PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୧୩୫କୁ ବୃଦ୍ଧି
  • ||
  • ଗଞ୍ଜାମ: କୋଦଳା ଖଦାଳ ସାହିରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ
  • ||
  • ଭୁବନେଶ୍ୱର: ରାଜ୍ୟରେ ଉପର ତଳ ହେଉଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ଆଉ ୬୬୩ ଜଣ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର: ୨୦ରୁ ଯୁକ୍ତ ୩ ଦ୍ୱିତୀୟ ବର୍ଷ କ୍ଲାସ୍‌ ରୁମ୍‌ ପଢ଼ା, ଆଜିଠୁ ଖୋଲିବ ହଷ୍ଟେଲ
  • ||
  • ଭୁବନେଶ୍ୱର: BBI ଓ OOPRE ବାରକୁ ସିଲ୍ କଲା ବିଏମ୍‌ସି, ମ୍ୟାନେଜରଙ୍କ ସହ ୪ ଜଣ ଅଟକ
  • ||
  • ଭୁବନେଶ୍ୱର: ରାଷ୍ଟ୍ରୀୟ ମର୍ଯ୍ୟାଦା ସହକାରେ ହେବ ମନୋରମା ମହାପାତ୍ରଙ୍କ ଶେଷକୃତ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଘୋଷଣା
  • ||

ଏଲ୍‌ଓସିର ୧୪ଟି ଲଞ୍ଚ ପ୍ୟାଡରେ ଆତଙ୍କୀ ସକ୍ରିୟ, ଅନୁପ୍ରବେଶ ଅପେକ୍ଷାରେ ୩୦୦ ଆତଙ୍କୀ

ନୂଆଦିଲ୍ଲୀ,୦୧/୦୮: ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖା (ଏଲ୍‌ଓସି)ରେ ଥିବା ଆତଙ୍କୀ ଶିବିରଗୁଡିକୁ ପାକିସ୍ତାନ ପୁଣି ସକ୍ରିୟ କରିଛି । ଏଥିସହ ଅଲ୍‌ବାଦର ଆତଙ୍କୀ ସଙ୍ଗଠନ ମଧ୍ୟ ସକ୍ରିୟ ହୋଇଉଠିଛି । ତେଣୁ ଆଗାମୀ ଦିନରେ ଜମ୍ମୁ-କାଶ୍ମୀରରେ ଆତଙ୍କୀ ହିଂସାକାଣ୍ଡ ବୃଦ୍ଧି ପାଇବାର ଆଶଙ୍କା ରହିଛି ।

ବିଶେଷ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଏଲ୍‌ଓସିରେ ଏବେ ୧୪ଟି ଲଞ୍ଚ ପ୍ୟାଡକୁ ପାକିସ୍ତାନ କାର୍ଯ୍ୟକ୍ଷମ କରାଇଛି । ଟଙ୍ଗଧର, ନୌଗାମ, ଉରି, ପୁଞ୍ଚ ଓ ପଲୱାନ ଅଞ୍ଚଳରେ ଗୋଟିଏ ଲେଖାଏ ଲଞ୍ଚ ପ୍ୟାଡ ରହିଥିଲା ବେଳେ ମଚ୍ଚଲ, କ୍ରିଷ୍ଣାଘାଟି ଓ ନୌସେରା ଅଞ୍ଚଳାରେ ଦୁଇଟି ଲେଖାଏ ଲଞ୍ଚ ପ୍ୟାଡ ରହିଛି । ସେହିଭଳି ଭିମବର ଗଲି ଅଞ୍ଚଳରେ ୩ଟି ଲଞ୍ଚ ପ୍ୟାଡ ରହିଥିବା ସୂଚନା ମିଳିଛି । ଯାହାଫଳରେ ସେଠାରେ ଆତଙ୍କବାଦୀମାନେ ରହିବା ସହିତ ଭାରତୀୟ ସୀମାକୁ ଅନୁପ୍ରବେଶ ଲାଗି ସୁଯୋଗକୁ ଅପେକ୍ଷା କରିଛନ୍ତି ।

