PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କୋରାପୁଟ: କୋଟିଆରେ ଆନ୍ଧ୍ର କର୍ମଚାରୀଙ୍କୁ ଅଧାରାସ୍ତାରେ ଅଟକାଇଲା ଓଡ଼ିଶା ପୋଲିସ
  • ||
  • କଳାହାଣ୍ଡି: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଅଫିସ ଘେରାଉ, ଘଟଣାସ୍ଥଳରେ ଉତ୍ତେଜନା ଜାରି
  • ||
  • ଭଦ୍ରକ: ବଉଳ ପୋଖରୀ ଅଞ୍ଚଳରୁ ୩୧୬ ଗ୍ରାମ୍ ବ୍ରାଉନସୁଗର ଜବତ କଲା ଗ୍ରାମଞ୍ଚଳ ଥାନା ପୋଲିସ, ୩ ଗିରଫ
  • ||
  • କେନ୍ଦୁଝର: ନିଖୋଜ ୪ ବର୍ଷର ଶିଶୁକନ୍ୟାର ଉଲଂଗ୍ନ ମୃତଦେହ ଉଦ୍ଧାର, ଦୁଷ୍କର୍ମ ପରେ ହତ୍ୟା କରି ଫିଙ୍ଗିଦେଇଥିବା ସନ୍ଦେହ
  • ||
  • ଖପ୍ରାଖୋଲ: ଯୁବକ ନିଖୋଜ ଅଭିଯୋଗ, ଶୁଳିଆବାହାଳ ଜଙ୍ଗଲ ମାଟିତଳୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର
  • ||
  • ଭୁବନେଶ୍ୱର: ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଢ଼େଙ୍କାନାଳ: ଷଢ଼ଙ୍ଗୀ ରେଞ୍ଜ ଅନ୍ତର୍ଗତ ଲହଡ଼ା ସରଂକ୍ଷିତ ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖିବୁଜିଲା ଦନ୍ତା, ସେପ୍ଟିସିମିଆ ରୋଗରେ ଥିଲା ପୀଡିତ
  • ||
  • ନୂଆଦିଲ୍ଲୀ : ଆରପାରିରେ ଭେଟେରାନ୍ ଅଭିନେତ୍ରୀ ମୀନୁ ମୁମତାଜ
  • ||
  • ବାଙ୍କୀ : ଜଙ୍ଗଲୀ ବାରହା ଉପଦ୍ରବ, ରାତିହେଲେ ଉଜାଡୁଛନ୍ତି ଏକର ଏକର ଫସଲ
  • ||
  • ଭୁବନ : ବାଲି ଘାଟକୁ କେନ୍ଦ୍ର କରି ମରଣାନ୍ତକ ଆକ୍ରମଣ, ବାପ-ପୁଅ ଗୁରୁତର
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୪ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୩୦୫କୁ ବୃଦ୍ଧି
  • ||
  • ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ ଖସିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୪୧ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ : ନଭେମ୍ବର ୨୯ରୁ ସଂସଦର ଶୀତ ଅଧିବେଶନ, ୨୦ଟି କାର୍ଯ୍ୟ ଦିବସ ରହିବ
  • ||
  • ଭୁବନେଶ୍ୱର : ଆଗକୁ ବଢ଼ିବ ଶୀତ, ଆଭ୍ୟନ୍ତରୀଣ ଓଡ଼ିଶାରେ ୨ ଡିଗ୍ରୀ ଖସିଲା ତାପମାତ୍ରା
  • ||
  • ଭୁବନେଶ୍ୱର : ଓଏଏସ୍‌ ସ୍ତରରେ ଛୋଟ ଧରଣର ଅଦଳବଦଳ, ପୁରୀ ସଦର ବିଡିଓ ଭାବେ ନୂଆ ଦାୟିତ୍ଵ ସମ୍ଭାଳିବେ ସମ୍ବିତ ଶତପଥୀ
  • ||
  • ସୁନ୍ଦରଗଡ଼ : ହାତୀପଲଙ୍କୁ ଘଉଡାଇବା ବେଳେ ଅଘଟଣ, ହାତୀ ଆକ୍ରମଣରେ ଯୁବକ ମୃତ
  • ||

କରୋନା ରୋଗୀଙ୍କ ମୃତ୍ୟୁ ପରେ ପଶିଲା ଚେତା : ପ୍ରଶାସନ ହେଲା କଠୋର, ଅବକାରୀ ଅଫିସ ହେବ ସାନିଟାଇଜର

