ଥିମ, ଭିଟୋଭାଙ୍କ ବିଜୟ ଅଭିଯାନ ଆରମ୍ଭ

ପ୍ୟାରିସ : ଚଳିତ ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ୍‌ର ଦ୍ୱିତୀୟ ଦିବସରେ ଟପ୍‌ ସିଡେଡ୍‌ ଖେଳାଳିମାନେ ବିଜୟ ଅଭିଯାନ ଆରମ୍ଭ କରିଛନ୍ତି । ଗତ ୟୁଏସ୍‌ ଓପନ ଚାମ୍ପିଅନ୍‌ ଡୋମିନିକ୍‌ ଥିମଙ୍କ ସମେତ ପେଟ୍ରା ଭିଟୋଭା, କିକି ବର୍ଟେନ୍ସ, ସାରା ଏରାନୀ ବିଜୟ ସହ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଛନ୍ତି ।


ମହିଳା ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍‌ରେ ସପ୍ତମ ସିଡ୍‌ ଭିଟୋଭା ସିଧା ସଳଖ ୬-୩, ୭-୫ ସେଟ୍‌ରେ ଫ୍ରାନ୍ସର ଓସେନ ଓଡ଼ିନଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ ଜିତିବା ପାଇଁ ଭିଟୋଭାଙ୍କୁ ୧ଘଣ୍ଟା ୧୭ ମିନିଟ୍‌ ଲାଗିଥିଲା । ସେ ୩ଟି ବ୍ରେକ୍‌ ପଏଣ୍ଟ ହାସଲ କରିଥିଲେ । ପଞ୍ଚମ ସିଡ୍‌ କର୍ଟେନ୍ସଙ୍କୁ ପ୍ରଥମ ରାଉଣ୍ଡ୍‌ରେ ସଂଘର୍ଷ କରିବାକୁ ପଡ଼ିଥିଲା । ସେ ୨ଘଣ୍ଟା ୫ ମିନିଟ୍‌ର ଲଢେଇ ପରେ ୨-୬, ୬-୨,୬-୦ ସେଟ୍‌ରେ କାଟାରିନା ଜାଭାସ୍କାଙ୍କୁ ହରରାଇଥିଲେ । ଅନ୍ୟ ପ୍ରଥମ ରାଉଣ୍ଡ ମୁକାବିଲାରେ ଯଥାକ୍ରମେ ଜସ୍ମିନ ପାଓଲିନି ୬-୪, ୬-୩ ସେଟ୍‌ରେ ଆଲିଓନା ବୋଲସୋଭାଙ୍କୁ ପରାସ୍ତ କରିଥିବାବେଳେ ତାତ୍ୟାନା ପିରୋନକୋଭା ୬-୩,୬-୩ ସେଟ୍‌ରେ ଆନ୍ଦ୍ରେ ପେଟକୋଭିକ୍‌ଙ୍କୁ ହରାଇଥିଲେ । ସାରା ଏରାନୀ ୬-୨, ୬-୧ ସେଟ୍‌ରେ ମୋନିକା ପୁଇଗଙ୍କୁ, କ୍ରିଷ୍ଟିନା ମ୍ୟାକହେଲ ୬-୨, ୬-୪ ସେଟ୍‌ରେ କାରୋଲିନା ମୁଚୋଭାଙ୍କୁ, କାଟାରିନା ସୈନିକୋଭା ୭-୬(୭-୫),୬-୨ ସେଟ୍‌ରେ ଲାଉରେନ ଡେଭିସ୍‌ଙ୍କୁ, ବର୍ଣ୍ଣାଡା ପେରା ୭-୬(୭-୩), ୬-୧ ସେଟ୍‌ରେ ସିସି ବେଲିସଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ ।


ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ୍‌ରେ ତୃତୀୟ ସିଡ୍‌ ଡୋମିନିକ ଥିମ ୬-୪, ୬-୩, ୬-୩ ସେଟ୍‌ରେ କ୍ରୋଏସିଆର ମାରିନ ସିଲିକଙ୍କୁ ପରାସ୍ତ କରିଥିଲେ । ଉଭୟଙ୍କ ମଧ୍ୟରେ ମ୍ୟାଚ୍‌ ତୀବ୍ର ସଂଘର୍ଷପୂର୍ଣ୍ଣ ହେବା ଆଶା କରାଯାଉଥିଲା । ହେଲେ ଥିମ ୨ଘଣ୍ଟା ୬ ମିନିଟ୍‌ ମଧ୍ୟରେ ସିଲିକଙ୍କୁ ହରାଇଥିଲେ । ଫ୍ରାନ୍ସର ପାଇରେ ହ୍ୟୁଜେସ ହର୍ବର୍ଟ ୬-୩, ୬-୨, ୬-୩ ସେଟ୍‌ରେ ମାଇକେଲ ମୋଙ୍କୁ ହରାଇଥିବାବେଳେ ଜ୍ୟାକ୍‌ ସକ୍‌ ୬-୪, ୬-୪, ୬-୩ ସେଟ୍‌ରେ ରିଲି ଓପେଲକ୍‌ାଙ୍କୁ ପରାସ୍ତ କରି ଦ୍ୱିତୀୟ ରାଉଣ୍ଡ୍‌ରେ ପ୍ରବେଶ କରିଥିଲେ । ଅନ୍ୟ ପ୍ରଥମ ରାଉଣ୍ଡ୍‌ ମ୍ୟାଚ୍‌ରେ ୟୋଶିହିତୋ ନିଶିଓକା ୭-୫, ୬-୩, ୬-୩ ସେଟ୍‌ରେ ଫେଲିକ୍ସ ଅଗର ଆଲିସେମଙ୍କୁ ରାଇ ବିପର୍ଯ୍ୟୟ ଘଟାଇଥିବାବେଳେ ପେଡ୍ରୋ ମାର୍ଟିନେଜ ୭-୫, ୬-୪, ୬-୦ ସେଟ୍‌ରେ ଆଲେକଜାଣ୍ଡାର ଭୁକିକ୍‌ଙ୍କୁ, ହ୍ୟୁଗୋ ଗାଷ୍ଟନ ୭-୬(୭-୫), ୬-୪, ୬-୩ ସେଟ୍‌ରେ ମାକ୍ସିମ ଜାନଭିରଙ୍କୁ ହରାଇ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଥିଲେ ।

   ସମ୍ବନ୍ଧିତ ଖବର


ଆଜି ଜନ୍ମଦିନ: କ୍ରିକେଟ ଖେଳିବାକୁ ମନା କରିଥିଲେ ବାପା, ପୁଅ ହେଲା ଭାରତର ଷ୍ଟାର କ୍ରିକେଟର

IPL-2020: ଆଜି କିଙ୍ଗ୍‌ସ ଏକାଦଶ ପଞ୍ଜାବ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ସଂଘର୍ଷପୂର୍ଣ୍ଣ ମ୍ୟାଚ୍

ଆଇପିଏଲ୍‌ରେ ଆଉ ଏକ ନୂଆ ରେକର୍ଡ଼ କଲେ ଧୋନି, ରୋହିତ ଓ ରାଇନାଙ୍କୁ ପଛରେ ପକାଇଲେ

IPL-2020: ବଦଳିଲା ସୁପର ଓଭର ନିୟମ, ମ୍ୟାଚ୍‌ ‘ଟାଇ’ ହେଲେ କ’ଣ ହେବା ଜାଣନ୍ତୁ…

କରାଟେରେ ସ୍ୱର୍ଣ୍ଣ ପଦକ ଜିତିଥିବା ବିମଳା ପରିବାର ପୋଷିବା ପାଇଁ କରୁଛନ୍ତି ଦେଶୀ ମଦ ବିକ୍ରି

ଆଇପିଏଲ୍: ୧୩ ବର୍ଷର ଇତିହାସରେ ପ୍ରଥମ ଥର ପାଇଁ ହେଲା ଏମିତି, ଗୋଟିଏ ଦିନରେ ଖେଳାଗଲା ୩ ସୁପରଓଭର