PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର: ଆଜି ଅପରାହ୍ନ ୫ଟାରେ କୋଭିଡ଼ ନେଇ ସମିକ୍ଷା କରି​‌ବେ ମୁଖ୍ୟମନ୍ତ୍ରୀ
  • ||
  • ପଞ୍ଜାବ ନିର୍ବାଚନ: ପଞ୍ଜାବ ପାଇଁ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା, ମୁଖ୍ୟମନ୍ତ୍ରୀ ଚେହେରା ହେଲେ ଭାଗୱତ ମାନ୍
  • ||
  • ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ଲାଗି ବଡ଼ ଘୋଷଣା, ଡ୍ୟୁଟିରେ ଥାଇ ମୃତ୍ୟୁ ହେଲେ ମିଳିବ ୩୦ଲକ୍ଷ ଅନୁକୁମ୍ପା
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୮କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ରାଜ୍ୟରେ ୮୦ ହଜାର ଟପିଲା ଆକ୍ଟିଭ କେସ୍, ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୧,୦୮୬ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ଵର : ଏଟିଏମ୍‌ରୁ ଲୁଟ୍ ଉଦ୍ୟମ ବେଳେ ଧରାପଡ଼ିଲେ ୨ ଯୁବକ, ଗ୍ୟାସ୍ କଟର ମେସିନ୍ ଜବତ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗାଏବ ହେବ ଶୀତ, ୨ ଦିନ ଘନ କୁହୁଡ଼ି, ୨୩ରୁ ବର୍ଷା ସମ୍ଭାବନା
  • ||
  • କଣ୍ଟାବାଞ୍ଜି : ବାଇକ୍ ଦୁର୍ଘଟଣାଗ୍ରସ୍ତ, ୨ ବାଇକ୍ ଆରୋହୀ ମୃତ
  • ||
  • ଚେନ୍ନାଇ : ୧୮ ବର୍ଷର ବୈବାହିକ ସମ୍ପର୍କରେ ପୂର୍ଣ୍ଣଛେଦ ପକାଇଲେ ସାଉଥ୍ ସୁପରଷ୍ଟାର ଧନୁଷ-ଐଶ୍ଵର୍ଯ୍ୟା, ଟ୍ଵିଟ୍ କରି ଦେଲେ ସୂଚନା
  • ||
  • ଲମତାପୁଟ : ପିକଅପ୍ ଭ୍ୟାନ୍‌ରୁ ୩୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ
  • ||

ପଙ୍କରୁ ବାହାରେ ସୁନା,ଲୋକମାନେ ବ୍ୟାଗରେ ଭରି ନେଇ ଆସନ୍ତି

ସାଧାରଣତ ଆମେମାନେ ସୁନା ରେଟ ଜାଣିବାପରେ କିଛି କିଣିଥାଉl କିନ୍ତୁ କେବଳ କଳ୍ପନା କରଛନ୍ତି ଯଦି ଆପଣଙ୍କୁ ମାଗଣାରେ ବହୁତ ମିଳିଯାଏ? ଏଭଳି ଏକ ଖବର ଥାଇଲ୍ୟାଣ୍ଡରେ ଦେଖିବାକୁ ମିଳିଛି l ସେଠାର ଏକ ନଦୀରେ ସୁନା ବହିଥାଏ l ଆଉ ଲୋକମାନେ ବ୍ୟାଗ ନେଇ ସୁନା ସଂଗ୍ରହ କରିବାକୁ ପ୍ରତିଦିନ ସକାଳେ ସେଠାରେ ପହଞ୍ଚି ଯାଆନ୍ତି l

Deutsche Welle ର ରିପୋର୍ଟ ଅନୁଯାୟୀ, ଏହି ସ୍ଥାନ ଦକ୍ଷିଣ ଥାଇଲ୍ୟାଣ୍ଡରେ ରହିଛି ଓ ଏହା ମାଲେସିଆ ସହିତ ସଂଯୁକ୍ତ ରହିଛି l ଏହି ଅଞ୍ଚଳକୁ ଗୋଲଡ ମାଉଣ୍ଟେନ୍ କୁହାଯାଏ ଏବଂ ଦୀର୍ଘ ସମୟ ଧରି ଏଠାରେ ସୁନାର ଖନନ କାର୍ଯ୍ୟ କରାଯାଉଛି କିନ୍ତୁ, କରୋନା ମହାମାରୀ କାରଣରୁ ଆର୍ଥିକ ଅବସ୍ଥା ଖରାପ ହେତୁ ଏଠାର ସ୍ଥାନୀୟ ଲୋକଙ୍କ ପାଇଁ ଟଙ୍କା ରୋଜଗାରର ଏକ ମହତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି l ଏବେ ଲୋକମାନେ କାଦୁଅରୁ ସୁନା ଛାଣି ବାହାର କରୁଛନ୍ତି ଲଏଠାରୁ ଏତେ ସୁନା ବାହାରକୁ ଆସେ ନାହିଁ ଯେ, ଲୋକମାନଙ୍କୁ ଆରାମରେ ମିଳିଯିବ ଓ ଦିନସାରା କୌଣସି କାମ କରିବାର ଆବଶ୍ୟକତା ନାହିଁ l ବହୁ ପରିଶ୍ରମ ପରେ ଏଠାରୁ କିଛି ଗ୍ରାମ ସୁନା ମିଳିଥାଏ ଲ

ରିପୋର୍ଟ ଅନୁଯାୟୀ, ୧୫ ମିନିଟ୍ କାମ କରିବା ପରେ ସେତିକି ସୁନା ମିଳିଥାଏ ଯେତିକି ଗୋଟିଏ ଦିନ ଚାଲିବା ପାଇଁ ବ୍ୟବହାର କରି ହେବ l ରିପୋର୍ଟରେ ଜଣେ ମହିଳାଙ୍କ କାହାଣୀ କୁହାଯାଇଛି, ଯାହାଙ୍କ କହିବା ଅନୁଯାୟୀ ସେ ୧୫ ମିନିଟର ପରିଶ୍ରମ କରି ପ୍ରାୟ ୨୪୪ ଟଙ୍କା ମୂଲ୍ୟର ସୁନା ବାହାର କରିଛନ୍ତି ଏବଂ ସେ ଏହି କାମରେ ବହୁତ ଖୁସି ଅଛନ୍ତି।