PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ଭ୍ୟାକ୍ସିନ ନେବା ପରେ ବି ହେଉଛି କରୋନା, ଓଡିଶାରେ ଟିକା ନେବା ପରେ କେତେ ଲୋକଙ୍କର ଡେଥ୍ ହୋଇଛି ତାହାର ତର୍ଜମା କରୁଛି ଟେକନିକାଲ ଟିମ୍- ଆଇଏଲଏସ୍ ନିର୍ଦ୍ଦେଶକ
  • ||
  • ମାଲକାନଗିରି : ମାଲକାନଗିରି କାଲିମେଳା ଥାନା ଟେକଗୁଡା ଗ୍ରାମରେ ଥିବା ପରିବାର ଲୋକଙ୍କ ନିକଟରେ ପହଁଚିଲା ମୃତ ମାଓନେତା ରଣଦେଵଙ୍କ ଶବ, ଆନ୍ଧ୍ରପ୍ରଦେଶ ସୀମାନ୍ତରେ ପୁଲିସର ଏନକାଉଣ୍ଟରରେ ଚାଲିଯାଇଥିଲା ଜୀବନ
  • ||
  • ନୂଆପଡ଼ା : ଗାଁରେ ପଶିଗଲା ବାଟବଣା ହରିଣ, ଉଦ୍ଧାର କରି ସୁନାବେଡା ଅଭୟାରଣ୍ୟରେ ଛାଡିଲା ବନ୍ୟପ୍ରାଣୀ ବିଭାଗ
  • ||
  • ଭୁବନେଶ୍ୱର: ଓଡ଼ିଆ ଆଇଏଏସ୍ ଗୁରୁପ୍ରସାଦ ମହାପାତ୍ର ଦେହାନ୍ତ
  • ||
  • ପୁରୀ: ମହାପ୍ରଭୁଙ୍କ ସେନାପଟା ଓ ବାହୁଟ ସେବା ନିମନ୍ତେ ବଉଳ ଗଛ ଚିହ୍ନଟ, ନିର୍ଜ୍ଜଳା ଏକାଦଶୀ ତିଥିରେ ହେବ ବୃକ୍ଷ ଚ୍ଛେଦନ
  • ||
  • ଯାଜପୁର: ଭାଇ ବିହାଘରରେ ନାଗିନ୍‌ ଡ୍ୟାନ୍ସ ପଡ଼ିଲା ମହଙ୍ଗା, କୋଭିଡ୍‌ କଟକଣାକୁ ଫୁ କରି ନିଲମ୍ବିତ ହେଲେ ସୁକିନ୍ଦା ତହସିଲଦାର ବୁଲ୍‌ବୁଲ୍‌ ବେହେରା
  • ||
  • କଟକ: ନରସିଂହପୁର ବ୍ଲକ ଅନ୍ତର୍ଗତ ସାନ ଗାଁରେ ବାଇଗଣ ବିଲକୁ ଯାଇଥିବା ବେଳେ ମହିଳାଙ୍କୁ ଆକ୍ରମଣ କଲା ବାରାହ , ଆହତ ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ବଲାଙ୍ଗୀର : ତାଲା ଭାଙ୍ଗି ମଦ ଦୋକାନରୁ ଚୋରି, ଦୋକାନରୁ ପ୍ରାୟ ୫ ଲକ୍ଷ ଟଙ୍କାର ୪୯ ପେଟି ମଦ ଚୋରି
  • ||
  • ଲମତାପୁଟ : କୋରାପୁଟ ଜିଲ୍ଲା ମାଛକୁଣ୍ଡୁ ପୋଲିସ ଦ୍ୱାରା ଟ୍ରକ୍ ସହ ୨୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ବାଲେଶ୍ୱର: ବାପାକୁ କଟୁରୀରେ ହାଣିଲା ମାତାଲ ପୁଅ, ପ୍ରାଣ ବିକଳରେ ଦୌଡି ପଳାଇଲା ମା’
  • ||
  • ପାଟଣା : ଦୋକାନ ଆଜବେଷ୍ଟସ୍ ଭାଙ୍ଗି ଚୋରି କରୁଥିଲେ, କାବୁ କଲେ ଗ୍ରାମବାସୀ, ଚୋରଙ୍କ ଛୁରା ମାଡ଼ରେ ପୋଲିସ କର୍ମଚାରୀ ଆହତ
  • ||
  • କୋକସରା : ଲିମ୍ବ ଗଛରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟାରେ ୩୪୨୭ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୪୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୩୫୫୦ ଜଣଙ୍କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଏଯାବତ୍‌ ରାଜ୍ୟରେ ୨୪% ଅଧିକ ବର୍ଷିଛି ମୌସୁମୀ ବର୍ଷା, ଆସନ୍ତା ଦୁଇଦିନ ବଡ଼ ବର୍ଷା ନାହିଁ, ୨୧ରୁ ବଢ଼ିପାରେ
  • ||
  • ଦଶପଲ୍ଲା : ବାଣୀଗୋଛାର ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲା, ୩ଦିନ ରିମାଣ୍ଡରେ ଗଲା ଅଭିଯୁକ୍ତ
  • ||
  • ଭୁବନେଶ୍ୱର : ଓଲିଉଡର ବିଶିଷ୍ଟ କଣ୍ଠଶିଳ୍ପୀ ତପୁ ମିଶ୍ରଙ୍କୁ ସଂସ୍କୃତି ବିଭାଗର ସହାୟତା
  • ||
  • ଚଣ୍ଡୀଗଡ଼ : କିମ୍ବଦନ୍ତୀ ଆଥ୍‌ଲେଟ୍‌ ମିଲଖାଙ୍କ ପରଲୋକ, ଶୋକ ପ୍ରକାଶ କଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ
  • ||
  • ଭୁବନେଶ୍ୱର : ଭିଜିଲାନସ୍‌ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ବିୟୋଗ
  • ||
  • କରଞ୍ଜିଆ : ୧୪ ବର୍ଷୀୟା ନାବାଳିକାକୁ ଗଣଦୁଷ୍କର୍ମ, ମୁହଁରେ କପଡା ଦେଇ ରାତିରେ ଘରୁ ଉଠାଇ ନେଇଥିଲେ ୨ ଦୁର୍ବୃତ୍ତ
  • ||

ଜଳୁଛି ପୃଥିବୀର ଫୁସଫୁସ୍, ଆମାଜନ ଜଙ୍ଗଲକୁ ବଞ୍ଚାଇବା ପାଇଁ ସୋସିଆଲ ମିିଡିଆରେ ଏକ୍ ହେଲେ ସାରା ବିଶ୍ୱବାସୀ

ଭୁବନେଶ୍ୱର ୨୨/୮: ସାରା ବିଶ୍ୱକୁ ୨୦ ପ୍ରତିଶତ ଅକ୍ସିଜେନ୍ ଯୋଗାଉଥିବା ଆମାଜନ ଜଙ୍ଗଲ ପ୍ରାୟ ୨ ସପ୍ତାହ ହେବ ଜଳିବାରେ ଲାଗିଛି । ଦକ୍ଷିଣ ଆମେରିକାର ବ୍ରାଜିଲରେ ଥିବା ବିଶ୍ୱର ସବୁଠାରୁ ବଡ ଚିର୍ ହରିତ୍ ଜଙ୍ଗଲ ତଥା ବିଶ୍ୱର ଫୁସଫୁସ୍ କୁହାଯାଉଥିବା ଏହି ଜଙ୍ଗଲରେ ଲାଗିଥିବା ନିଆଁ ଲିଭିବାର ନାଁ ନେଉନି । ଚଳିତ ବର୍ଷ ଏହି ଜଙ୍ଗଲରେ ଅନେକ କାରଣରୁ ନିଆଁ ଲାଗିବା ଘଟଣା ସାମ୍ନାକୁ ଆସିଛି । ହେଲେ ଏବେ ଯେଉଁ ନିଆଁ ଜଳୁଛି ତାହା ସବୁଠାରୁ ଭୟାବହ ବୋଲି କୁହାଯାଉଛି । ଏହି ଅଗ୍ନିକାଣ୍ଡ ଯୋଗୁଁ ଆମାଜନ, ରୋଣ୍ଡାନିଆ ଓ ସାଓ ପାଓଲୋରେ ଅନ୍ଧାର ହୋଇଯାଇଛି । ଏହି ସ୍ଥାନରେ ଲାଗିଥିବା ନିଆଁ ବ୍ରାଜିଲର ୨୭୦୦ କିମି ପର୍ଯ୍ୟନ୍ତ ପ୍ରଭାବିତ ହୋଇଛି ।

ସାରା ବିଶ୍ୱରେ ଲୋକେ ସୋସିଆଲ ସାଇଟ୍ସରେ ଏହାର ଫଟୋ ଓ ଭିଡିଓ ସେୟାର କରୁଛନ୍ତି । ଏହା ସରକାରଙ୍କୁ ଚିଠି ଲେଖି ଏଥିପାଇଁ ପଦକ୍ଷେର ନେବାପାଇଁ ଅନୁରୋଧ କରିବା ସହ ଜୀବଜନ୍ତୁଙ୍କ ପାଇଁ ପ୍ରାର୍ଥନା କରୁଛନ୍ତି । ବ୍ରାଜିଲର ସ୍ଥାନୀୟ ଲୋକେ ମିଡିଆ ଉପରେ କ୍ରୋଧିତ ଅଛନ୍ତି କାରଣ ଏହି ନିଆଁ ଅଗଷ୍ଟ ମାସ ଆରମ୍ଭରୁ ଲାଗିଯାଇଥିଲା କିନ୍ତୁ ଏହି ଇଣ୍ଟରନ୍ୟାସନାଲ୍ ମିଡିଆ ଏହି ଖବରକୁ କୌଣସି ଗୁରୁତ୍ୱ ଦେଲାନି ।

