PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଚିଲିକାରେ ଜାନୁୟାରୀ ୫ରେ ପକ୍ଷୀ ଗଣନା : ସାଢ଼େ ୭ ଲକ୍ଷ ପକ୍ଷୀଙ୍କ ସମାଗମ

ଚିଲିକା ୨୦ ।୧୨ (ଆପ୍ର): ଚିଲିକାରେ ଚଳିତବର୍ଷ ଡିସେମ୍ବର ୧୭ ତାରିଖ ସୁଦ୍ଧା ପ୍ରାୟ ସାଢ଼େ ୭ ଲକ୍ଷ ଦେଶୀ ଓ ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି । ଏହି ପକ୍ଷୀଙ୍କ ମଧ୍ୟରୁ କେବଳ ନଳବଣରେ ହାରାହାରି ୧୦୩ ପ୍ରଜାତିର ପକ୍ଷୀ ରହିଥିବା ଜଣାଯାଇଛି । ଯଦିଓ ବାତ୍ୟା ଫୋନି ପ୍ରଭାବରେ ଚଳିତବର୍ଷ ଚିଲିକାରେ ପକ୍ଷୀ ସଂଖ୍ୟା ହ୍ରାସ ପାଇବ ବୋଲି ବିଶେଷଜ୍ଞମାନେ ପୂର୍ବାନୁମାନ କରୁଥିଲେ, ମାତ୍ର ବର୍ତ୍ତମାନ ସୁଦ୍ଧା ପକ୍ଷୀ ସଂଖ୍ୟା ବେଶ୍‌ ଉତ୍ସାହଜନକ ରହିଛି । ଆଗକୁ ଶୀତ ବଢ଼ିବା ସହ ପକ୍ଷୀଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇ ୧୦ ଲକ୍ଷରୁ ଊଦ୍ଧ୍ୱର୍ ଟପିବ ବୋଲି ଆକଳନ କରାଯାଉଛି । ଯଦିଓ ବର୍ତ୍ତମାନ ସୁଦ୍ଧା ବିଧିବଦ୍ଧ ଭାବେ ପକ୍ଷୀ ଗଣନା କରାଯାଇନାହିଁ, ପକ୍ଷୀ ଗଣନା କରୁଥିବା ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟିର ପ୍ରାଥମିକ ଆକଳନରୁ ଏଭଳି ସୂଚନା ମିଳିଛି ।

ବନ ବିଭାଗ ସୂଚନା ଅନୁଯାୟୀ, ଆସନ୍ତା ୫ ତାରିଖରେ ଚିଲିକା ସମେତ ଆଖପାଖ ଅଞ୍ଚଳରେ ପକ୍ଷୀ ଗଣନା କରାଯିବ । ଏନେଇ ସମସ୍ତ ପ୍ରସ୍ତୁତି ଚାଲିଛି । ବମ୍ବେ ନ୍ୟାଚୁରାଲ ହିଷ୍ଟ୍ରି ସୋସାଇଟିର ଡ. ବାଲ୍‌କ୍ରିଷ୍ଣାଙ୍କ ନେତୃତ୍ୱରେ ଏଠାରେ ପକ୍ଷୀ ଗଣନା କାର୍ଯ୍ୟରେ ୧୦୦ରୁ ଊଦ୍ଧ୍ୱର୍ କର୍ମଚାରୀ ସାମିଲ୍‌ ହେବେ । ସେହିପରି ପକ୍ଷୀଙ୍କ ସୁରକ୍ଷା ନିମନ୍ତେ ଚିଲିକା ବନ୍ୟପ୍ରାଣୀ ବିଭାଗ ତରଫରୁ ବ୍ୟାପକ ପଦକ୍ଷେପ ନିଆଯାଇଛି । ଜନସାଧାରଣଙ୍କୁ ସଚେତନ କରାଯିବା ସହ ପକ୍ଷୀ ଶିକାର ରୋକିବା ପାଇଁ ନଳବଣ, ଭୂଷଣ୍ଡପୁର, ସୋରଣ, କାଳୁପଡା ଆଦି ଅଞ୍ଚଳରେ ୧୯ ସ୍କ୍ୱାଡ୍‌ ନିୟୋଜିତ କରାଯାଇଛି । ଏଥିସହ ପାଟ୍ରୋଲିଂ ମଧ୍ୟ କରାଯାଉଛି ବୋଲି ଡିଏଫ୍‌ଓ ଆଲୋକ ରଞ୍ଜନ ହୋତା ପ୍ରକାଶ କରିଛନ୍ତି ।