PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

ରାଜଧାନୀ ହାଇ ପ୍ରୋଫାଇଲ୍ ଠକ- ସୁଟ୍‌ବୁଟ୍‌ ପିନ୍ଧି ଲମ୍ବା କାର୍‌ରେ ଠକାମୀ ପାଇଁ ପହଞ୍ଚିଥିବା ବେଳେ ଗିରଫ

ବାଲିପାଟଣା – ବୟସ ବଦଳିଛି ସମୟ ବଦଳିଛି ହେଲେ ଠକର ଠକାମୀ ବଦଳିନି । ଲକ୍‌ଡାଉନ୍‌ ବେଳେ ଜଣଙ୍କୁ ଠକିବା ପାଇଁ ଉଦ୍ୟମ କରିଥିବା ବେଳେ ଗିରଫ ହୋଇଛି । ୫ ବର୍ଷ ତଳେ ଏହି ଠକ ନିଜକୁ ଭିଜିଲାନ୍ସ ଅଧିକାରୀ କହିଥିଲେ । ଏବେ ସେହି ସ୍ଥାନକୁ ଯାଇ ନିଜକୁ ନାବାର୍ଡର ଅଧିକାରୀ କହି ଠକିବା ପାଇଁ ଚେଷ୍ଟା କରୁଥିବା ବେଳେ ଗିରଫ ହୋଇଛି । ଠକ୍‌ର ଥାଟ୍‌ ବି ବେଶ ଭଲ ସମ୍ଭ୍ରାନ୍ତଶ୍ରେଣୀର । ଯିଏ ଦେଖିଲେ ବି ଧୋକା ଖାଇଯିବ । ସତେରେ ବଡ ଅଧିକାରୀ ବୋଲି ଭାବି ନେବ । ସୁଟ୍‌ବୁଟ୍‌ ମୋଟା କଳା ଚଷମା ସାଙ୍ଗକୁ ଚିକ୍କଣ ମୁଣ୍ଡ । ହାବ ଭାବ ବା ଷ୍ଟାଇଲ୍‌ ବି ବଡ ଅଧିକାରୀଙ୍କ ପରି । ଆଗରୁ ପୁରା ପ୍ରସ୍ତୁତି କରି ଆସେ । କଥାବାର୍ତ୍ତା ବି ମାର୍ଜିତ , ସହଜରେ ଧରା ପଡେନି । ପୂର୍ବରୁ ନିଜକୁ ଭିଜିଲାନ୍ସ ଅଧିକାରୀ କହି ୨ ହଜାର ନେଇଥିଲା ଲକ୍‌ଡାଉନ୍‌ ବେଳେ ପୁଣି ଷ୍ଟାଇଲ୍‌ ଟିକେ ଅଲଗା କରି ଠକିବା ପାଇଁ ଆସିଥିବା ବେଳେ ଧରା ପଡିଛି ।

ନିଜକୁ ନାବାର୍ଡ଼ ନିର୍ଦ୍ଦେଶକ କହି ଜଣେ ପ୍ରାଣୀ ଧନ ନିରିକ୍ଷକ ଘରେ ପହଁଞ୍ଚି ଠକେଇ ଉଦ୍ୟମ କରି ଫାଣ୍ଡି ରେ ଅଟକ ଏହି ବ୍ୟକ୍ତି । ଅଟକ ଥିବା ବ୍ୟକ୍ତି ଜଣକ ଭୁବନେଶ୍ଵର ସ୍ମିତ୍ ସେଠୀ । ବାଲିଅନ୍ତା ଥାନା ବାଳକାଟି ଫାଣ୍ଡି ଅଧିନ ଶିଶିଲୋ ଗ୍ରାମର ଡମ୍ବରୁଧର ବିଶ୍ଵାଳଙ୍କ ଘରେ ପହଁଞ୍ଚିଥିଲେ ସ୍ମିତ୍ । ଏକ ଜାଇଲୋ କାର୍ ରେ ସୁଟ୍ ବୁଟ୍ ରେ ସ୍ମିତ ଙ୍କୁ ଯେ କେହି ବିଶ୍ଵାସ କରି ନେବ । ସ୍ମିତ୍ ଶିଶିଲୋ ଗ୍ରାମରେ ପହଁଞ୍ଚି ନିଜକୁ ନାବାର୍ଡ ନିର୍ଦ୍ଦେଶକ କହି କାଗଜ ପତ୍ର ଯାଞ୍ଚ କରିବାକୁ କହିଲେ । ମାତ୍ର ପ୍ରାଣୀ ଧନ ନିରିକ୍ଷକ ଡମ୍ବରୁଧର ଗତ ଜୁଲାଇ ୩୧ ତାରିଖରୁ ଅବସର ନେଇଥିଲେ ।

ଏହା ସହ ଏହି ଠକ ଜଣକ ୫ ବର୍ଷ ପୂର୍ବେ ନିଜକୁ ଜଣେ ଭିଜିଲାନ୍ସ ଅଫିସର କହି ଦୁଇ ହଜାର ଟଙ୍କା ଡମ୍ବରୁଧରଙ୍କ ଠାରୁ ଲୁଟି ନେଇଥିଲେ । ଏବେ ପୁଣି ସଟଡାଉନ୍ ରେ ଠକାମି ଆରମ୍ଭ କରିଛି ଠକ ସ୍ମିତ୍ । ଯାହା ଫଳରେ ସ୍ମିତ୍ ଙ୍କୁ ଅଟକ ରଖି ପୋଲିସ କୁ ଖବର ଦେଇଥିଲେ । ସ୍ମିତ ଙ୍କୁ ବାଳକାଟି ଫାଣ୍ଡି ପୋଲିସ୍ ଅଟକ ରଖି ପଚରାଉଚରା କରୁଛି ।

ସମ୍ବନ୍ଧିତ ଖବର