ମହାକାଶ ସ୍ପେଶ୍ ଷ୍ଟେସନରୁ ମିଳିଥିବା ଫଟୋ ଅନୁସାରେ ଆମାଜନ ଜଙ୍ଗଲରେ ନିଆଁ ଲାଗିବା ଫଳରେ ଅନେକ କ୍ଷତି ହୋଇଛି । ଏହା ସହିତ ପ୍ରଦୂଷଣର ସ୍ତର ବିପଜ୍ଜନକ ସ୍ତରରେ ପହଞ୍ଚି ସାରିଲାଣି ।  ଚଳିତ ବର୍ଷ ଆରମ୍ଭରୁ ଏହି ଜଙ୍ଗଲରେ ୭୩ ହଜାରରୁ ଅଧିକ ଥର ନିଆଁ ଲାଗିସାରିଲାଣି ।

ଟ୍ୱିଟରରେ ଟ୍ରେଣ୍ଡ ହେଉଛି ପ୍ରେ ଫର୍ ଆମାଜନସ୍ । ଟ୍ୱିଟରରେ #PrayforAmazonas ଟ୍ରେଣ୍ଡ ହେଉଛି । ଲୋକ ଏହା ମାଧ୍ଯମରେ ବ୍ରାଜିଲ ସରକାର ଏବଂ ଅନ୍ତର୍ଜାତୀୟ ସଂସ୍ଥାଙ୍କୁ ଅପିଲ୍ କରି ଜଙ୍ଗଲକୁ ବଞ୍ଚାଇବା ପାଇଁ ଅନୁରୋଧ କରୁଛନ୍ତି । ଏପର୍ଯ୍ଯନ୍ତ ୩ ଲକ୍ଷରୁ ଅଧିକ ଟ୍ୱିଟ୍ ହୋଇସାରିଲାଣି । ଜଙ୍ଗଲରେ ନିଆଁ ଲାଗିବା ଫଳରେ ଜୀବଜନ୍ତୁଙ୍କ ମୃତ୍ୟୁ ହେଉଛି । ଅନେକ ଲୋକ ମରିଯାଇଥିବା ଜୀନଜନ୍ତୁଙ୍କ ଫଟୋ ଟ୍ୱିଟ୍ କରୁଛନ୍ତି । ଅନେକ ଜୀବଜନ୍ତୁଙ୍କ ଫଟୋ ସାମ୍ନାକୁ ଆସିଛି ଯେଉଁମାନେ ନିଆଁ ଲାଗିବା ଫଳରେ ଆହତ ହୋଇଛନ୍ତି ।

କଣ ପାଇଁ ଖାସ୍ ଏହି ଜଙ୍ଗଲ
ଆମାଜନ ଜଙ୍ଗଲ ୫୫ ଲକ୍ଷ ବର୍ଗ କିମି କ୍ଷେତ୍ରଫଳରେ ବ୍ୟାପିଛି ।
ଏହାକୁ ଦୁନିଆର ଫୁସଫୁସ୍ କୁହାଯାଏ । କାରଣ ସାରା ଦୁନିଆରେ ଉପଲବ୍ଧ ଥିବା ଅକ୍ସିଜେନର ୨୦ ପ୍ରତିଶତ କେବଳ ଆମାଜନର ମିଳିଥାଏ ।
ଆମାଜନ ଜଙ୍ଗଲରେ ୧୬ ହଜାରରୁ ଅଧିକ ପ୍ରଜାତିର ବୃକ୍ଷ ମିଳନ୍ତି । ପ୍ରାୟ ୩୯ ହଜାର କୋଟି ଗଛ ଏହି ଜଙ୍ଗଲରେ ଅଛନ୍ତି ।
ଏଠାରେ ୨୫ ଲକ୍ଷରୁ ଅଧିକ ପ୍ରଜାତିର କୀଟ, ପତଙ୍ଗ ଦେଖିବାକୁ ମିଳନ୍ତି ।
ଆମାଜନ ଜଙ୍ଗଲରେ ୪୦୦-୫୦୦ ରୁ ଅଧିକ ସ୍ୱଦେଶୀ ଆଦିବାସୀ ଜାତି ରୁହନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ ଆଦିବାସୀ ଜାତି କେବେ ବାହାର ଦୁନିଆ ସହିତ ସମ୍ପର୍କ କରିନାହାଁନ୍ତି ।

ସମ୍ବନ୍ଧିତ ଖବର