ଚାଳଛପର ଘରେ ରହି ଜୀବନଯାପନ କରୁଥିବା ଦିନ ମଜୁରିଆଙ୍କ ନାମରେ ଷ୍ଟିଲ୍‌ କମ୍ପାନୀ – ଠକେଇ ଅଭିଯୋଗ ଶ୍ରମିକଙ୍କ ନାମ ବ୍ୟବହାର କରି ଠକେଇ

ବିନିକା : ଦିନ ମଜୁରିଆ ଭାବେ କାମ କରି ଗୁଜୁରାଣ ମେଣ୍ଟାଉଥିବା ପରିବାର ଜିଏସ୍‌ଟି ଠକେଇର ଶିକାର ହୋଇଥିବା ଘଟଣାଟି ସୋନପୁର ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୂଚନାମତେ ସୁବର୍ଣ୍ଣପୁର ଜିଲ୍ଲା
ବିନିକା ବ୍ଲକ ସିଂଘିଯୁବା ଗାଁର ଇନ୍ଦିରା କଲୋନୀରେ ରହୁଥିବା ଭଗବାନ ଧରୁଆ (୬୮)ଙ୍କ ନାମରେ ସିଟି ଏଣ୍ଡ୍‌ ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ୍‌ ୟୁନିଟ୍‌ ବଲାଙ୍ଗିର କାର୍ଯ୍ୟାଳୟ ପକ୍ଷରୁ ଚିଠି (ନଂ. ୨୯୭, ତା.୧୮/୧୧/୨୦୨୦) ତାଙ୍କ ପାଖକୁ ଆସିଛି । ସେ ଏହି ବାବଦରେ ଜାଣି ସ୍ତବ୍ଧ ହୋଇପଡିଥିଲେ । ତାଙ୍କ ନାମରେ କଟକରେ କାଲେଶ୍ୱର ନାମକ ଏକ ଷ୍ଟିଲ୍‌ କମ୍ପାନି ଚାଲିଛି ।

ସେ କମ୍ପାନି ୧୦ କୋଟିରୁ
ଅଧିକ ଟଙ୍କାର ଜିଏସ୍‌ଟି ଠକେଇ କରିଛି । ଭଗବାନ ଧରୁଆ ଏହି କମ୍ପାନିର ମାଲିକ ବୋଲି ସେଥିରେ ଉଲ୍ଲେଖ ରହି ତାଙ୍କ ଠିକଣା ଦିଆଯାଇଥିବାରୁ ଜିଏସ୍‌ଟି ଅଧିକାରୀମାନେ ତାଙ୍କ ଘରକୁ ଆସିଥିଲେ । ଭଗବାନଙ୍କୁ ଦିଆଯାଇଥିବା ନୋଟିସ୍‌ରେ କମ୍ପାନି କାଗଜପତ୍ର, ବିଭିନ୍ନ ସାମଗ୍ରୀ, କ୍ରୟ ବିକ୍ରୟର ବିଲ୍‌, ବ୍ୟାଙ୍କ ଆକାଉଣ୍ଟ୍‌ର ଷ୍ଟେଟ୍‌ମେଣ୍ଟ, ଆୟକର ରିଟର୍ଣ୍ଣ ଓ ରସିଦ୍‌ ଦାଖଲ କରିବାକୁ ନିର୍ଦ୍ଦେଶ ରହିଛି । ଏହି ନୋଟିସ୍‌ ପାଇବା ପରେ ଭଗବାନଙ୍କ ପରିବାର ଚିନ୍ତାରେ ପଡ଼ିଛନ୍ତି । ଚାଳଛପର ଘରେ ରହି ଜୀବନଯାପନ କରୁଥିବା ଏହି ପରିବାର ପରଘରେ ମୂଳଲାଗି ନିଜ ଗୁଜୁରାଣ ମେଣ୍ଟାଉଛନ୍ତି । ଅନ୍ୟପଟେ କେହି ଜଣେ ଭଗବାନଙ୍କ କାଗଜପତ୍ର ନେଇ ଜାଲିଆତି କରି ଏହି କମ୍ପାନି ଖୋଲିଥିବା ସନ୍ଦେହ କରାଯାଉଛି ।

ଏନେଇ ଭଗବାନଙ୍କ ପୁଅ ସଦାନନ୍ଦ ବିନିକା ଥାନାରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗ ପତ୍ରରେ ଦର୍ଶାଯାଇଛି ଯେ, ସଦାନନ୍ଦ ତାଙ୍କର ପିଲା ବେଳର ସାଙ୍ଗ ଦେଣ୍ଡୁପଦର ଗାଁର ଗୌରାଙ୍ଗ ନାଗ (୨୯)ଙ୍କୁ କିଛି ଟଙ୍କା ମିଳିବା ଆଶାରେ ତାଙ୍କ ବାପାର କାଗଜପତ୍ର, ବ୍ୟାଙ୍କ ପାସ୍‌ବୁକ, ପାନ୍‌ କାର୍ଡ, ଆଧାର କାର୍ଡ ଓ ୨ଟି ପାସପୋର୍ଟ ସାଇଜ୍‌ ଫଟୋ ଦେଇଥିବା ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି । ଏହାର ତଦନ୍ତ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ମଧ୍ୟ ନିବେଦନ କରିଛନ୍ତି । ଏ ସମ୍ପର୍କରେ ବିନିକା ଥାନା ଅଧିକାରୀ ନିରଂଜନ ଦାସଙ୍କୁ ପଚାରିବାରୁ ଏ ବାବଦରେ କୌଣସି ମାମଲା ରୁଜୁ ହୋଇନଥିବା ପ୍ରକାଶ କରିଛନ୍ତି ।

   ସମ୍ବନ୍ଧିତ ଖବର


ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଧର୍ମ ପରିବର୍ତ୍ତନ କରିବାକୁ ସ୍ତ୍ରୀଙ୍କୁ ସ୍ୱାମୀଙ୍କ ନିର୍ଯାତନା – ଥାନାରେ ଏତଲା ଦେଲେ ମହିଳା

ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