୧୪ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କଲେ ଆକ୍ରମଣକାରୀ

ବଲୁଚିସ୍ତାନ ଅଞ୍ଚଳରେ ୧୫ରୁ ୨୦ଜଣ ଆକ୍ରମଣକାରୀ ବସରେ ଯାଉଥିବା ୧୪ଜଣ ଯାତ୍ରୀଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ୨ଜଣ କୈାଣସି ପ୍ରକାରେ ସେଠାରୁ ବାହାରି ଯାଇ ନିଜ ଜୀବନ ବଞ୍ଚାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ଏହି ହମାଲାର କାରଣ ସ୍ପଷ୍ଟ ଜଣା ପଡ଼ିନାହିଁ। ଆକ୍ରମଣକାରୀଙ୍କ ପରିଚୟ ପାଇବାରେ ପୁଲିସ ଫେଲ୍ ମାରିଛି।ଯେଉଁ ବସକୁ ଟାର୍ଗେଟ କରିଥିଲେ ତାହା କରାଚୀରୁ ଗ୍ବାଦର ଯାଉଥିଲା। ଗୋଟେ ଦୁଇଟି ନୁହେଁ ୫ରୁ ୬ଟି ବସକୁ ଆକ୍ରମଣକାରୀ ରାସ୍ତା ମଝିରେ ଅଟକାଇ ଥିଲେ।

ଏହି ଘଟଣାଟି ବୁଜୀ ଟପ୍ ଅଞ୍ଚଳର କମରାନେ କୋଷ୍ଟଲ ହାଇଓ୍ବେରେ ଘଟିଛି। ବସ୍ ଚାଲୁଥିବା ସମୟରେ ହାଇଓ୍ବେ ମଝିରେ ଆକ୍ରମଣକାରୀମାନେ ବସକୁ ଅଟକାଇ ପରିଚୟ ପତ୍ର ଯାଞ୍ଚ ବାହାନରେ ତଳକୁ ଓହ୍ଲାଇଥିଲେ। ବସରେ ପ୍ରାୟ ୧୬ଜଣ ଯାତ୍ରୀ ବାହାରକୁ ବାହାରିଥିଲେ। କିନ୍ତୁ ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ ଯେ ଆକ୍ରମଣକାରୀ କିଏ ଏବଂ ତାଙ୍କର ଉଦ୍ଦେଶ୍ୟ କଣ ଥିଲା?

୨୦୧୫ରେ ବଲୁଚିସ୍ତାନର ମସ୍ତୁଙ୍ଗ୍ ଅଞ୍ଚଳରେ ଏହିଭଳି ଆଉ ଏକ ଘଟଣା ଘଟିଥିଲା। ସେହି ସମୟରେ ୨୪ଜଣ ଯାତ୍ରୀଙ୍କୁ ଆକ୍ରମଣକାରୀ ଅପହରଣ କରିନେଇଥିଲେ। ୧୯ଜଣଙ୍କୁ ଗୁଳି ମାରି ହତ୍ୟା କରିଥିଲେ।