ବିବାହର ୧୧ ବର୍ଷ ପରେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଛାଡ଼ି ରସକିଆ ସ୍ୱାମୀ ଅନ୍ୟ ଜଣେ ବିବାହିତାଙ୍କୁ ନେଇ ଚମ୍ପଟ -ଥାନାରେ ଏତଲା


ଗୁଣପୁର : ବିବାହର ୧୧ ବର୍ଷ ପରେ ଶିକ୍ଷୟିତ୍ରୀ ସ୍ତ୍ରୀଙ୍କୁ ଛାଡ଼ି ରସକିଆ ସ୍ୱାମୀ ଅନ୍ୟ ଜଣେ ବିବାହିତାଙ୍କୁ ଧରି ଏବେ ଘରେ ରହୁଛନ୍ତି । ଆଜି ପ୍ରଥମ ସ୍ତ୍ରୀ ଅଚାନକ ଘରକୁ ଆସି ପର ସ୍ତ୍ରୀ ସହ ତାଙ୍କ ସ୍ୱାମୀ ଥିବା ଦେଖି ବିସ୍ମିତ ହୋଇଥିଲେ । ଏସମ୍ପର୍କରେ ପଚାରିବାରୁ ସ୍ୱାମୀ, ଶ୍ୱଶୁର ତାଙ୍କୁ ନିସ୍ତୁକ ମାଡ଼ ମାରିବା ସହ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିବା ଗୁଣପୁର ଆଦର୍ଶ ଥାନାରେ ପ୍ରଥମ ସ୍ତ୍ରୀ ଏତଲା ଦେଇଛନ୍ତି । ଏତଲା ପରେ ସ୍ୱାମୀ ଓ ଦ୍ୱିତୀୟ ସ୍ତ୍ରୀ ଫେରାର ହୋଇଯାଇଛନ୍ତି । ଶ୍ୱଶୁର ଘାସିରାମ, ଦିଅର ମଣ୍ଟୁଙ୍କୁ ପୁଲିସ ଅଟକ ରଖିଛି । ଘଟଣା ଏବେ ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।


ପୁଲିସ ସୂତ୍ରରୁ ପ୍ରକାଶ, ସ୍ଥାନୀୟ ବଳରାମନଗର ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ ଘାସିରାମ ବାଉରୀଙ୍କ ଜ୍ୟେଷ୍ଠ ପୁଅ ସରୋଜ ଅନୁଗୁଳ ଆଇପିପିବି ବ୍ୟାଙ୍କରେ ଶାଖା ପରିଚାଳକ ଭାବେ କାର୍ଯ୍ୟରତ ଅଟନ୍ତି । ୨୦୦୯ରେ ଗୋପାଳପୁରର ଶିବାନୀ ଶିବଦର୍ଶନୀ ଦାସଙ୍କୁ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିଥିଲେ । ସେମାନଙ୍କ ଏକ ୭ ବର୍ଷର ପୁଅ ମଧ୍ୟ ରହିଛି । ସନ୍ତାନ ଜନ୍ମ ହେବାର କିଛି ଦିନ ପରେ ସ୍ୱାମୀ ସରୋଜ ମଦ୍ୟପାନ କରି ଶାରୀରିକ, ମାନସିକ ନିର୍ଯାତନା ଦେଇ ଆସୁଥିବା ଏତଲାରେ ଉଲ୍ଲେଖ ରହିଛି । ଶିବଦର୍ଶିନୀ ଗଞ୍ଜାମ ଜିଲ୍ଲା ଗୋଳାବନ୍ଧ ବିଜୟାନନ୍ଦ ହାଇସ୍କୁଲରେ ଶିକ୍ଷୟତ୍ରୀ ଅଛନ୍ତି । ଶ୍ରୀମତୀ ଦାସ କହିଛନ୍ତି, ତାଙ୍କ ସ୍ୱାମୀ ସରୋଜ ଜଣେ ବିବାହିତା ସ୍ତ୍ରୀଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଗୁଣପୁରଠାରେ ଥିବା ତାଙ୍କ ଘରେ ରଖିଛନ୍ତି । ୪ଦିନ ତଳେ ଖବର ପାଇ ଆଜି ସେ ନିଜ ସମ୍ପର୍କୀୟଙ୍କ ସହ ଗୋପାଳପୁରରୁ ତାଙ୍କ ଶ୍ୱଶୁର ଘର ଗୁଣପୁରରେ ପହଞ୍ଚିଥିଲେ । ତାଙ୍କୁ ଦେଖି ସ୍ୱାମୀ, ରକ୍ଷିତା ସ୍ତ୍ରୀ ଓ ଦିଅର ମଣ୍ଟୁ, ଶ୍ୱଶୁର ଘାସିରାମ ସଂଘବଦ୍ଧ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଏତଲାରେ ଦର୍ଶାଯାଇଛି । ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।


ସୂଚନା ଥାଉକି, ସରୋଜଙ୍କ ଦି୍ୱତୀୟ ସ୍ତ୍ରୀ କୁହାଯାଉଥିବା ମହିଳା ହୀରାକୁଦ ନିକଟ ମୁରିବାହାଲ ଅଞ୍ଚଳର ଓ ତାଙ୍କ ୧୪ ବର୍ଷର ପୁଅ ଅଛି । ଏଥିସହ ସ୍ୱାମୀ ପ୍ରତିଷ୍ଠିତ ବ୍ୟବସାୟୀ ଅଟନ୍ତି ।

   ସମ୍ବନ୍ଧିତ ଖବର


ଦେଶ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀଙ୍କ ଉଦ୍‌ବୋଧନ : ଆମେ ଭୁଲିବା ନାହିଁ ଲକ୍‌ଡାଉନ୍‌ ଚାଲିଯାଇଛି ଭାଇରସ୍‌ ନୁହେଁ – ପ୍ରଧାନମନ୍ତ୍ରୀ

ସମ୍‌ କୋଭିଡ ହସ୍ପିଟାଲ୍‌ରେ କରୋନାରୁ ସୁସ୍ଥ ହେଲେ ୯୦ ବର୍ଷୀୟ କ୍ୟାନ୍ସର ପୀଡିତ

ସମ୍‌ରେ ନୂତନ ରେନାଲ୍‌ ପାଥୋଲୋଜି ବିଭାଗର ମାଇକ୍ରୋସ୍କୋପ୍‌ ଯନ୍ତ୍ର ଉଦ୍‌ଘାଟିତ

ସ୍ତ୍ରୀ ସାମ୍ନାରେ କୁକୁଡା ସହ ଯୌନସମ୍ପର୍କ ରଖି ୩ ବର୍ଷ ଜେଲ ଗଲେ ଯୁବକ, ପତ୍ନୀ ତିଆରି କରିଥିଲେ ଭିଡିଓ…

ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କର ବାର୍ତ୍ତା, ପାର୍ବଣ ସମୟରେ କରୋନା କଟକଣା ମାନିବା ପାଇଁ ଦେଲେ ପରାମର୍ଶ

ଡାକ୍ତରଙ୍କ ବାଇକ୍‌ ବୋଲି ଅଧା ବାଟରୁ ଛାଡିଗଲା: ଚିଠି ଲେଖିଲା ‘ଆଜ୍ଞା ମତେ କ୍ଷମା କରିବେ,ଆପଣଙ୍କ ଭଳିଆ ଲୋକର ଗାଡି ଚୋରି କରି ମୁଁ ଦୁଃଖିତ’…