‘ଦ ବିଗ୍‌ ବୁଲ୍‌’ରେ ଇଲିଆନାଙ୍କ ଫାଷ୍ଟ ଲୁକ୍‌ ଜାରି

ମୁମ୍ବାଇ ୧୯।୮ : ଅଭିଷେକ ବଚ୍ଚନ ଏବଂ ଇଲିଆନା ଡି କ୍ରୁଜଙ୍କ ଅପ୍‌କମିଙ୍ଗ କ୍ରାଇମ ଡ୍ରାମା ‘ଦ ବିଗ୍‌ ବୁଲ୍‌’ ଡିଜ୍‌ନି ପ୍ଲସ୍‌ ହଟ୍‌ଷ୍ଟାରରେ ରିଲିଜ୍‌ ହେବା ସ୍ଥିର ହୋଇଛି । ଜୁନିଅର ବଚ୍ଚନଙ୍କ ପରେ ଫିଲ୍ମର ନିର୍ମାତାମାନେ ଇଲିଆନାଙ୍କର ଫାଷ୍ଟ ଲୁକ୍‌କୁ ଜାରି କରିଛନ୍ତି । ସେ ନିଜେ ମଧ୍ୟ ତାକୁ ସୋସିଆଲ ମିଡିଆ ହ୍ୟାଣ୍ଡଲରେ ସେୟାର କରିଛନ୍ତି । ସେଥିରେ ଇଲିଆନାଙ୍କର ସିରିୟସ ଅବତାର ଦେଖିବାକୁ ମିଳୁଛି ।

ସେ ଏକ କଳା ରଙ୍ଗର ପୋଷାକ ପିନ୍ଧିଥିବାବେଳେ କେଶକୁ ପଛପଟେ ବାନ୍ଧିଛନ୍ତି । ଆଖିରେ ଚଷମା ପିନ୍ଧି ଗାମ୍ଭୀର୍ଯ୍ୟପୂର୍ଣ୍ଣ ମୁଦ୍ରାରେ ବସିଛନ୍ତି । ଏହା ଷ୍ଟକ ବ୍ରୋକର ହର୍ଷଦ ମେହଟ୍ଟାଙ୍କ ଜୀବନୀ ଉପରେ ନିର୍ମିତ । କୁକି ଗୁଲାଟୀ ନିର୍ଦ୍ଦେଶନାରେ ଅଛନ୍ତି । ଅଜୟ ଦେବଗନ, ଆନନ୍ଦ ପଣ୍ଡିତ ପ୍ରଯୋଜନା ଦାୟିତ୍ୱରେ ରହିଛନ୍ତି । ଇଲିଆନା-ଅଭିଷେକଙ୍କ ବ୍ୟତୀତ ଏଥିରେ ନିକିତା ଦତ୍ତା ଏବଂ ସୋହମ ଶାହଙ୍କୁ ଦେଖିବାକୁ ମିଳିବ । କରୋନା କାରଣରୁ ଏହାର ରିଲିଜ୍‌ ବିଳମ୍ବିତ ହୋଇଥିବାବେଳେ ଓଟିଟିରେ ପ୍ରିମିୟର ହେବ ବୋଲି ଜଣାପଡ଼ିଛି ।

   ସମ୍ବନ୍ଧିତ ଖବର


ଏହି ୨୫ଟି ଫିଲ୍ମ ଦେଖିଲେ ମିଳିବ ୨ ଲକ୍ଷ ଟଙ୍କା, ଆପଣ ରାଜି ତ ?

ବିବାଦ ପୂର୍ବରୁ ଜାଣିନଥିଲି କିଏ କଙ୍ଗନା : ମୁମ୍ୱାଇ ମେୟର

ମାଳଦ୍ୱୀପରେ ବଲିଉଡ୍‌ ଷ୍ଟାରଙ୍କ ଲାଗିଛି ଏବେ ମେଳା …

ମନ୍ଦିରରେ ହେବ ଆଦିତ୍ୟ ଏବଂ ଶ୍ବେତାଙ୍କ ବିବାହ, ୫୦ରୁ ଅଧିକ ଲୋକ ହୋଇପାରିବେନି ସାମିଲ

କଙ୍ଗନା ରଣାଓ୍ବତ ସଞ୍ଜୟଙ୍କ ସହ ସେୟାର କଲେ ଫଟୋ : ୟୁଜର୍ସ କହିଲେ, ‘ଏହା କରିବାର ନଥିଲା ବେବି..ଏମିତି କି ପରିସ୍ଥିତି ଆସିଗଲା…’

୫ ବର୍ଷ ବୟସରୁ ମଡେଲିଂ ଓ ଆକ୍ଟିଂରେ ଫ୍ଲୋରିନାଙ୍କ ଋଚି