‘ତେରେ ନାମ୍-୨’ କାହାଣୀ ପ୍ରସ୍ତୁତ, ଜାଣନ୍ତୁ କିଏ ଅଭିନୟ କରିବେ ‘ରାଧେ’ ଭୂମିକାରେ

‘ତେରେ ନାମ୍…’, ‘ଓଢ଼ନୀ…’, ‘ତୁମସେ ମିଲନା…’ଭଳି ଆହୁରି ଅନେକ ଗୀତକୁ ଆଜି ବି ଦର୍ଶକ ଗୁଣ ଗୁଣୁ ହୋଇ ଗାଉଛନ୍ତି। କେବଳ ଗୀତ କାହିଁକି ୨୦୦୩ ମସିହାରେ ରିଲିଜ୍ ହୋଇଥିବା ସେହି ସୁପରହିଟ୍ ଫିଲ୍ମ ‘ତେରେ ନାମ୍’ କଥା ଆମେ କହୁଛୁ। ଯାହାକୁ ଦେଖିବା ପାଇଁ ଦର୍ଶକ ଆଜି ବି ପାଗଳ ହୁଅନ୍ତି।

ଫିଲ୍ମରେ ସଲମାନ୍ ଖାନଙ୍କ ଅଭିନୟ ବ୍ୟତୀତ ତାଙ୍କ ହେୟାର ଷ୍ଟାଇଲ୍ ଓ ଲୁକ୍ ବହୁତ ଲୋକପ୍ରିୟ ହୋଇଥିଲା। ଏମିତି କି ଫିଲ୍ମରେ ଅଭିନେତାଙ୍କ ଇମୋସ୍ନାଲ୍କୁ ଦେଖି କେତେ ଯେ ଝିଅ କାନ୍ଦିଥିବେ ତାହା କଳ୍ପନା ବାହାରେ।

ସେ ଯାହା ହେଉ ନା କାହିଁକି ତେବେ ବଲିଉଡ୍‌ ପରଦାରେ ପୁଣି ଥରେ ଦେଖିବାକୁ ମିଳିବ ଦବଙ୍ଗ ଖାଁ ସଲମାନଙ୍କ ଅଭିନୀତ ଫିଲ୍ମ ‘ତେରେନାମ୍‌’। ମୁମ୍ବାଇ ‘ମିରର୍’କୁ ଦେଇଥିବା ସାକ୍ଷାତକାରରେ ନିର୍ଦେଶକ ଓ ଅଭିନେତା ସତିଶ କୈାଶିକ କହିଛନ୍ତି କି, ସେ ତେରେ ନାମର ପରବର୍ତ୍ତୀ ଘଟଣା ସମ୍ପର୍କରେ ବିଚାର କରୁଛନ୍ତି।

ତେବେ ମିଳିଥିବା ରିପୋର୍ଟ ଅନୁସାରେ, କିଛି ଦିନ ପୂର୍ବରୁ ସତୀଶ କୈାଶିକ ‘ତେରେ ନାମ୍-୨’ର କାହାଣୀ ଲେଖି ସାରିଛନ୍ତି। ତେବେ ପୂର୍ବ ଫିଲ୍ମର କାହାଣୀଠାରୁ ଏହା ସମ୍ପୂର୍ଣ୍ଣ ଭିନ୍ନ ହେବ ବୋଲି ଜଣାପଡିଛି। ଏହା ଉତ୍ତର ଭାରତର ବ୍ୟାକଡ୍ରପରେ ରହୁଥିବା ଏକ ଗ୍ୟାଙ୍ଗଷ୍ଟର ତଥା ଦୁର୍ଦ୍ଦାନ୍ତ ଅପରାଧୀର କାହାଣୀ। ତେବେ ଶୁଣାଯାଉଛି ଯେ, ଫିଲ୍ମରେ ମୁଖ୍ୟ ଭୂମିକା ତଥା ଅଭିନେତାଙ୍କ ନାଁ ସେୟା ହିଁ ରହିବ। ହେଲେ ସଲମାନଙ୍କୁ ଏଥର ଏହି ଫିଲ୍ମରେ ଦେଖିବାକୁ ମିଳିବ କି ନା ନାହିଁ ତାହା ଜଣା ନାହିଁ। ତେବେ ପରଦାରେ ଦେଖିବା ପରେ ହିଁ ସ୍ପଷ୍ଟ ହୋଇଯିବ ଯେ ମୁଖ୍ୟ ଭୂମିକାରେ କିଏ ଅଭିନୟ କରୁଛନ୍ତି।

   ସମ୍ବନ୍ଧିତ ଖବର


ବଦଳି ଯାଇଛି କି ହ୍ରିତିକ୍ ରୋଶନଙ୍କ ଚେହେରା ? ସେୟାର କଲେ ଫଟୋ

ଏବେ ବଡ଼ ପରଦାରେ ଏକ ଚର୍ଚ୍ଚିତ ନାଁ ପ୍ରଜ୍ଞା

ଇଏ କଣ ଶାହାରୁଖ ଖାନ୍‌ଙ୍କର ‘ପଠାନ୍‌’ ଲୁକ୍‌ ? କିଙ୍ଗ୍‌ ଖାନଙ୍କର ନୂଆ ଫିଲ୍ମକୁ ନେଇ ଟ୍ୱିଟରରେ ଟ୍ରେଣ୍ଡ #Pathan

ସମୁଦ୍ରରେ ଅଭିନେତ୍ରୀଙ୍କ ଷ୍ଟଣ୍ଟ – ଦିଶା ପଟାନି ମୁଣ୍ଡ ଦ୍ୱାରା ପାଣିରେ ଠିଆ ହେଲେ , ଭିଡ଼ିଓ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ମନାଲୀ ରାସ୍ତାରେ ରୋମାଣ୍ଟିକ୍‌ ହେଲେ ଅର୍ଜୁନ କାପୁର ଏବଂ ତାଙ୍କ ଠାରୁ ଢେର ବଡ ମଲାଇକା ଆରୋରା

କପିଲ ଶର୍ମାଙ୍କ ପିଛା ଛାଡୁନି ବିବାଦ : ୟୁଜର କହିଲେ, ‘ଚୁପ୍‌ଚାପ୍‌‌ କମେଡି କରନ୍ତୁ, ରାଜନୀତି କରିବାକୁ ଚେଷ୍ଟା କରନ୍ତୁ ନାହିଁ’