ରକ୍ତ ଭଳି ଲାଲ ହେଲା ନଦୀର ପାଣି, ଦୋଷୀର ନାଁ କହିଲେ ସରକାର ଦେବେ ୧ ଲକ୍ଷ ଟଙ୍କାର ପୁରସ୍କାର

ଥାନେ,୨୨।୧୧: ନଦୀର ପାଣି ରକ୍ତ ଭଳି ହୋଇଯାଇଛି ଲାଲ୍। ମହାରାଷ୍ଟ୍ରର ଥାନେ ଜିଲ୍ଲାର ଭାଲଧୁନୀ ନଦୀର ପାଣି ହଠାତ୍ ଏଭଳି ଲାଲ୍ ରଙ୍ଗର ହୋଇଯାଇଛି। ଏବେ ଏହି ନଦୀର ପାଣି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ନଦୀ ପାଖରେ ରହୁଥିବା ଉହ୍ଲାସନଗର ଓ ଅମ୍ବରନାଥର ବସ୍ତିର ବାସିନ୍ଦା ଆଣିଛନ୍ତି ଗୁରୁତର ଅଭିଯୋଗ। ଲୋକଙ୍କ କହିବା ଅନୁସାରେ, ଭାଲଧୁନୀ ନଦୀରେ ବିଷାକ୍ତ ରାସାୟନିକ ପଦାର୍ଥ ବୋହିବାରେ ଲାଗିଛି, ଯାହାଫଳରେ  କେବଳ ପାଣି ଲାଲ୍ ହେଉଛି ତାହା ନୁହେଁ ବଂର ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

ଲୋକଙ୍କ କହିବା ଅନୁସାରେ, ରାଜ୍ୟ ପ୍ରଦୂଷଣ ବୋର୍ଡ ଏମପିସିବି(ମହାରାଷ୍ଟ୍ର ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ)କୁ ବାରମ୍ବାର ଅଭିଯୋଗ ପରେ ପୋଲିସ ଓ ନଗର ନିଗମ ଅଧିକାରୀ ଅଣଦେଖା କରିଥିଲେ। ଉଲ୍ଲାସନଗରର ପରିଷଦ ବସ୍ତି ବାଟ ଦେଇ ଯାଉଥିବା ନଦୀରେ ବିଶୋଧିତ ଶିଳ୍ପ ବର୍ଜ୍ୟବସ୍ତୁ ପକାଇବାର ସୂଚନା ଦେବା ଉପରେ ୧ ଲକ୍ଷ ଟଙ୍କାର ପୁରଷ୍କାର ଘୋଷଣା କରିଛନ୍ତି।

ଉଲ୍ଳେଖନୀୟ ଯେ, ଡିସେମ୍ବର ୨୦୧୪ରେ ମଧ୍ୟ ନଦୀର ଆଖପାଖରେ ରହୁଥିବା ୬୦୦ ନିବାସୀଙ୍କୁ ଅସୁବିଧାର ସାମନାକ କରିବାକୁ ପଡିଥିଲା। ନଦୀ କୂଳରେ ରହୁଥିବା ଅଧିକାଂଶ ଲୋକଙ୍କୁ ବାନ୍ତି ହେଉଛି ଓ ଅସ୍ଥିରତା ଅନୁଭବ କରୁଛୁ। ଲୋକମାନେ ନିଶ୍ବାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ଏହି ସମୟରେ ବହୁ ଲୋକ ପଳାୟନ କରିଥିଲେ କାରଣ ସେଠାରେ ପଡୁଥିବା ବର୍ଜ୍ୟବସ୍ତୁ ବାୟୁକୁ ପ୍ରଦୂଷିତ କରିଥାଏ। ଏହି ମାମଲାରେ ଏଭଳି ଏକ କେସ୍ ମଧ୍ୟ ରୁଜୁ କରାଯାଇଛି, କିନ୍ତୁ ଏହାପରେ ମଧ୍ୟ ମାମଲା ସମ୍ପର୍କରେ ଆଉ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା।