PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଓଡ଼ିଶା: ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୧ ହଜାର ୮୦୫ ଜଣ କରୋନା ପଜିଟିଭ, ୨୧ ଜଣଙ୍କ ଜୀବନ ନେଲା ମହାମାରୀ
  • ||
  • ବାଲେଶ୍ଵର : ଭାରସାମ୍ୟ ହରାଇ ପୋଲ ତଳକୁ ଖସିଲା କାର୍, ୩ ମୃତ ୨ ଗୁରୁତର
  • ||
  • OJEE: ଜୁନ୍‌ ୧୫ ଯାଏ ଛାତ୍ରଛାତ୍ରୀମାନେ ଅନ୍‌ଲାଇନ୍‌ରେ ଆବେଦନ କରିପାରିବେ, ଜୁନ୍‌ ୧୭ତାରିଖ ସୁଦ୍ଧା ଅନ୍‌ଲାଇନ୍‌ରେ ଫି’ଦାଖଲ କରିପାରିବେ
  • ||
  • ପୁରୀ:ଏ ବର୍ଷ ବି ବିନା ଭକ୍ତରେ ହେବ ବିଶ୍ଵ ପ୍ରସିଦ୍ଧ ରଥଯାତ୍ରା, କେବଳ ସେବାୟତ ଟାଣିବେ ରଥ
  • ||
  • ପୁରୀ: ଆଜି ମହାପ୍ରଭୁଙ୍କ ବାହାର ଚନ୍ଦନ ଯାତ୍ରା, ମେ ୧୫ରୁ ଜୁନ୍‌ ୬ ଯାଏଁ ୧୪୪ ଧାରା ଜାରି
  • ||
  • ଚାଷୀ କୂଳ ପାଇଁ ଖୁସି ଖବର: ମେ’ ୩୧ରେ କେରଳ ଛୁଇଁବ ମୌସୁମୀ,ଜୁନ୍ ୧୦ରୁ ୧୨ ସୁଦ୍ଧା ଓଡ଼ିଶା
  • ||
  • ଆଜି ପବିତ୍ର ଅକ୍ଷୟ ତୃତୀୟା, ମାଟି ମା’କୁ ପୂଜା କରି ଚାଷ କାମ ଅନୁୁକୂଳ କରିବେ ଚଷା ପୁଅ
  • ||

ଚୀନକୁ ୧୭ ବର୍ଷରେ ସବୁଠୁ ବଡ ଝଟକା, ବୃଦ୍ଧି ପାଉଛି ବେରୋଜଗାରି

ନୂଆଦିଲ୍ଲୀ,୧୫।୩: ଜାତିସଂଘର ସୁରକ୍ଷା ପରିଷଦରେ ଚୀନ  ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଆଝାରକୁ ବିଶ୍ବ ଆତଙ୍କବାଦୀ ଘୋଷିତ କରିବାରୁ ରକ୍ଷା କରିପାରିଛି। କିନ୍ତୁ ଏହି କାରଣ ପାଇଁ ଚୀନକୁ ଦେବାକୁ ପଡିଛି ବହୁମୂଲ୍ୟ। କାରଣ ଏହି ଘଟଣା ପରେ ଭାରତରେ ଚୀନ ସାମଗ୍ରୀର ବହିଷ୍କାର କରିବା ନେଇ ଆହ୍ବାନ କରିଦିଆଯାଇଛି। ସୋସିଆଲ ମିଡିଆରେ ବୟକଟ୍ ଚାଇନିଜ ପ୍ରଡକ୍ଟ ଓ ବୟକଟ ଚାଇନା ଟ୍ରେଣ୍ଡ ହେବାରେ ଲାଗିଛି। କିନ୍ତୁ ଚୀନର ଅସୁବିଧା ଏବେ ଘରୋଇ ସ୍ତରରେ ବୃଦ୍ଧି ହୋଇ ଯାଇଛି। ଚଳିତ ବର୍ଷ ପ୍ରଥମ ଦୁଇ ମାସରେ ଚୀନର ଆର୍ଥିକ ସ୍ଥିତି ୧୭ ବର୍ଷରେ ସବୁଠାରୁ ଅଧିକ ଦୁର୍ବଳ ହୋଇଯାଇଛି।

