ଏହି ଦେଶର ରାଜା ନିଜର ବଡିଗାର୍ଡଙ୍କୁ କଲେ ଚତୁର୍ଥ ବିବାହ, ପୂର୍ବରୁ ଅଛନ୍ତି ୭ଟି ସନ୍ତାନ

ନୂଆଦିଲ୍ଲୀ,୨।୫: ଥାଇଲାଣ୍ଡର ରାଜା ମହା ଭାଜିରାଲୋଙ୍ଗକୋର୍ଣ୍ଣ ନିଜର ରାଜ୍ୟାଭିଷେକ ହେବାର ଠିକ୍ ପୂର୍ବରୁ ଏକ ଅପ୍ରତ୍ୟଶିତ ପଦକ୍ଷେପ ଗ୍ରହଣ କରିଛନ୍ତି,ଯାହାକୁ ନେଇ ଏବେ ସାରା ବିଶ୍ବରେ ଚାଲିଛି ପ୍ରବଳ ଚର୍ଚ୍ଚା। ଥାଇଲାଣ୍ଡର ରାଜା ଭାଜିରାଲୋଙ୍ଗକୋର୍ଣ୍ଣ ନିଜର ସୁରକ୍ଷାଗାର୍ଡର ଡେପୁଟି କମାଣ୍ଡରଙ୍କୁ ବିବାହ କରିଛନ୍ତି। ବୁଧବାର ବିବାହ ପରେ ରାଜପରିବା ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ବିବାହ ପରେ ଭାଜିରାଲୋଙ୍ଗକୋର୍ଣ୍ଣଙ୍କ ପତ୍ନୀ ସୁଥିନ୍ଦା ତିନ୍ଦଜଇଙ୍କୁ ରାଣୀ ଉପାଧି ମିଳିଯାଇଛି। ଆସନ୍ତା ଶନିବାର ଭାଜିରାଲୋଙ୍ଗକୋର୍ଣ୍ଣଙ୍କୁ ଏକ ପାରମ୍ପାରିକ ସମାରୋହରେ ରାଜ୍ୟାଭିଷେକ ପରେ ସେ ବିଧିବଦ୍ଧ ଭାବରେ ଦେଶର ରାଜା ଭାବରେ ନିଜୟ ଦାୟିତ୍ବ ତୁଲାଇବେ।

ଉଲ୍ଲେଖନୀୟ ଯେ ୬୬ ବର୍ଷୀୟ ଭାଜିରାଲୋଙ୍ଗକୋର୍ଣ୍ଣ ତାଙ୍କ ବାପା ରାଜା ଭୂମିବୋଲ ଅଦୁଳାୟଦେଜଙ୍କ ଅକ୍ଟୋବର ୨୦୧୬ରେ ମୃତ୍ୟୁ ପରେ ସମ୍ରାଟ ହେବାର ଘୋଷଣା କରାଯାଇଥିଲା। ଭାଜିରାଲୋଙ୍ଗକୋର୍ଣ୍ଣଙ୍କ ବାପା ୭୦ ବର୍ଷ ପର୍ଯ୍ୟନ୍ତ ସିଂହାସନ ଦାୟିତ୍ବ ଗ୍ରହଣ କରିଥିଲେ।  

ସୁଥିନ୍ଦାଙ୍କ ବୟସ ୪୦ ବର୍ଷ ହୋଇଥିବା ବେଳେ ସେ ପୂର୍ବରୁ ଥାଇ ଏୟାରଓ୍ବେଜ ଇଣ୍ଟରନ୍ୟାସନାଲରେ ଫ୍ଲାଇଟ୍ ଆଟେଣ୍ଡାଣ୍ଟ ରହିସାରିଛନ୍ତି। ୨୦୧୪ରେ ତାଙ୍କୁ ନିଜର ବଡିଗାର୍ଡ ୟୁନିଟର ଡେପୁଟି କମାଣ୍ଡର ଭାବରେ ନିଯୁକ୍ତ କରିଥିଲେ ଭାଜିରାଲୋଙ୍ଗକୋର୍ଣ୍ଣ । କେବଳ ସେତିକି ନୁହେଁ ତାଙ୍କୁ ରାଜକୀୟ ସମ୍ମାନ ଥାନପୁୟିଙ୍ଗେରେ ମଧ୍ୟ ସମ୍ମାନିତ କରାଯାଇଥିଲା।

