‘ଭୂତ’ ଡରରେ ଲୋକେ ଘରେ: ସରକାରଙ୍କ ଭୂମିକା ପଢ଼ିଲେ ତାଜୁବ ହେବେ ଆପଣ….

ନୂଆଦିଲ୍ଲୀ ୨୧/୪: କରୋନା ଭାଇରସ୍‌ ଯୋଗୁ ବିଶ୍ୱର ବହୁ ଦେଶରେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି । ଏହା ସତ୍ତେ୍ୱ କିଛି ସ୍ଥାନରେ ଲୋକମାନେ ନିୟମ ଉଲ୍ଲଂଘନ କରି ବାହାରେ ବୁଲୁଥିବାର ଖବର ସାମ୍ନାକୁ ଆସୁଛି । ଏପରିସ୍ଥଳେ ଲୋକଙ୍କୁ ଲକ୍‌ଡାଉନ୍‌ ନିୟମ ପାଳନ କରାଇବା ପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରକାର ଉପାୟ ଅବଲମ୍ବନ କରାଯାଉଛି । ଇଣ୍ଡୋନେସିଆରେ ଜାଭାର କେପୁହ ଗାଁରେ ଏକ ନିଆରା ପଦକ୍ଷେପ ନିଆଯାଉଛି । ଘରେ ରହିବାକୁ ଲୋକଙ୍କୁ ବାଧ୍ୟ କରିବାକୁ ‘ଭୂତ’ଙ୍କର ସାହାଯ୍ୟ ନେଉଛି ପ୍ରଶାସନ । ପ୍ରକୃତ କଥାଟି ଏହିପରି । ସେଠାରେ ବହୁତ ଲୋକ ଲକ୍‌ଡାଉନ୍‌କୁ ନେଇ ସଚେତନ ନଥିଲେ, ତେଣୁ ନିୟମ ପାଳନ କରୁନଥିଲେ ।

ଏହି ଖବର ପୁଲିସ ପ୍ରଶାସନ ପାଖରେ ପହଞ୍ଚିବା ପରେ ସେମାନେ କିଛି ଲୋକଙ୍କୁ ଧଳା ଲୁଗା ପିନ୍ଧାଇ ‘ଭୂତ’ ସଜାଇ ଗଳି ବାହାରେ ବସାଇଦେଲେ । ରାତିରେ ଲୋକମାନେ ବାହାରକୁ ବାହାରିବାବଳେ ‘ଭୂତ’ ତାଙ୍କୁ ଡରାଇଲା । ଧଳା ଲୁଗା ପିନ୍ଧାଇ ଲୋକଙ୍କୁ ‘ଭୂତ’ ଭାବେ ସଜାଇ କାମରେ ଲଗାଇବାର ଏହି ବିଚାର ସ୍ଥାନୀୟ ଯୁବକମାନଙ୍କର ଏକ ସଂଗଠନ ପୁଲିସ ପ୍ରଶାସନକୁ ଦେଇଥିଲା । ଇଣ୍ଡୋନେସିଆରେ ଏଭଳି ଭୂତଙ୍କୁ ‘ପୋକଙ୍ଗ’ କୁହାଯାଏ । ସେଠାରେ ବିଶ୍ୱାସ ରହିଛି ଯେ ମୃତକଙ୍କ ଆତ୍ମା ପୋଷାକ ପିନ୍ଧି ‘ପୋକଙ୍ଗ’ ଭାବେ ବୁଲିଥାଏ । ତେଣୁ ଏହାକୁ ଦେଖି ଲୋକମାନେ ସେଠାରେ ରାତିରେ ଘରୁ ବାହାରୁ ନାହାନ୍ତି । ଏହି ମଡେଲ ସଫଳ ହେଉଥିବା ଦେଖାଯିବା ପରେ ଅନ୍ୟ ସ୍ଥାନରେ ତାକୁ ଲାଗୁ କରିବାକୁ ଚିନ୍ତା କରାଯାଉଛି ।

   ସମ୍ବନ୍ଧିତ ଖବର


ରେଲଓ୍ବେରେ ମହିଳାଙ୍କୁ ସୁରକ୍ଷା ଦେବ ‘ମେରି ସହେଲି’

ଆପଲ ଆପ୍‌ ଷ୍ଟୋରରୁ‌ ହଟିଲା ‘ଗୁଗୁଲ ପେ’

ପ୍ଲେ-ଅଫ୍‌ରୁ ବାଦ ପଡ଼ିଲା CSK, ସାକ୍ଷୀ ଲେଖିଲେ ଆବେଗଭରା କବିତା

ନାସା ହାତରେ ଚନ୍ଦ୍ରର ରୋମାଞ୍ଚକର ତଥ୍ୟ – ଆଜି ଏହା ଉପରୁ ଉଠିବ ରହସ୍ୟ

ମିଛ ବା ସେଲ୍ କଂମ୍ପାନୀ ଜରିଆରେ କୋଟି କୋଟି ଟଙ୍କାର ବେଆଇନ୍‌ କାରବାର, ବାହାମାସ୍ ପେପର ସ୍କାମ୍‌ରେ ଜୟ ପଣ୍ଡା ଓ ପତ୍ନୀ ଜଗୀ ମଙ୍ଗତ ପଣ୍ଡାଙ୍କ କମ୍ପାନୀର ସମ୍ପୃକ୍ତି ଅଭିଯୋଗ

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ବଡ଼ ବୟାନ, ସମସ୍ତଙ୍କୁ ନିଃଶୁଳ୍କରେ ମିଳିବ କରୋନା ଟିକା