ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

କ୍ଲର୍କ ଚାକିରି ଲୋଭ ଦେଖାଇ ଯୁବତୀଙ୍କୁ ଠକେଇ : ନକଲି ନିଯୁକ୍ତି ପତ୍ର ଦେଇ ନେଇଥିଲେ ୨ଲକ୍ଷ, ୨ ଗିରଫ

କୋରାପୁଟ ୭।୫ : ଯୁବତୀ ଜଣଙ୍କୁ ସରକାରୀ ଚାକିରି ଦେବା ନାଁରେ ବଡ଼ ଧରଣର ଠକେଇ ଧରାପଡ଼ିଛି। କୋରାପୁଟ ସହରର ସୁନାରି ସାହିର ଜଣେ ଉଚ୍ଚ ଶିକ୍ଷିତା ଯୁବତୀଙ୍କୁ ନକଲି ନିଯୁକ୍ତି ପତ୍ର ଦେଇ ତାଙ୍କଠାରୁ ୨ଲକ୍ଷ ଟଙ୍କା ଠକିଥିବା ଅପରାଧରେ କୋରାପୁଟ ଟାଉନ ଥାନା ପୋଲିସ ଶୁକ୍ରବାର ୨ଜଣଙ୍କୁ ଗିରଫ କରିଛି। ଟାଉନ ଥାନା ଆଇଆଇସି ଧିରେନ କୁମାର ପଟ୍ଟନାୟକ କହିଛନ୍ତି ଯେ, କୋରାପୁଟ ଟାଉନ ଥାନା ସୁନାରି ସାହିରେ ଶିବାନୀ ପଟ୍ଟନାୟକ ନାମ୍ନୀ ଜଣେ ଯୁବତୀଙ୍କୁ ନିଯୁକ୍ତି ଦେବା ନାଁରେ ୨ଲକ୍ଷ ଟଙ୍କା ଠକେଇ ଅପରାଧରେ ଦୁଇ ଜଣ ଗିରଫ ହୋଇଛନ୍ତି।

{"id":254774,"sizeSlug":"large","linkDestination":"none"}

ଗିରଫମାନେ ହେଲେ କୋରାପୁଟ ଟାଉନ ଥାନା ପୁରୁଣା କୋରାପୁଟର ଅଶୋକ ମହାନ୍ତି ଏବଂ ରେଳବାଇ କଲୋନୀର ପି ପ୍ରସାଦ କୁମାର ରାଓ। ଅଶୋକ ଏବଂ ପ୍ରସାଦ ଦୁହେଁ ଶିବାନୀଙ୍କୁ ଜିଳ୍ଲାପାଳଙ୍କ କାର୍ଯ୍ୟାଳୟରେ କ୍ଲର୍କ ନିଯୁକ୍ତି ଦେବାର ପ୍ରଲୋଭନ ଦେଖାଇ ଟଙ୍କା ନେଉଥିଲେ। ଥରକୁ ଥର ଟଙ୍କା ନେଇ ପ୍ରାୟ ୨ଲକ୍ଷ ଟଙ୍କା ଠକିଥିଲେ। ଟଙ୍କା ନେଇ ଶିବାନୀଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ନକଲି କ୍ଳର୍କ ନିଯୁକ୍ତି ପତ୍ର ଦେଇଥିଲେ।

ଏହା ଜଣାପଡ଼ିବା ପରେ ଶିବାନୀ କୋରାପୁଟ ଟାଉନ ଥାନାରେ ଏନେଇ ଅଭିଯୋଗ କରିଥିଲେ। ଆଇଆଇସିଙ୍କ ନେତୃତ୍ବରେ ଏକ ଟିମ୍ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ଦୁଇ ଯୁବକଙ୍କୁ ଗିରଫ କରିଛି। ଜେରା କରିବା ପରେ ଜଣାପଡ଼ିଛି ଯେ, ଫେସବୁକରୁ ୨୦୧୮ ମସିହାରୁ ଶିବାନୀ ଦୁହିଁଙ୍କ ସମ୍ପର୍କରେ ଆସିଥିଲେ। ସେମାନେ ଚାକିରି କରାଇଦେବା ପାଇଁ ଶିବାନୀ ଉପରେ ବିଶ୍ବାସ ଜନ୍ମାଇଥିଲେ। ଥରକୁ ଥର ଟଙ୍କା ମାଗି ପ୍ରାୟ ୨ଲକ୍ଷ ଟଙ୍କା ନେଇ ନକଲି ନିଯୁକ୍ତ ପତ୍ର ଦେଇଥିଲେ। ପି ପ୍ରସାଦ ଠାରୁ ପୁଲିସ ୯୫ ହଜାର ଟଙ୍କା ଉଦ୍ଧାର କରିଛି। ଉଦ୍ଧାର ଟଙ୍କା ପୁଲିସ ଶିବାନୀଙ୍କୁ ଆଜି ହସ୍ତାନ୍ତର କରିଛି।

{"id":254775,"sizeSlug":"large","linkDestination":"none"}

କିନ୍ତୁ ଅଶୋକ ନେଇଥିବା ଟଙ୍କା ଫେରସ୍ତ ଦେଇନାହିଁ। ଦୁଇ ଜଣଙ୍କ ନାମରେ କୋରାପୁଟ ଟାଉନ ଥାନାରେ କେସ ନଂ ୬୩ରେ ଏକ ମାମଲା ରୁଜୁ କରାଯାଇଛି। ସେମାନଙ୍କୁ ଆଜି ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଆଇଆଇସି ଶ୍ରୀ ପଟ୍ଟନାୟକ କୋରାପୁଟ ଟାଉନ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହି ଅବସରରେ ଇନ୍ସପେକ୍ଟର ଏସପି ମାଝୀ, ସବଇନ୍ସପେକ୍ଟର ସୁଦର୍ଶନ ଅଧିକାର ପ୍ରମୁଖ ଉପସ୍ଥିିତ ଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.