PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଇସ୍ତଫା ଦେଲେ ଦିଲ୍ଲୀ ଉପରାଜ୍ୟପାଳ ଅନୀଲ ବୈଜଲ, ରାଷ୍ଟ୍ରପତିଙ୍କୁ ପଠାଇଲେ ଇସ୍ତଫା ପତ୍ର
  • ||
  • ଜ୍ଞାନବାପୀ ମସଜିଦ ବିବାଦ: ଶିବ ଲିଙ୍ଗକୁ ନେଇ ଆପତ୍ତିଜନକ ମନ୍ତବ୍ୟ ପଡିଲା ମହ‌ଙ୍ଗା, AIMIM ନେତା ଦାନିଶ କ୍ୟୁରେସୀ ଗିରଫ
  • ||
  • ଦେବଗଡ଼ : ମଦ ନିଶାରେ ଭୁଲିଗଲା ରକ୍ତ ସମ୍ପର୍କ, ଜନ୍ମକଲା ପୁଅକୁ କଟୁରୀରେ ହାଣି ହତ୍ୟାକଲା ସଇତାନ ବାପା
  • ||
  • ଭୁବନେଶ୍ଵର : ତିର୍ତ୍ତୋଲ ବିଧାୟକଙ୍କ କୋର୍ଟ ମ୍ୟାରେଜ୍‌କୁ ନେଇ ପରିବାରରେ ଅସନ୍ତୋଷ, ଆତ୍ମହତ୍ୟା ଉଦ୍ୟମ କଲେ ବିଜୟଙ୍କ ମାଆ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୩ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ଵର : ବରମୁଣ୍ଡା ତ୍ରିନାଥ ମନ୍ଦିର ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
  • ||
  • ପୁରୀ : ଜୀବନ ନେଲା ମୁକୁଳା ଡ୍ରେନ୍ ! ପୁରୀ ବଡଦାଣ୍ଡ ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • କଟକ : ପାଣି ଟାଙ୍କି ତଳୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||

ଜଙ୍ଗଲରୁ ଅଜଣା ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ୍: ପ୍ରେମ ବ୍ୟାପାରରୁ ହତ୍ୟାକାଣ୍ଡ, ଅଭିଯୁକ୍ତ ପ୍ରେମିକ ଗିରଫ

କରଞ୍ଜିଆ, ୨୪/୦୧ : ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଖଣ୍ଡବନ୍ଧ ଜଙ୍ଗଲରୁ ଅଜଣା ଯୁବତୀଙ୍କ ମୃତଦେହ ମିଳିବା ଘଟଣାର ପର୍ଦ୍ଦାଫାଶ୍। ପ୍ରେମ ବ୍ୟାପାରକୁ ନେଇ ହୋଇଥିଲା ହତ୍ୟାକାଣ୍ଡ। ଯୁବତୀ ଜଣକ ନିଜ ପ୍ରେମିକକୁ ବାହାହେବା ପାଇଁ ଜିଦ ଧରିବାରୁ ପ୍ରେମିକ ତାକୁ ହତ୍ୟା କରିଥିଲା। ହତ୍ୟାକାରୀ ପ୍ରେମିକ ଗିରଫ।

ସୂଚନାନୁଯାୟୀ, ତୁରୁମୁଙ୍ଗା ଥାନା ବଡଗମ୍ଭାରୀଆର ଜଣେ ଯୁବତୀ ପାଟଣା ଥାନା କାମେଶ୍ଵରପୁରର ଜଣେ ଯୁବକ ତପନ ମହାରଣାଙ୍କୁ ପ୍ରେମ କରୁଥିଲେ। ଯୁବତୀ ତାଙ୍କ ପ୍ରେମିକଙ୍କୁ ବିବାହ କରିବାକୁ ଜିଦ୍ ଧରିବାରୁ ପ୍ରେମିକ ତାଙ୍କୁ ହତ୍ୟା କରି ଜଙ୍ଗଲରେ ଫିଙ୍ଗି ଦେଇଥିଲେ। ଗତ ୧୯ ତାରିଖରେ ଠାକୁରମୁଣ୍ଡା ଥାନା ଖଣ୍ଡବନ୍ଧ ଜଙ୍ଗଲରୁ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଥିଲା। ତେବେ ଗତକାଲି ସନ୍ଧ୍ୟାରେ ଠାକୁରମୁଣ୍ଡା ପୋଲିସ ଅଭିଯୁକ୍ତ ପ୍ରେମିକକୁ କେନ୍ଦୁଝର ଟାଉନଥାନା ଅଞ୍ଚଳରେ ଥିବା ତାର ଶ୍ଵଶୁର ଘରୁ ଗିରଫ କରି ପଚରାଉଚୁରା କରୁଛି। ଆଜି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବ ପୋଲିସ।