ରାଣୀ ସୁଥିନ୍ଦାଙ୍କୁ ଦୀର୍ଘ ଦିନ ଧରି ଭାଜିରାଲୋଙ୍ଗକୋର୍ଣ୍ଣ ଙ୍କ ସହ ଦେଖିବାକୁ ମିଳିଥିଲା। କିନ୍ତୁ ବିଧିବଦ୍ଧ ଭାବରେ ସେମାନଙ୍କ ସମ୍ପର୍କ ବିଷୟରେ କିଛି ଘୋଷଣା ହୋଇନଥିଲା। ଏହା ପୂର୍ବରୁ ଭାଜିରାଲୋଙ୍ଗକୋର୍ଣ୍ଣ ୩ ଜଣଙ୍କୁ ବିବାହ କରିସାରିଛନ୍ତି ଏବଂ ସମସ୍ତଙ୍କୁ ମଧ୍ୟ ଛାଡପତ୍ର ଦେଇସାରିଛି। ଏପରିକି ତାଙ୍କର ୭ଟି ସନ୍ତାନ ଅଛନ୍ତି ବୋଲି ଜଣାପଡଛି।

ରାଜକୀୟ ବିବାହର କିଛି ଫଟୋ ଦେଖିବାକୁ ମିଳିଛି। ଯେଉଁଥିରେ ରାଜପରିବାରର ସଦସ୍ୟଙ୍କ ସହ ରାଜମହଲର ପରାମର୍ଶଦାତାଙ୍କୁ ଦେଖିବାକୁ ମିଳିଛି। ସୁଥିନ୍ଦାଙ୍କ ଉପରେ ରାଜା ପବିତ୍ର ଜଳ ସିଞ୍ଚ କରୁଥିବାର ଦେଖିବାକୁ ମିଳିଛି, ଏହାପରେ ସୁଥିନ୍ଦା ତାଙ୍କ ପାଦ ତଳେ ମୁଣ୍ଡ ନୁଆଁଇ ଆର୍ଶିବାଦ ନେଉଥିବାର ଦେଖିବାକୁ ମିଳୁଛି। ଏହାପରେ ଦୁହେଁ ରେଜେଷ୍ଟ୍ରୀରେ ସ୍ବାକ୍ଷର କରି ବିବାହ ବନ୍ଧନରେ ଆବନ୍ଦ ହୋଇଥିଲେ।

   ସମ୍ବନ୍ଧିତ ଖବର


ଅନାଥ ଯୁବକ JEEରେ ପାଇଥିଲେ ୨୭୦ ରାଙ୍କ୍‌ – ଭୁଲ୍‌ ଲିଙ୍କ୍‌ରେ କ୍ଲିକ୍‌ କରି ହରେଇଲେ ଆଇଆଇଟି ସିଟ୍‌ !

କେନ୍ଦ୍ର ସରକାରଙ୍କ ନୂଆ କରୋନା ଗାଇଡ଼ଲାଇନ୍ : ଡିସେମ୍ବର ମାସ ପାଇଁ କ’ଣ ବଦଳିଲା କ’ଣ ବଳବତ୍ତର ରହିଲା, ଜାଣନ୍ତୁ…

ମହଙ୍ଗା ହେଲା ରୋଷେଇ ଗ୍ୟାସ୍‌, ଜାଣନ୍ତୁ କେଉଁ ସହରରେ କେତେ ରହିଛି ଦର

‘ବିମାନରୁ ବାହାରକୁ ବାହାରିବାରେ ସଫଳ ହୋଇଥିଲେ ନିଖୋଜ ପାଇଲଟ ’– ମିଗ୍‌-୨୯କେ’ର ବିଶେଷଜ୍ଞଙ୍କ ଠାରୁ ସ୍ପଷ୍ଟ

କୃଷି ଆଇନକୁ ବିରୋଧ: ମେଣ୍ଟ ପାଇଁ ଅଡୁଆ, ଏନ୍‌ଡିଏ ଛାଡ଼ିବାକୁ ଧମକ ଦେଲା ଆରଏଲ୍‌ପିର

କରୋନା ସ୍ଥିତି ସମୀକ୍ଷା ପାଇଁ ୪ରେ ସର୍ବଦଳୀୟ ବୈଠକ, ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି