PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗଞ୍ଜାମ: ୭ ଦିନ ପାଇଁ ସମସ୍ତ ଧର୍ମାନୁଷ୍ଠାନ, ସର୍ବସାଧାରଣ ସ୍ଥାନ ଯଥା- ପାର୍କ ସମୁଦ୍ରକୂଳ ବନ୍ଦ ନିର୍ଦ୍ଦେଶ, ମେରୁ ଯାତ୍ରା ଓ ପଣା ସଂକ୍ରାନ୍ତି ସର୍ବସାଧାରଣରେ ମନା
  • ||
  • ମାଲକାନଗିରି: ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ପାପରମେଟଲା ଥାନା ଅନ୍ତର୍ଗତ ଜାମୁଝାଡୀ ଜଙ୍ଗଲରୁ ଅଚିହ୍ନା ଯୁବକର ମୃତଦେହ ଉଦ୍ଧାର
  • ||
  • କଳାହାଣ୍ଡି: ଜାଲ୍ ସାର୍ଟିଫିକେଟ୍ ଦେଇ ୨୫ ଶିକ୍ଷକ ବହିଷ୍କୃତ
  • ||
  • ଯାଜପୁର: ଡଙ୍କାରୀରେ ବଡ ଧରଣର ଚଢ଼ାଉ, କଳାପଥର ଗାଡି ଜବତ, ଏକାଧିକ ଲୁଟେରା ଗିରଫ
  • ||
  • ବୋଲଗଡ଼: ବାଇକ୍- ବୁଲେଟ ମୁଁହା ମୁଁହି ଧକ୍କା, ୨ ଗୁରୁତର
  • ||
  • ଆଇପିଏଲ୍‌ର-୧୪: ଆଜି ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ
  • ||
  • କରଞ୍ଜିଆର ଥାନା ବୁଢୀଗାଁରର ଘଟଣା- ସ୍ତ୍ରୀ ଓ ସ୍ତ୍ରୀର ପ୍ରେମିକକୁ କଟୁରିରେ ହାଣିଲା ସ୍ୱାମୀ , ଅଭିଯୁକ୍ତ ସ୍ୱାମୀ ଗିରଫ
  • ||
  • ବାଲେଶ୍ୱରରେ ମୁଖ୍ୟ ଶାସନ ସଚିବ ଓ ୫ଟି ସଚିବ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର କରିବେ ସମୀକ୍ଷା
  • ||
  • ରାଜ୍ୟ: ପୁଣି ୨ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୧୯୩୦କୁ ଛୁଇଁଲା
  • ||
  • ଓଡ଼ିଶାରେ ଆଜି ୧୭୮୪ କରୋନା ପଜିଟିଭ୍‌ ଚିହ୍ନଟ, କ୍ୱାରାଣ୍ଟାଇନ୍‌ରୁ ୧୦୩୫ , ଲୋକାଲ କଣ୍ଟାକ୍ଟରୁ ୭୪୯ ଚିହ୍ନଟ
  • ||
  • ଆଜି ଭୁବନେଶ୍ୱରରୁ ୧୯୦ କରୋନା ପଜିଟିଭ ଟିହ୍ନଟ, କ୍ୱାରେଣ୍ଟାଇନ୍‌ରୁ ୩୮ ଓ ଲୋକାଲ କଣ୍ଟାକ୍ଟରୁ ୧୫୨ସଂକ୍ରମିତ
  • ||

ମାର୍ଚ୍ଚ ସୁଦ୍ଧା ଦର୍ଲିପାଲି ଥର୍ମାଲ ପାୱାର ପ୍ଲାଣ୍ଟ

