PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓମିକ୍ରନ୍ ଭୟ : ତାମିଲନାଡୁର ଏକ ସ୍କୁଲ୍‌ରେ କରୋନା ଆତଙ୍କ , ୨୫ ପିଲାଙ୍କୁ କୋଭିଡ୍‌ ପଜିଟିଭ୍
  • ||
  • ୨୯ ଦେଶକୁ ମାଡ଼ି ଗଲାଣି ଓମିକ୍ରନ୍ – ପ୍ରେସମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ଭାରତରେ ଓମିକ୍ରନ ,କର୍ଣ୍ଣାଟକରୁ ଚିହ୍ନଟ ହେଲେ ୨ ଓମିକ୍ରନ ଆକ୍ରାନ୍ତ , ପ୍ରେସ୍‌ମିଟ୍‌ରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା
  • ||
  • ତେଲେଙ୍ଗାନାରେ ଚିହ୍ନଟ ହୋଇନି ଓମିକ୍ରନ , ଏ ନେଇ ଖବରକୁ ଖଣ୍ଡନ କଲା ତେଲେଙ୍ଗାନା ସ୍ୱାସ୍ଥ୍ୟ ବିଭାଗ । ବ୍ରିଟେନ୍‌ ଫେରନ୍ତା ମହିଳା କୋଭିଡ୍‌ ପଜିଟିଭ ଚିହ୍ନଟ
  • ||
  • ଭାରତରେ ପ୍ରଥମ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ , ତେଲେଙ୍ଗାନାରୁ ଓମିକ୍ରନ୍‌ ଭାରିଆଣ୍ଟ ଆକ୍ରାନ୍ତ ଚିହ୍ନଟ , ଆକ୍ରାନ୍ତ ମହିଳାଙ୍କର ବୟସ ୩୫ ବର୍ଷ , ଇଂଲଣ୍ଡରୁ ଫେରିଥିଲେ ସଂପୃକ୍ତ ମହିଳା
  • ||
  • କଟକ: ଗାଡ଼ି ଟଣା ବେଳେ ଫାଇନାନ୍ସ କମ୍ପାନି କର୍ମଚାରୀ ଉପରକୁ ବ୍ଲାଙ୍କ ଫାଇରିଙ୍ଗ୍ ଘଟଣା, ଦୁଇ ଅଭିଯୁକ୍ତକୁ ଧରିବା ପାଇଁ କଟକ ପୋଲିସ ଟିମ୍ ଗଞ୍ଜାମରେ
  • ||
  • ଅମ୍ବାଦଳା: ୮ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଗଞ୍ଜେଇ ଜବତ, ବାଇକ ସହ ୩ ଗିରଫ
  • ||
  • ବ୍ରହ୍ମପୁର: ବିଶିଷ୍ଟ ସିପିଏମ୍ ନେତା ବସନ୍ତ ନନ୍ଦଙ୍କ ହୃଦଘାତରେ ବିୟୋଗ
  • ||
  • ରାୟଗଡା: ୩ ବର୍ଷ ଅଙ୍ଗନବାଡି ଚାକିରି କରିବା ପରେ ଚାକିରିରୁ ବାହାର କରାଯାଇଥିବା ଅଭିଯୋଗ
  • ||
  • କାଶୀପୁର: ହାତଗୁଞ୍ଜା ବିନା ଘୁଞ୍ଚୁନି ଫାଇଲ, ପ୍ରାପ୍ୟ ପାଇବାରେ ହଇରାଣ ଅବସର ଶିକ୍ଷକ
  • ||
  • ପାପଡାହାଣ୍ଡି: ମହୁ ମାଛି ଆକ୍ରମଣରେ ବୃଦ୍ଧ ଗୁରୁତର!
  • ||
  • ସୁନ୍ଦରଗଡ଼: କୋଇଡାରେ ଥମୁନି ହାତୀ ଉପଦ୍ରବ, ଘରେ ଶୋଇଥିବା ବେଳେ ଟାଣି ଦଳି ଦେଲା ଦନ୍ତା, ଘଟଣା ସ୍ଥଳରେ ବୃଦ୍ଧଙ୍କ ଉଡିଗଲା ପ୍ରାଣ ବାୟୁ
  • ||
  • ଭୁବନେଶ୍ୱର: ବିଧାନସଭାର ଶୀତକାଳୀନ ଅଧିବେଶର ଦ୍ବିତୀୟ ଦିନ, ଆରମ୍ଭରୁ ବିରୋଧୀଙ୍କ ହୋହଲ୍ଲା ଓ ହଟ୍ଟଗୋଳ, ୪ ଯାଏଁ ଗୃହ ମୁଲତବୀ
  • ||
  • ଭୁବନେଶ୍ୱର: ୧୨ ଘଣ୍ଟାରେ ଅବପାତ, ୨୪ ଘଣ୍ଟା ମଧ୍ୟରେ ବାତ୍ୟା ରପୂ ନେବ ସମ୍ଭାବନା
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୧୫କୁ ବୃଦ୍ଧି
  • ||
  • ଭୁବନେଶ୍ଵର: ୨୪ ଘଣ୍ଟାରେ ୨୫୨ କୋଭିଡ୍ ପଜିଟିଭ୍ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧୦୪୯୫୯୭ ଜଣକୁ ବୃଦ୍ଧି
  • ||
  • ନୂଆଦିଲ୍ଲୀ:୨୩ ରାଷ୍ଟ୍ରକୁ ବ୍ୟାପିଲା ଓମ୍ରିକନ୍, ଆନ୍ତର୍ଜାତିକ ବିମାନ ଉଡାଣ ସ୍ଥଗିତ
  • ||
  • ସୋର: ମନ୍ଦିରରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୂପା ଗହଣା ଚୋରି
  • ||
  • କୋକସରା: ବିଦ୍ୟୁତ ସଂଯୋଗ ପାଇଁ ରାସ୍ତା ଅବରୋଧ କଲେ ଗ୍ରାମବାସୀ
  • ||
  • କନ୍ଧମାଳ: ପେଟ୍ରୋଲ ପମ୍ପକୁ ତେଲ ପକାଇବା ଆସିଥିବା ଗାଡ଼ିରୁ ମୋବାଇଲ ଚୋରି
  • ||

