ପାକ୍‌କୁ ୟୁରୋପୀୟ ସଂଘର ଭର୍ତ୍ସନା: ଭାରତ ଭିତରକୁ ଆତଙ୍କୀ କ’ଣ ଚନ୍ଦ୍ରରୁ ଆସୁଛନ୍ତି

ନୂଆଦିଲ୍ଲୀ ୧୯/୯: ଆତଙ୍କବାଦ ପ୍ରସଙ୍ଗରେ ଭାରତକୁ ଏକ ବଡ଼ କୂଟନୈତିକ ସଫଳତା ମିଳିଛି । ୟୁରୋପୀୟ ସଂଘ ଏହି ପ୍ରସଙ୍ଗରେ ଭାରତକୁ ସମର୍ଥନ କରିଛି ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବାରୁ ପାକିସ୍ତାନକୁ ଭର୍ତ୍ସନା କରିଛି । ୟୁରୋପୀୟ ସଂଘର ସଂସଦରେ ଅନେକ ସାଂସଦ ଏହା ଉପରେ ବିତର୍କରେ ଭାଗ ନେଇ ପାକିସ୍ତାନକୁ ତୀବ୍ର ସମାଲୋଚନା କରିଛନ୍ତି ଏବଂ ତା’କୁ ଆତଙ୍କବାଦର ଗଡ଼ ବୋଲି ଅବିହିତ କରିଛନ୍ତି ।

ୟୁରୋପୀୟ ସଂଘର ଜଣେ ସାଂସଦ ରିସଜାର୍ଡ ଜାରନେକି କହିଛନ୍ତି ଯେ ଭାରତରେ ଯେତେ ସବୁ ଆତଙ୍କବାଦୀ ଆକ୍ରମଣ ଘଟଣା ଘଟିଛି, ସେଥିରେ ସଂପୃକ୍ତ ଆତଙ୍କବାଦୀମାନେ ଚନ୍ଦ୍ରରୁ ଆସିନାହାନ୍ତି । ସେମାନେ ଭାରତର ପଡୋଶରୁ ହିଁ ଆସିଛନ୍ତି ।

ୟୁରୋପୀୟ ସଂଘର ଆଉ ଜଣେ ସାଂସଦ ତଥା ଗ୍ରୁପ ଅଫ ୟୁରୋପୀୟାନ ପିପୁଲସ ପାର୍ଟିର ସଦସ୍ୟ ଫୁଲଭିଓ ମାରଟୁସିଲେ କହିଛନ୍ତି ଯେ ଭାରତ ହେଉଛି ବିଶ୍ୱର ଏକ ମହାନ ଗଣତାନ୍ତ୍ରିକ ରାଷ୍ଟ୍ର । ଏହି ଦେଶ ଏପର୍ଯ୍ୟନ୍ତ କେତେ ଆତଙ୍କବାଦୀ ଆକ୍ରମଣର ଶିକାର ହେଲାଣି, ସେସବୁକୁ ବିଚାରକୁ ନିଆଯିବା ଉଚିତ । ଭାରତରେ ଆତଙ୍କବାଦୀ ଆକ୍ରମଣ ପାଇଁ ପାକିସ୍ତାନ ହିଁ ଦାୟୀ ।

ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀମାନେ ୟୁରୋପରେ ବି ଆକ୍ରମଣ କରିବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି । ପାକିସ୍ତାନ ମଧ୍ୟ ଭାରତ ଉପରେ ପରମାଣୁ ଆକ୍ରମଣ ପାଇଁ ବାରମ୍ବାର ଧମକ ଦେଉଛି । ଆତଙ୍କବାଦ ପ୍ରସଙ୍ଗରେ ପାକିସ୍ତାନର ନୀତି ସ୍ପଷ୍ଟ ନୁହେଁ । ୟୁରୋପୀୟ ସଂଘ ନେତାମାନଙ୍କ ବୟାନ ଯୋଗୁ ପାକିସ୍ତାନର ଚିନ୍ତା ଆହୁରି ବଢ଼ିବ । କାରଣ କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆନ୍ତର୍ଜାତିକ ସମୁଦାୟର ସମର୍ଥନ ହାସଲ କରିବାକୁ ଉଦ୍ୟମ କରୁଥିଲାବେଳେ ବିଦେଶୀ ନେତାମାନଙ୍କ ଏ ପ୍ରକାର ଆଭିମୁଖ୍ୟ ଯୋଗୁ ସିଏ ନିରାଶ ହେବା ଥୟ ।

   ସମ୍ବନ୍ଧିତ ଖବର


ଏସିଆରେ ‘ସୁପରପାୱାର’: ଭାରତ ଚତୁର୍ଥ ଶକ୍ତିଶାଳୀ

କୋଭିଡ୍‌ ଚିକିତ୍ସାର ନୂଆ ଆବିଷ୍କାର ନିମନ୍ତେ ୧୪ ବର୍ଷୀୟା ଭାରତୀୟ-ଆମେରିକୀୟ ବୈଜ୍ଞାନିକ ସମ୍ମାନିତ

ବିଧାନସଭାରେ ରାତି ବିତେଇଲେ ଆମ୍ ଆଦମୀ ବିଧାୟକ !

କରୋନା ଦ୍ୱାରା ବେଶୀ ବିପଦ ନୁହେଁ ଟିବି ! ଟ୍ୟୁବରକୁଲୋସିସ୍ ୱାର୍ଡରେ କୋଭିଡର ବହୁତ କମ୍ ରୋଗୀ

ଆସାମର ଡାକ୍ତରଙ୍କ ପିପିଇ କିଟ୍‌ ପିନ୍ଧି ନୃତ୍ୟ – ସୋସିଆଲ ମିଡ଼ିଆରେ ମିଳିଲା ଖୁବ୍‌ ପ୍ରଶଂସା

ଡାକ୍ତରଙ୍କ ଘୁଙ୍ଗୁର ଡ୍ୟାନ୍ସ ଭିଡିଓ ଭାଇରାଲ, ହ୍ରିତିକ ରୋଶନ କଲେ ପ୍ରଶଂସା