PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : CHSE ଅଫିସରେ ସମ୍ମୁଖରେ ହାତ କାଟିଲେ ଛାତ୍ରୀ, ହସ୍ପିଟାଲରେ ଭର୍ତ୍ତି
  • ||
  • ସମ୍ବଲପୁର : ଭିଜିଲାନ୍ସ ପଞ୍ଝାରେ OCCL ସିନିୟର ମ୍ୟାନେଜର, ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗ
  • ||
  • ଗଞ୍ଜାମ: ରାତି ଅଧରେ ବିଭତ୍ସ ହତ୍ୟା, ଶୋଇଥିବା ବେଳେ ଯୁବକଙ୍କୁ ହାଣିବା ପରେ ମୁହଁକୁ ପଥରରେ ଛେଚି ହତ୍ୟା
  • ||
  • ଖୋର୍ଦ୍ଧା: ସଦର ଥାନା ତାପଙ୍ଗ ଗ୍ରାମରେ ଖୁଦୁରୁକୁଣୀକୁ ନେଇ ଗଣ୍ଡଗୋଳ ଜଣକୁ ହତ୍ୟା
  • ||
  • ଭୁବନେଶ୍ୱର: ୨୪ ଘଣ୍ଟା ମଧ୍ୟରେ ଆଉ ୫୧୦ ଜଣ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୨୦ ହଜାର ପାର୍
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୬ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୪୧କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ଖୋଲା ଡ୍ରେନ୍‌ରେ ଛାତ୍ର ଭାସିଯିବା ଘଟଣା, ୧୮ ଘଣ୍ଟା ପରେ ଠାବ ହେଲା ରାଜାଙ୍କ ମୃତଦେହ
  • ||
  • ବୁର୍ଲା : ଭିସୁଟ୍‌ରେ ପଶିଲା କରୋନା, କୁଳପତିଙ୍କ ସମେତ ୨ ଛାତ୍ର ଆକ୍ରାନ୍ତ ଚିହ୍ନଟ
  • ||
  • ଭୁବନେଶ୍ୱର : ଆଗାମୀ ୧୦ ଦିନ ମଧ୍ୟରେ ବଙ୍ଗୋପସାଗରରେ ଏକାଧିକ ଘୁର୍ଣ୍ଣିବଳୟର ସୃଷ୍ଟି, ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା
  • ||
  • ଅନୁଗୁଳ : ବନ୍ଦ କ୍ୱାର୍ଟର୍ସରେ ଲୁଚାଇ ରଖିଥିଲେ, ଏକ୍ସପାରି ହେବା ପରେ ରାତାରାତି ଗାଡ଼ି ଗାଡ଼ି ଔଷଧ ଫିଙ୍ଗି ଦେଲେ…
  • ||
  • ପୁରୀ : ଆଜି ଶ୍ରୀମନ୍ଦିରରେ ଇନ୍ଦ୍ର ଗୋବିନ୍ଦ ବନ୍ଦାପନା
  • ||
  • ପିପିଲି : ଆଜିଠୁ ଜମିବ ଉପନିର୍ବାଚନ ପ୍ରଚାର, ମଇଦାନକୁ ଓହ୍ଲାଇବେ ତିନି ଦଳର ଷ୍ଟାର ପ୍ରଚାରକ
  • ||

ଟେରର ଫଣ୍ଡିଂ ମାମଲା, ବିଚ୍ଚିନ୍ନତାବାଦୀ ନେତା ଶବିର ଶାହର ସମ୍ପତ୍ତି ଜବତ କଲା ଇଡି

ନୂଆଦିଲ୍ଲୀ,୨୯।୩: ବିଚ୍ଛିନ୍ନତାବାଦୀ ନେତା ଶବିର ଅହମ୍ମଦ ଶାହା ଉପରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)  କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଜି ଇଡି ଟେରର ଫଣ୍ଡିଂ ମାମଲାରେ ଶବିର ଅହମ୍ମଦ ଶାହର ଦୁଇ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଜବତ କରିଛି। ଏହି ସମ୍ପତ୍ତି ଶାହର ସ୍ତ୍ରୀ ଓ ପୁଅ ନାଁରେ ରହିଥିଲା। ଇଡି ଶାହର ଇଫଣ୍ଡି ବାଗ, ରାଓ୍ବଲପୋର ଓ ଶ୍ରୀନଗର ସ୍ଥିତ ସମ୍ପତ୍ତିକୁ ଜବତ କରିଛି। ଏହି ସମସ୍ତ ସମ୍ପତ୍ତି ମନି ଲଣ୍ଡରିଂ ଆକ୍ଟ ଅନୁଯାୟୀ ଜବତ କରାଯାଇଛି। ୧୯୯୯ରେ ଶାହର ସମ୍ପତ୍ତିର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଥିଲା।

ଶାହ ନିଜର ସାଥି ମହମ୍ମଦଙ୍କ ସହିତ ମିଶି ଅବୈଧ ଗତିବିଧି କାର୍ଯ୍ୟରେ ଲିପ୍ତ ଥିଲା। ଇଡି ପକ୍ଷରୁ କୁହାଯାଇଛି ଶାହ ନିଷିଧ ଆତଙ୍କବାଦୀ ସଂଗଠନ ଜୈଶ-ଇ-ମହମ୍ମଦର ସକ୍ରିୟ କର୍ମୀ ଅସଲମ ଓ୍ବାନି ଜରିଆାରେ ପାକିସ୍ତାନରୁ ଶ୍ରୀନଗରକୁ ହାଓ୍ବଲା ଅପରେଟିଂ ଜରିଆରେ ପଠାଯାଉଥିବା ଅର୍ଥ ଏକାଠି କରୁଥିଲା।

ଶାହ ନିଜେ ସ୍ବୀକାର କରିସାରିଛି ଯେ, ତା ପାଖରେ ଆୟର କୌଣସି ଉତ୍ସ ନାହିଁ। ତାକୁ ଜମ୍ମୁ-କଶ୍ମୀରରେ ବିଚ୍ଚିନ୍ନତାବାଦୀ ଗତିବିଧିକୁ ଅଧିକ ବଢାଇବା ପାଇଁ ଅର୍ଥ ମିଳୁଥିଲା ଓ ସନ୍ଦିଗ୍ଧ ଲେଣଦେଶ ମାଧ୍ୟମରେ ବିଭିନ୍ନ ସମ୍ପତ୍ତିକୁ ଅଧିଗ୍ରହଣ କରୁଥିଲା। ଏବେ ସେହି ସମ୍ପତ୍ତିକୁ ଜବତ କରିଦିଆଯାଇଛି।

ସମ୍ବନ୍ଧିତ ଖବର