ଆତଙ୍କବାଦୀଙ୍କ ବିରୋଧରେ ଲଢେଇ, କୌଣସି ଧର୍ମ ସହ ନୁହେଁ: ସୁଷମା

ଆବୁଧାବୀ,୧।୩:  ଭାରତର ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ଶୁକ୍ରବାର ଆବୁଧାବୀରେ ମୁସଲିମ ଦେଶଙ୍କ ସଂଗଠନ ଅର୍ଗାନାଇଜେସନ୍ ଅଫ୍ ଇସଲାମିକ୍ କୋ-ଅପରେଶନ୍(ଓଆଇସି)ର ବୈଠକରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି।  ସୁଷମା  କହିଛନ୍ତି ଆତଙ୍କବାଦ ବିରୋଧ ଲଢେଇ କୌଣସି ଧର୍ମ ବିରୋଧରେ ନୁହେଁ। ଋକବେଦରେ ଅଛି ଭଗବାନ ଏକ ଓ ସମସ୍ତ ଧର୍ମର ଅର୍ଥ ହେଉଛି ଶାନ୍ତି। ଯେଉଁଭଳି ଭାବରେ  ଇସ୍ଲାମର ଅର୍ଥ ଶାନ୍ତି, ଆଲ୍ଲାହଙ୍କ ୯୯ ନାମ ମଧ୍ୟରୁ କୌଣସି ନାମର ଅର୍ଥ ହିଂସା ନୁହେଁ ସେଭଳି ସବୁ ଧର୍ମ ଶାନ୍ତି ପାଇଁ।  ବିଶ୍ବ ଆଜି ଆତଙ୍କବାଦର ସମସ୍ୟା ଦେଇ ଗତି କରୁଛି। ଆତଙ୍କବାଦୀ ସଂଗଠନର ଟେରର ଫଣ୍ଡିଙ୍ଗ ଉପରେ ରୋକ ଲଗାଇବା ଦରକାର।  ସେ ଏହି ସମୟରେ କୌଣସି ଦେଶର ନାଁ ନନେଇ କହିଥିଲେ ଭାରତ ଆତଙ୍କବାଦ ସହ ଲଢେଇ କରୁଛି। ଆତଙ୍କବାଦର ପରିସର ବଢୁଛି। ଆଜି ଆତଙ୍କବାଦକୁ ସଂରକ୍ଷଣ ଓ ସୁରକ୍ଷା ଦେବା ଉପରେ ରୋକ ଲଗାଇବା ଦରକାର।

source: http://www.palpalindia.com

  ଏହି ଅବସରରେ ସୁଷମା କହିଛନ୍ତି ୨୦୧୯ ଭାରତ ପାଇଁ  ଏକ ମହତ୍ତ୍ବପୂର୍ଣ୍ଣ ବର୍ଷ। ଆମେ ମହାତ୍ମା ଗାନ୍ଧିଙ୍କ ୧୫୦ ତମ ଜୟନ୍ତୀ ପାଳନ କରୁଛୁ। ଏହା ସହ ସେ କହିଛନ୍ତି ଓଆଇଓିରେ ପ୍ରଥମ ଥର ଭାରତକୁ ମୁଖ୍ୟ ଅତିଥି ଭାବରେ ଯୋଗଦେବା ସମ୍ମାନର କଥା। ଏହାପରେ ସୁଷମା ଆତଙ୍କବାଦ ବିପଦକୁ ନେଇ ବହୁ ଗୁରୁତ୍ବପୂର୍ଣ୍ଣ କଥା କହିଥିଲେ। ସେ କହିଥିଲେ ଆତଙ୍କବାଦ ବହୁ ଜୀବନ ନଷ୍ଟ କରିଦେଇଛି। ଭାରତର ଧାର୍ମିକ ଓ ସାଂସ୍କୃତିକ ବିବିଧତା ସମ୍ପର୍କରେ ବର୍ଣ୍ଣନା କରି ସେ କହିଛନ୍ତି ଭାରତରରେ ପ୍ରତି ଧର୍ମ ଓ ସଂସ୍କୃତିର ସମ୍ମାନ ରହିଛି। କାରଣରୁ ଭାରତରେ ବହୁତ କମ୍ ମୁସଲିମ ଆତଙ୍କବାଦର ବିଷାକ୍ତ ପ୍ରଚାରରେ ପ୍ରଭାବିତ ହୋଇଛନ୍ତି। ଉଲ୍ଳେଖନୀୟ ଯେ ସବୁଠାରୁ ବଡ କଥା ହେଉଛି ପାକିସ୍ତାନର ବହୁ ଚେଷ୍ଟା ପରେ ଓଆଇସି ଭାରତକୁ ପଠାଇଥିବା ନିମନ୍ତ୍ରଣ ରଦ୍ଦ କରି କରିନାହିଁ। ଏହା ହେଉଛି କୁଟନୀତିକ ସ୍ତରରେ
ଭାରତର ବଡ ବିଜୟ। ଭାରତକୁ ନିମନ୍ତ୍ରଣ ନଦେବାକୁ ଓଆଇସିକୁ ପାକିସ୍ତାନ ଦାବି କରିଥିଲା। କିନ୍ତୁ ଏହା ଖାରଜ ହେବାପରେ ପାକିସ୍ତାନ ଶେଷରେ ଓଆଇସି ବୈଠକକୁ ବହିଷ୍କାର କରିଛି।  

ସମ୍ବନ୍ଧିତ ଖବର