ପୁଣି ପରଦାକୁ ଫେରିଲେ ଅଭିଷେକ: ଜୁଲାଇରୁ ‘ଦ ବିଗ୍‌ ବୁଲ୍‌’ର ସୁଟିଂ ଆରମ୍ଭ

ମୁମ୍ବାଇ ୪/୦୬: କିଛି ସର୍ତ୍ତ ସହିତ ନିକଟରେ ଫିଲ୍ମ, ଟିଭି ସିରିଏଲର ସୁଟିଂ ପାଇଁ ଅନୁମତି ଦେଇଛନ୍ତି ମହାରାଷ୍ଟ୍ର ସରକାର । ଏଭଳି କ୍ଷେତ୍ରରେ ଅଭିଷେକ ବଚ୍ଚନଙ୍କ ବହୁଚର୍ଚ୍ଚିତ ଫିଲ୍ମ ‘ଦ ବିଗ୍‌ ବୁଲ୍‌’ର ସୁଟିଂ ଆସନ୍ତା ମାସରୁ ଆରମ୍ଭ ହୋଇପାରେ । ଫିଲ୍ମର ଜଣେ ପ୍ରଯୋଜକ ଆନନ୍ଦ ପଣ୍ଡିତ କହିଛନ୍ତି, ‘ଆମେ ଜୁଲାଇ ମାସକୁ ଟାର୍ଗେଟ୍‌ କରୁଛୁ । କାରଣ ଏହା ମଧ୍ୟରେ ସୁଟିଂକୁ ନେଇ ସବୁ ବ୍ୟବସ୍ଥା ଏବଂ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ।

ଏହାଛଡ଼ା କଳାକାରଙ୍କଠାରୁ ଡେଟ୍‌ ବି ନେବାକୁ ହେବ ।’ ଫିଲ୍ମଟି ଷ୍ଟକ୍‌ବ୍ରୋକର ହର୍ଷଦ ମେହତାଙ୍କ ଜୀବନୀ ଉପରେ ପର୍ଯ୍ୟବସିତ । ଏଥିରେ ଅଭିଷେକଙ୍କୁ ହର୍ଷଦଙ୍କ ଭୂମିକାରେ ଦେଖିବାକୁ ମିଳିବ । ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି କୁକି ଗୁଲାଟି । ଅଜୟ ଦେବଗନ, ଆନନ୍ଦ ପଣ୍ଡିତ ଏବଂ କୁମାର ମଙ୍ଗତ ପାଠକ ଏହାର ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି । ଅଭିଷେକଙ୍କ ବ୍ୟତୀତ ସେଥିରେ ଇଲିଆନା ଡି’ କ୍ରୁଜ, ନିକିତା ଦତ୍ତା, ରାମ କପୁର ପ୍ରମୁଖ ନଜର ଆସିବେ ।

   ସମ୍ବନ୍ଧିତ ଖବର


ବିବାହ କରିଲେ ନେହା କକ୍କର – ରୋହନପ୍ରୀତଙ୍କ ହାତ ଧରିଲେ

ଦୁର୍ଗା ଅଷ୍ଟମୀ ପାଳିଲେ ଅଭିନେତ୍ରୀ – କନ୍ୟାଙ୍କ ପାଦ ଧୋଇ ଆଳତୀ କଲେ ଶିଳ୍ପା ଶେଟ୍ଟୀ

ନେହା କକ୍କର ଓ ରୋହନପ୍ରୀତ ସିଂହଙ୍କ ବିବାହ ପ୍ରସ୍ତୁତି ଆରମ୍ଭ , ଫଟୋ ଭାଇରାଲ

‘ତୋ ପାଇଁ କିଛି ବି’ ପାଇଁ ଭାଓଲିନ୍‌ ଟ୍ରେନିଂ ନେଉଛନ୍ତି ଓଲିଉଡର ଡନ୍

‘ଛଲାଙ୍ଗ’ ପାଇଁ ରାଜକୁମାରଙ୍କଠୁ ହରିଆଣ୍‌ଭି ଶିଖିଥିଲେ ନୁସ୍ରତ

ତାରାଙ୍କ ନୂଆ ଅବତାର: ନେତାରୁ ସାଜିଲେ ଅଭିନେତା, ମା’ ଦୁର୍ଗାଙ୍କ ପୂଜା କରୁଥିବା ଭିଡିଓ ଭାଇରାଲ୍‌