ଚୀନର ଏକ ସରକାରୀ ପରିସଂଖ୍ୟନ ଅନୁସାରେ ୨୦୧୯ର ପ୍ରଥମ ଦୁଇମାସରେ ଇଣ୍ଡଷ୍ଟ୍ରିଆଲ ଆଉଟପୁଟ୍ ହ୍ରାସ ପାଇ ୧୭ ବର୍ଷରେ ସବୁଠାରୁ ଅଧିକ ନିମ୍ନ ସ୍ତରରେ ପହଁଞ୍ଚି ଯାଇଛି। ବେରୋଜଗାରି ସ୍ତର ଡିସେମ୍ବରରେ ୪.୯ ପ୍ରତିଶତ ତୁଳନାରେ ବଢି ୫.୩ ପ୍ରତିଶତ ହୋଇଯାଇଛି। ଅର୍ଥଶାସ୍ତ୍ରୀଙ୍କ ମତରେ ଆମେରିକା ସହ ଲାଗି ରହିଥିବା ଟ୍ରେଡ ଓ୍ବାରର ପ୍ରଭାବ ଚୀନ ଅର୍ଥବ୍ୟବସ୍ଥା ଉପରେ ଦେଖିବାକୁ ମିଳୁଛି।  ତା ଛଡା ପ୍ରାରମ୍ଭିକ ଦୁଇମାସ ଛୁଟି ଥିଲା। ତେଣୁ ଦେଶରେ ମାନ୍ୟୁଫାକଚରିଂ ଗତିବିଧ ଧିମା ହୋଇଯାଇଥିଲା। ଚୀନ ସରକାର ଅର୍ଥବ୍ୟବସ୍ଥାକୁ ନେଇ ଲଗାତାର ବଡ ଧରଣର ପଦକ୍ଷେପ ଗ୍ରହଣ କରୁଛନ୍ତି। ଗତ କିଛି ଦିନ ଭିତରେ ଟାକ୍ସ ରିହାତି କରାଯାଇଛି। ସେଭଳି ସୁଦ୍ଧ ହାରକୁ ହ୍ରାସ ସିଷ୍ଟମରେ ଲିକ୍ବାଡିଟି ବଢେଇ ଦିଆଯାଇଛି।

ଚୀନର ଉପଭୋକ୍ତା ମୂଲ୍ୟ ସୂଚକାଙ୍କ(ସିପିଆଇ) ଗତ ୧ ମାସ ହେବ ନିମ୍ନ ସ୍ତରକୁ ଚାଲିଆସିଛି। ଚୀନର ଜାତୀୟ ପରିସଂଖ୍ୟନ ବ୍ୟୁରୋ ନିକଟରୁ ଗତ ଶନିବାର ଏହି ସୂଚନା ମିଳିଥିଲା। ସିପିଆଇ ଖୁଚୁରା ମୁଦ୍ରାସ୍ପିତିର ମୁଖ୍ୟ ସଙ୍କେତକ ହୋଇଥାଏ। ଫେବୃଆରୀରେ ଚୀନର ସିପିଇସି  ମାତ୍ର ୧.୫ ପ୍ରତିଶତ ଦରରେ ବଢିଛି। ଯାହାକି ଜାନୁଆରୀରେ ୧.୭ ପ୍ରତିଶତ ଥିଲା। ଏହା ଲଗାତାର ଭାବରେ ଚତୁର୍ଥ ମାସ ଯେବେ ସିପିଆଇର ବୃଦ୍ଧି ଦର ହ୍ରାସ ପାଇଛି। ଏହା ଜାନୁଆରୀ ୨୦୧୮ ପରେ ନିମ୍ନ ସ୍ତରକୁ ଆସିଛି। ଚୀନର ଜିଡିପି ବିକାଶ ଦର ଗତ ବର୍ଷ ୨୦୧୮ରେ ୬.୬ ପ୍ରତିଶତରେ ଥିଲା ଯାହାକି ଗତ ୨୮ ବର୍ଷର ସବୁଠାରୁ ନିମ୍ନ ସ୍ତରରେ ରହିଛି। ସରକାର ଚଳିତ ବର୍ଷ ପାଇଁ ଜିଡିପି ବିକାଶ ଦର ୬ରୁ ୬.୫୦ ପ୍ରତିଶତ ରହିବାର ଅନୁମାନ କରିଛନ୍ତି।