‘ଷ୍ଟାଚ୍ଯୁ ଅଫ ୟୁନିଟି’କୁ ଉଡାଇବାକୁ ଚାହୁଁଛନ୍ତି ଆତଙ୍କବାଦୀ, ସୁରକ୍ଷା ବଢାଇଲେ ସରକାର

source:zeenews.india.com
ଅହମଦାବାଦ ୧୮/୨: ନର୍ମଦା ନଦୀ କୂଳରେ ସ୍ଥାପିତ ଷ୍ଟାଚ୍ଯୁ ଅଫ ଯୁନିଟିକୁ ନେଇ ଇଣ୍ଟେଲିଜେନ୍ସ ବ୍ଯୁରୋ ଆଲର୍ଟ ଜାରି କରିଛି । ଆଇବି ଏହି ଆଲର୍ଟ ଜାରି କରିଛି ଯେ ଆତଙ୍କବାଦୀ ଷ୍ଟାଚ୍ୟୁ ଅଫ ୟୁନିଟିକୁ ଉଡାଇ ପାରନ୍ତି । ଏଥିପାଇଁ ଆତଙ୍କବାଦୀ ଅନେକ ବମ୍ ଧମାକା କରିପାରନ୍ତି । ଆଇବିର ଆଲର୍ଟ ପରେ ଗୁଜୁରାତ ସରକାର ଷ୍ଟାଚ୍ୟୁ ଅଫ ୟୁନିଟିର ସୁରକ୍ଷା ବଢାଇଦେଇଛନ୍ତି । ଏହି ଅଞ୍ଚଳରେ ପୋଲିସ ପେଟ୍ରୋଲିଂ ବଢାଇଦିଆଯାଇଛି । ପୁଲୱାମା ଆକ୍ରମଣ ପରେ ଆଇବିର ଏହି ଆଲର୍ଟକୁ ଗମ୍ଭୀରତାର ସହିତ ନିଆଯାଇଛି ।
କହିରଖୁଛୁ ଗତ ବର୍ଷ ଅକ୍ଟୋବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀରେ ୧୮୨ ମିଟର ଉଚ୍ଚତା ବିଶିଷ୍ଟ ଷ୍ଟାଚ୍ଯୁ ଅଫ ୟୁନିଟିକୁ ଅନାବରଣ କରିଥିଲେ । ନର୍ମଦା ନଦୀ କୂଳରେ ଥିବା ଏହି ଷ୍ଟାଚ୍ଯୁ ବିଶ୍ୱର ଉଚ୍ଚତମ ପ୍ରତିମୂର୍ତ୍ତି ଅଟେ । ଏହାର ନିର୍ମାଣରେ ୨୩୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ।