ଆପଣଙ୍କ ଗାଡ଼ି ପଂଚର ହେଉଛି କି ? ଆସିଲା ଅପଟିସ୍ (ୟୁପିଟିଆଇଏସ୍) ଟାୟାର, ଲିକ୍ ହେବ ନାହିଁ କି ଦେବାକୁ ପଡ଼ିବ ନାହିଁ ପମ୍ପ

ମୁମ୍ବାଇ ୨୭/୮: ଗାଡିରେ ଦୂର ସ୍ଥାନକୁ ଯାତ୍ରା କରିବା ସମୟରେ ମନରେ ଗୋଟିଏ ଟେନ୍ସନ ରହିଥାଏ ବାଟରେ କେଉଁଠି କାଳେ ଗାଡି ଟାୟାର ଲିକ୍ ହୋଇଯିବ? ଏବେ କିନ୍ତୁ ଚକା ଲିକର ଟୋନ୍ସନକୁ ଦୂର କରିବା ପାଇଁ ଟାୟାର ନିର୍ମାତା କମ୍ପାନି ଏକ ଭିନ୍ନ ଚକା ତିଆରି କରିଛନ୍ତି। ଟାୟାର ନିର୍ମାତା କମ୍ପାନି ମିଚୋଲିନ୍ ଏବଂ ଜେନେରାଲା ମୋଟର୍ସ ମିଶି ଏମିତି ଏକ ଟାୟାର ତିଆରି କରିଛନ୍ତି ଯାହା କେବେ ବି ଲିକ୍ ହେବା ନାହିଁ କି ଚକାରେ ପମ୍ପ ମାରିବାକୁ ପଡିବ ନାହିଁ।

କମ୍ପାନି ୟୁପିଟିଆଇଏସ୍ ନାଁରେ ଟାୟାରକୁ ବିଶ୍ବ ବଜାରକୁ ଛାଡିବାକୁ ଯାଉଛି। ମିଚୋଲିନ୍ ଏବଂ ଜେନେରାଲା ମୋର୍ଟସ୍ କହିଛନ୍ତି ଯେ, ଏବେ ୟୁପିଟିଆଇଏସ୍‌ର ପ୍ରୋଟୋଟାଇପର ଚକା ନିର୍ମାଣ କରାଯାଇଛି ଯାହା ସେବରୋଲ୍ ବୋଲ୍ଟ ‘ଇଭି’ କାରରେ ଲଗାଯାଇ ପରୀକ୍ଷା କରାଯାଇଛି।

ୟୁପିଟିଆଇଏସ୍ ଚକା ତିଆରି କରିବାକୁ କମ୍ପାନିକୁ ୫ବର୍ଷ ସମୟ ଲାଗିଥିଲା। ପ୍ରାଥମିକ ପର୍ଯ୍ୟାୟରେ ଚକାକୁ ନିର୍ମାଣ କରିବା ପାଇଁ ପରିକଳ୍ପନା କରଯାଇଥିଲା। ପରେ ଏହାର ଡିଜାଇନ୍ ପ୍ରସ୍ତୁତ କରାଯାଇ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ୟୁପିଟିଆଇଏସ୍ ଟାୟାର ତିଆରି କରିବା ପାଇଁ କମ୍ପାନି ୫କୋଟି ଟଙ୍କା ନିବେଶ କରିଥିବା ସୂଚନା ମିଳିଛି।

ତେବେ ଚକାରେ ଅଧିକ ରକ୍ଷଣବେକ୍ଷଣ ଖର୍ଚ୍ଚ କରିବାକୁ ପଡିବ ନାହିଁ। ପୂର୍ବରୁ ବଜାରରେ ମିଳୁଥିବା ଚକା ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ବ୍ୟବହାର ଯୋଗ୍ୟ ହେବା ସହ ଗ୍ରିପ୍ ମଧ୍ୟ ଭଲ ଧରୁଥିବା କମ୍ପାନି କହିଛି ।

   ସମ୍ବନ୍ଧିତ ଖବର


କରୋନା ଭାକ୍‌ସିନ୍ ପାଇଁ ୮୦ ହଜାର କୋଟି ଅଛି ତ ? ସରକାରଙ୍କୁ ସୀରମ୍‌ ସିଇଓଙ୍କ ପ୍ରଶ୍ନ

ଆତ୍ମନିର୍ଭର ଅଭିଯାନକୁ ଆଇଏମ୍‌ଏଫ୍‌ର ପ୍ରଶଂସା

ଇ-ଯାନକୁ ପ୍ରୋତ୍ସାହନ ବ୍ୟାଟେରି ନିର୍ମାତାଙ୍କୁ ମିଳିବ ୩୪,୦୦୦ କୋଟି

ବଦଳି ଯିବ ଚେକରୁ ପେମଣ୍ଟ କରିବାର ପ୍ରଣାଳୀ, ନୂଆ ବର୍ଷରୁ ଲାଗୁ ହେବ ନୂଆ ନିୟମ

ପିଆଜ କେଜି ୬୦- ୧୦୦ ଛୁଇଁବ

ସେୟାର ବଜାରରେ ହାହାକାର: ସେନସେକ୍ସ ୧୧୦୦ ପଏଣ୍ଟ ହ୍ରାସ୍, ନିଫ୍ଟି ମଧ୍ୟ ଖସିଲା