ ନେଉଛନ୍ତି ଲୁଟେରା । ଏନେଇ ଏସ୍‌ପି ଉମାଶଙ୍କର ଦାଶ କହିଲେ ଯେ, ବିଭିନ୍ନ ଦିଗ ଉପରେ ନଜର ଦେଇ ଲୁଟେରାଙ୍କୁ ଧରିବାକୁ ଛାନ୍‌ଭିନ୍‌ ଜାରି ରହିଛି ।