ଭୁବନେଶ୍ୱର,୨୯ା୧(ବ୍ୟୁରୋ): ଏନ୍‌ଟିପିସିର ବହୁ ପ୍ରତୀକ୍ଷିତ ପ୍ରକଳ୍ପ ସୁନ୍ଦରଗଡ଼ର ଦର୍ଲିପାଲ୍ଲୀ ପାୱାର ପ୍ଲାଣ୍ଟ ଆସନ୍ତା ମାର୍ଚ୍ଚ ସୁଦ୍ଧା କାର୍ଯ୍ୟକ୍ଷମ ହେବ । ଏହାର କ୍ଷମତା ୧୬୦୦ମେଗାୱାଟ ୟୁନିଟ୍‌ ଥିବାବେଳେ ଏଥିରୁ ପର୍ଯ୍ୟାୟକ୍ରମେ ବିଦ୍ୟୁତ୍‌ ଉôପାଦନ ହେବ । ଏବେ ପାଇଁ ୮୦୦ମେଗା ୱାଟ୍‌ ୟୁନିଟ୍‌ ବିଦ୍ୟୁତ୍‌ ଉôପାଦନ ହେବ ଓ ପରେ କ୍ଷମତା ବଢାଯିବ । ଏନ୍‌ଟିପିସିର ଆଞ୍ଚଳିକ କାର୍ଯ୍ୟକାରୀ ନିର୍ଦ୍ଦେଶକ ଏମ୍‌ପି ସିହ୍ନା ଆଜି ଏହି ସୂଚନା ଦେଇଛନ୍ତି ।
ଆଜି ଗଣମାଧ୍ୟମ ପ୍ରତିନିଧିଙ୍କ ସହ ଏକ ଭାବବିନିମୟ କାର୍ଯ୍ୟକ୍ରମ ଅବସରରେ ସୂଚନା ଦେଇ ଶ୍ରୀ ସିହ୍ନା କହିଛନ୍ତି, ଦର୍ଲିପାଲ୍ଲୀ ପାୱାର ପ୍ଲାଣ୍ଟ୍‌ର ଟରବାଇନ୍‌ ପ୍ରସ୍ତୁତ ହୋଇଯାଇଛି । ଫେବ୍ରୁଆରୀ ୧୦ ତାରିଖ ସୁଦ୍ଧା ଏହାର ବଏଲର ଶେଷ ହୋଇଯିବ । ଏନ୍‌ଟିପିସି ଏହି ପ୍ରକଳ୍ପରେ ପ୍ରାୟ ୮୫୦୦କୋଟିର ପୁଞ୍ଜି ଖଟାଇ ସାରିଲାଣି । ପୂରା ପ୍ରକଳ୍ପ ସମ୍ପୂର୍ଣ୍ଣ ପାଇଁ ୧୨ହଜାର କୋଟି ଟଙ୍କା ବିନିଯୋଗ ପାଇଁ ଲକ୍ଷ୍ୟ ଅଛି । କେବଳ ଏହି ଗୋଟିଏ ପ୍ରକଳ୍ପରୁ ଓଡି଼ଶା ୫୦ପ୍ରତିଶତ ବିଦ୍ୟୁତ୍‌ ପାଇବ । ଏହି ପ୍ଲାଣ୍ଟ ପାଇଁ ରାଜ୍ୟ ସରକାରଙ୍କ ସହ ପାୱାର ପରଚେଜ୍‌ ଏଗ୍ରିମେଣ୍ଟ ସରିଛି । ପ୍ଲାଣ୍ଟ ପାଇଁ ଆବଶ୍ୟକ କୋଲ୍‌ ଏନଟିପିସିର ଡୁଲାଙ୍ଗ କୋଇଲା ଖଣିରୁ ଯୋଗାଇ ଦିଆଯିବ । ଯଦି ଏହି ଖଣିରୁ କୋଇଲା ଆବଶ୍ୟକତା ପୂରା ନ ହୁଏ ତେବେ ବଳକା କୋଇଲା ମହାନଦୀ କୋଲ ଫିଲ୍ଡସ୍‌(ଏମସିଏଲ୍‌) ଖଣିରୁ ଅଣାଯିବ । ଏହି ପ୍ଲାଣ୍ଟ ପାଇଁ ବାର୍ଷିକ ୮ ନିୟୁତ ଟନ୍‌ କୋଇଲା ଆବଶ୍ୟକ ପଡିବ ବୋଲି ଶ୍ରୀସିହ୍ନା କହିଛନ୍ତି ।
ତାଳଚେର ଥର୍ମାଲ୍‌ ପାୱାର ଷ୍ଟେସନ୍‌(ଟିଟିପିଏସ୍‌)ର ମୂଲ୍ୟ ନିର୍ଧାରଣ(ଟାରିଫ୍‌)କୁ ନେଇ ରାଜ୍ୟ ସରକାରଙ୍କ ସହ ଚାଲିଥିବା ବିବାଦ ଉପରେ ସ୍ପଷ୍ଟୀକରଣ ରଖି ସେ କହିଛନ୍ତି, ୨୦୧୦ରେ ଯେଉଁ ଫିଜିବିଲିଟି ରିପୋର୍ଟ ପ୍ରସ୍ତୁତ ହୋଇଥିଲା ସେଥିରେ ୟୁନିଟ୍‌ ପିଛା ୨ଟଙ୍କା ୭୮ ପଇସା ରଖାଯାଇଥିଲା । କିନ୍ତୁ ବିଭିନ୍ନ କାରଣରୁ ଟାରିଫ୍‌ କମିଛି ବୋଲି ସେ କହିଛନ୍ତି । ଯେବେ ଓଡ଼ିଶାର ବିଦ୍ୟୁତ୍‌ ଆବଶ୍ୟକତା ପୂରଣ ନିଅଣ୍ଟ ହେଉଥିଲା ସେବେ ଏହି ବୁଝାମଣା ହୋଇଥିଲା । ଟିଟିପିଏସ୍‌ କାର୍ଯ୍ୟକ୍ଷମର ପରବର୍ତ୍ତୀ ପର୍ଯ୍ୟାୟରେ ଉôପାଦନ ହେବାକୁ ଥିବା ୧୩୨୦ମେଗା ୱାଟ ବିଦ୍ୟୁତ୍‌ରୁ ଓଡ଼ିଶାକୁ ଏହାର ୫୦ପ୍ରତିଶତ ମିଳିବ । ଆଗକୁ ୨୦୧୯-୨୦ ବେଳକୁ ଓଡ଼ିଶାକୁ ୧୫୦୦ରୁ ୧୬୦୦ ମେଗା ୱାଟ୍‌ ଅଧିକ ତାପଜ ବିଦ୍ୟୁତ୍‌ ଶକ୍ତି ପାଇବ ।
ଢେଙ୍କାନାଳ ଗଜମରା ପ୍ରକଳ୍ପ ସମ୍ବନ୍ଧରେ ସୂଚନା ଦେଇ ଶ୍ରୀସିହ୍ନା କହିଛନ୍ତି, ଏବେ ଜମି ଅଧିଗ୍ରହଣ ପ୍ରକ୍ରିୟା ଚାଲିଛି । ଏହି ପ୍ରକଳ୍ପ କାର୍ଯ୍ୟକାରୀ ପାଇଁ ନାଲ୍‌କୋ ସହ ଏନ୍‌ଟିପିସିର ଏମ୍‌ଓୟୁ ହୋଇଥିଲା । ୨୪୦୦ ମେଗା ୱାଟର ବିଦ୍ୟୁତ୍‌ କୋଇଲାରୁ ଉôପାଦନ ପାଇଁ ପ୍ରାୟ ୧୪ହଜାର କୋଟି ଟଙ୍କା ବିନିଯୋଗ କରାଯିବ । ଏବେସୁଦ୍ଧା ନାଲ୍‌କୋ ଏହି ଏମଓୟୁରୁ ଓହରିନି ବୋଲି ସେ ସ୍ପଷ୍ଟ କରିଛନ୍ତି ।
ଏନ୍‌ଟିପିସି ତାର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧରେ ଅନେକ କାମ କରିଛି । ସୁନ୍ଦରଗଡ଼ ଜିଲ୍ଲା ମୁଖ୍ୟାଳୟରେ ମେଡିକାଲ କଲେଜ ଓ ହସ୍ପିଟାଲ ପାଇଁ ୪୧୭କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଗଞ୍ଜାମରେ ଆଇଟିଆଇ ପାଇଁ ପ୍ରାୟ ୮କୋଟି, ଝାରସୁଗୁଡା଼ ସହର, ବେଲପାହାଡ଼ ଓ ବ୍ରଜରାଜନଗରରେ ପାଇପ୍‌ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୬୦କୋଟି, ଭୁବନେଶ୍ୱର ଏମସ୍‌ରେ ବର୍ନ ସେଣ୍ଟର ପ୍ରତିଷ୍ଠା ପାଇଁ ୧୪କୋଟି, ସୁନ୍ଦରଗଡ଼ରେ ପଲିଟେକନିକ୍‌ ପାଇଁ ଏନଟିପିସି ୨୫କୋଟି ଟଙ୍କା ଖର୍ଚ୍ଚ କରିଛି ବୋଲି ଏନ୍‌ଟିପିସିର ଜିଏମ୍‌(ସି ଆଣ୍ଡ ଏମ୍‌) ଏଚ୍‌.କେ ଦାଶ କହିଥିଲେ । ଏନ୍‌ଟିପିସିର ଜିଏମ୍‌ ଫାଇନାନ୍ସ ହରଜିତ୍‌ ସିଂହ, ବିବି ତ୍ରିପାଠୀ, ସିଜିଏମ୍‌ (ଟିଏସଟିପିଏସ୍‌) ସନ୍ତୋଷ ଜେଏମସ୍‌ ଓ ଟିଟିପିଏସ୍‌ ଜିଜିଏମ୍‌ ଏମକେ ସିଂହ ପ୍ରମୁଖ ଏଥିରେ ଉପସ୍ଥିତ ଥିଲେ ।