ଏଥିସହିତ ଏଲ୍‌ଓସିରେ ପ୍ରାୟ ୨୫୦ ଆତଙ୍କୀ ରହିଥିବା ବେଳେ ଆଇବି (ଅନ୍ତର୍ଜାତୀୟ ସୀମା)ରେ ୪୦ରୁ ଅଧିକ ଆତଙ୍କୀ ରହିଛନ୍ତି । ପୀର ପଞ୍ଜାଲ ପାହାଡର ଉତ୍ତରରେ ଥିବା ଲଞ୍ଚ ପ୍ୟାଡରେ ଅଧିକ ସଂଖ୍ୟକ ଆତଙ୍କୀ ଅଛନ୍ତି । ସେମାନଙ୍କ ସଂଖ୍ୟା ୧୫୦-୧୬୫ । ପୀର ପଞ୍ଜାଲର ଦକ୍ଷିଣରେ ଥିବା ଲଞ୍ଚ ପ୍ୟାଡରେ ୭୫-୮୫ ଜଣ ଆତଙ୍କୀ ରହିଛନ୍ତି । ଅବଶିଷ୍ଟ ଆତଙ୍କୀ ଆଇବିରେ ଥିବା ଲଞ୍ଚ ପ୍ୟାଡରେ ଆତ୍ମଗୋପନ କରିଛନ୍ତି । ହିଜବୁଲ ମୁଜାହିଦ୍ଦିନ, ଲସ୍କର-ଇ-ତୋଇବା ଓ ଜୈସ୍‌-ଇ-ମହମ୍ମଦ ଭଳି ପ୍ରମୁଖ ଆତଙ୍କବାଦୀ ସଙ୍ଗଠନ ରହିଥିଲେ ମଧ୍ୟ ପାକିସ୍ତାନ ଅଲ୍‌ବାଦର ନାମକ ଏକ ନୂଆ ସଙ୍ଗଠନ ସୃଷ୍ଟି କରିଛି । ଏଲ୍‌ଓସି ନିକଟ ଆଥମୁକାମ ଓ ଶାରଡି ଠାରେ ଏହି ଅଲ୍‌ବାଦର ଆତଙ୍କୀ କ୍ୟାମ୍ପ ରହିଛି ।

ଜମ୍ମୁ-କାଶ୍ମୀରର ଯୁବକମାନଙ୍କୁ ଆତଙ୍କୀ ସଙ୍ଗଠନରେ ନିଯୁକ୍ତି ଦେବା ପ୍ରକ୍ରିୟା ମଧ୍ୟ ଜାରି ରହିଛି । ଚଳିତବର୍ଷ ୬ମାସ ଭିତରେ ବିଭିନ୍ନ ଆତଙ୍କୀ ସଙ୍ଗଠନରେ ପ୍ରାୟ ୬୦ ଜଣ କାଶ୍ମୀର ଯୁବକଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନଙ୍କ ମଧ୍ୟରୁ ୧୨ ଜଣ ଲସ୍କରଇ-ତୋଇବା ସଙ୍ଗଠନରେ ଯୋଗ ଦେଇଥିଲା ବେଳେ ୧୨ ଜଣ ହିଜବୁଲ ମୁଜାହିଦ୍ଦିନ, ୧୧ ଜଣ ଅଲ୍‌ବାଦର ଓ ୩ ଜଣ ଜୈସ୍‌ଇ-ମହମ୍ମଦ ସଙ୍ଗଠନରେ ସାମିଲ ହୋଇଛନ୍ତି। ଅନ୍ୟ ଯୁବକମାନେ ଛୋଟଛୋଟ ଆତଙ୍କୀ ସଙ୍ଗଠନ ସହ ମିଶିଛନ୍ତି ।

ମାର୍ଚ୍ଚରୁ ମେ ମଧ୍ୟରେ ପୁଲୱାମା ଜିଲ୍ଲାର ୧୬ ଓ ସୋପିଆନ ଜିଲ୍ଲାର ୧୫ଜଣ ଯୁବକ ଆତଙ୍କୀ ସଙ୍ଗଠନରେ ଯୋଗ ଦେଇଛନ୍ତି । ତେବେ ଗତବର୍ଷ ତୁଳନାରେ ଚଳିତବର୍ଷ ନିଯୁକ୍ତି କମ୍‌ ରହିଛି । ଗତବର୍ଷ ୬ମାସ ଭିତରେ ୮୧ ଯୁବକ ନିଯୁକ୍ତି ହୋଇଥିଲେ । ୨୦୨୦ରେ ହିଜବୁଲରେ ୭୫, ଲସ୍କରରେ ୬୯,ଜୈସ୍‌ରେ ୨୩ ଏବଂ ଅଲ୍‌ବାଦର ଆତଙ୍କୀ ସଙ୍ଗଠନରେ ୧୮ ଜଣ ଯୁବକ ସାମିଲ ହୋଇଥିଲେ ।

ସମ୍ବନ୍ଧିତ ଖବର