ନୀଳଗିରି,୧୦।୮ ବାଲେଶ୍ଵର ଜିଲ୍ଲା ନୀଳଗିରି ଅଂଚଳରେ ଜଣେ କରୋନା ରୋଗୀଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହାପରେ ଅଞ୍ଚଳବାସୀଙ୍କ ଚେତା ପଶିଛି। ସେପଟେ ଅମାନିଆଙ୍କ ପାଇଁ ପ୍ରଶାସନ ତରଫରୁ ଯାଞ୍ଚ କରାଯାଇ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯାଉଛି।

ନୀଳଗିରି ଉପଖଣ୍ଡ ଏବେ କରୋନା କବଳରେ ଜର୍ଜରିତ। ଅଞ୍ଚଳବାସୀ କରୋନା କବଳରୁ ମୁକ୍ତ ହେବା ପାଇଁ ଜୀବନ ସହ ଜୁଝୁଛନ୍ତି। ବିଭିନ୍ନ ପଂଚାୟତରେ ସରପଞ୍ଚ ମାନେ ପଂଚାୟତବାସୀଙ୍କ ସୁରକ୍ଷା ପାଇଁ ପଂଚାୟତକୁ ସଟ ଡାଉନ ଘୋଷଣା କରୁଛନ୍ତି। ହେଲେ ନୀଳଗିରି ଏନଏସି ସଟଡାଉନ ଘୋଷଣା ହେଲେ ମଧ୍ୟ ବାଇପାସ ରୋଡ଼ ଖାଲି ରହୁଛି। ମଙ୍ଗଳବାର ସକାଳ ୫ ଟା ପର୍ଯ୍ୟନ୍ତ ସଟଡାଉନ ସତ୍ତ୍ବେ ବହୁ ଅମାନିଆ ବଜାରରେ ବୁଲିଛନ୍ତି। ହେଲେ ଗତକାଲି ଘାଟଘରସାହି ଅଂଚଳରେ ଜଣେ ୫୮ ବର୍ଷୀୟ ବ୍ୟକ୍ତି କରୋନାରେ ପୀଡିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଘଟଣା ଚାରିଆଡେ ପ୍ରଚାର ହେବାପରେ ଗତକାଲି ଠାରୁ ବଜାରଘାଟ ଫାଙ୍କା ହୋଇଯାଇଛି। ଅମାନିଆ ମଧ୍ୟ ଭୟଭୀତ ହୋଇ ଘରେ ରହିଛନ୍ତି। ତେବେ ପ୍ରଶାସନ ତରଫରୁ ସହରର ମୁଖ୍ୟ ରାସ୍ତାରେ ଯାଞ୍ଚପାଇଁ ପୋଲିସ କର୍ମଚାରୀ ଓ ଏନଏସି କର୍ମଚାରୀ ମୃତୟନ ହୋଇଛନ୍ତି। ଏପରିକି ନୀଳଗିରି ଏନଏସି ନିର୍ବାହୀ ଅଧିକାରୀ ରତନ ପଟ୍ଟନାୟକ ନିଜେ ରହି ଯାଞ୍ଚ କରୁଥିବାର ଦେଖାଯାଇଛି।

ତେବେ ଚିନ୍ତାର ବିଷୟ ପାଲଟିଛି ନୀଳଗିରି ଅବକାରୀ ବିଭାଗର ଜଣେ କନେଷ୍ଟବଳଙ୍କ ସ୍ୱାମୀଙ୍କୁ କରୋନା ଚିହ୍ନଟ ହେବା। କନେଷ୍ଟବଳ ଜଣକ ବାଲେଶ୍ୱରରୁ ଯିବା ଆସିବା କରିବା ,ଷ୍ଟାଫ ମାନଙ୍କ ସହ ମିଶିବା, ଚଢ଼ାଉରେ ଯିବା, ଗିରଫ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବା ଭଳି ଘଟଣା ଏବେ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି। ଆଜି ଏଭଳି ସୂଚନା ମିଳିବା ପରେ ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀ ଆତଙ୍କିତ ହୋଇପଡିଛନ୍ତି।ସମସ୍ତଙ୍କ ସ୍ୱାବ ଟେଷ୍ଟ କରିବା ଜରୁରୀ ବୋଲି ଅବକାରୀ ବିଭାଗର ଓଆଇସି ଲକ୍ଷସାଧବ ପ୍ରଧାନ କହିଛନ୍ତି।ଆସନ୍ତାକାଲି ଅବକାରୀ ଅଫିସ ଓ ପରିସର ସାନିଟାଇଜର କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ଦିନକୁ ଦିନ ନୀଳଗିରିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବଢି ଚାଲିଥିବାବେଳେ ଅଞ୍ଚଳବାସୀ ସଚେତନ ରହି ସରକାରୀ ଆଇନ ମାନିବା ଜରୁରୀ ବୋଲି କୁହାଯାଇଛି।