ପାକିସ୍ତାନର ଏଫ୍-୧୬କୁ ନଷ୍ଟ କରିବାରେ ଅଭିନନ୍ଦନଙ୍କୁ ସାହାର୍ଯ୍ୟ କରିଥିଲେ ଜଣେ ମହିଳା ଅଧିକାରୀ, ଜାଣନ୍ତୁ ସେ କିଏ?

ନୂଆଦିଲ୍ଲୀ,୪।୪:ବାଲକୋଟରେ ଏୟାର ଷ୍ଟ୍ରାଇକ୍ ପରେ ପାକିସ୍ତାନ ଯେତେବେଳେ ଭାରତ ଉପରେ ପ୍ରତିଶୋଧ ନେବାକୁ ଚେଷ୍ଟା କରିଥିଲା ସେତେବେଳେ ଭାରତୀୟ ବାୟୁସେନା କଡା ଜବାବ୍ ଦେଇଥିଲା। ଭାରତୀୟ ପାଇଲଟ୍ ପଡୋଶୀ ଦେଶର ଜେଟକୁ ସୀମା ବାହାରକୁ ଯିବାକୁ ବାଧ୍ୟ କରିଥିଲେ। ଏହି ପୁରା ଘଟଣାକ୍ରମରେ ଓ୍ବିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ବାହାଦୁରୀକୁ ନେଇ ଖୁବ୍ ଚର୍ଚ୍ଚା ହୋଇଥିଲା। କିନ୍ତୁ ଏହି କାର୍ଯ୍ୟାନୁଷ୍ଠାନକୁ ସଫଳ କରିବା ପଛରେ ଯେଉଁ ଲୋକଙ୍କର ହାତ ଥିଲା, ସେମାନଙ୍କ ନାମ ଏବେ ବି ଲୁକାୟିତ ଅବସ୍ଥାରେ ରହିଛି। ସେମାନଙ୍କ ମଧ୍ୟରେ ରହିଛନ୍ତି ଜଣେ ମହିଳା ସ୍କ୍ବାର୍ଡନ ଲିଡର। ଯିଏକି ନିଜର ଉପସ୍ଥିତ ବୁଦ୍ଧି ଓ ଅସାଧାରଣ ସତର୍କତା ପାଇଁ ପାକିସ୍ତାନ ବାୟୁସେନାର ଆକ୍ରମଣକୁ ବିଫଳ କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଏବେ ଏହି ଅଫିସର ଜଣଙ୍କର ନାମ ଲୋକଲୋଚନକୁ ଆସି ନାହିଁ। ହୋଇପାରେ ସୁରକ୍ଷା ଦୃଷ୍ଟିରେ କେବେ ମଧ୍ୟ ଆସିନପାରେ। କିନ୍ତୁ ଏହି ବାହାଦୁରୀକୁ ଏୟାରଫୋର୍ସ ଏବଂ ଦେଶବାସୀ ଚିରଦିନ ମନେ ରଖିବେ। ତେବେ ବାୟୁସେନାର ବିଶିଷ୍ଟ ସେବା ମେଡାଲ୍‌ ପାଇଁ ତାଙ୍କ ନାମକୁ ସୁପାରିଶ କରାଯାଇଥିବା ସୂଚନା ମିଳିଛି । 

ମହିଳା ସ୍କ୍ବାର୍ଡନ ଲିଡର ଏୟାରଫୋର୍ସରେ ଫାଇଟର କନଟ୍ରୋଲର ଭୂମିକାରେ ଥିଲେ। ଏବେ ପଞ୍ଜାବ ସ୍ଥିତ ଆଇଏଏଫର ଏକ ରାଡାର କନଟ୍ରୋଲ ଷ୍ଟେସନରେ ତାଙ୍କର ପୋଷ୍ଟିଂ ହୋଇଛି। ଫେବୃୟାରୀ ୨୭ ତାରିଖ ଦିନ ଏୟାରଫୋର୍ସକୁ ସୂଚନା ମିଳିଯାଇଥିଲା ଯେ, ପାକିସ୍ତାନ ପକ୍ଷରୁ ୨୪ ଏଫ-୧୬, ଜେଏଫ-୧୭ଏସ ଓ ମିରାଜ ୫ରୁ ଆକ୍ରମଣ କରାଯାଉଛି, ସେତେବେଳେ ଏହି ମହିଳା ଅଫିସର ଜଣକ ପରିସ୍ଥିତିକୁ ଖୁବ୍ ଭଲ ଭାବରେ ସମ୍ଭାଳିଥିଲେ। ଲଗାତାର ଭାବରେ ଭାରତୀୟ ଫାଇଟର ପାଇଲଟଙ୍କୁ ପାକିସ୍ତାନୀ ଜେଟ୍ ସମ୍ପର୍କରେ ସୂଚନା ଦେଇ ଚାଲିଥିଲେ। ସେହିଦିନ ବାୟୁସେନାକୁ ଇନପୁଟ ମିଳିଥିଲା ଯେ ପାକିସ୍ତାନ ଆକ୍ରମଣ ପାଇଁ ପ୍ରସ୍ତୁତି କରୁଛି। ଏହାପରେ ସକାଳ ୯ଟା୪୫ ସୁଦ୍ଧା ସ୍ପଷ୍ଟ ହୋଇଗଲା ଯେ ପାକିସ୍ତାନ ବାୟୁସେନାର ଯୁଦ୍ଧ ବିମାନ ନିୟନ୍ତ୍ରଣ ରେଖା ନିକଟକୁ ପଠାଯାଉଛି।  କିଛି ସମୟ ମଧ୍ୟରେ ପାକିସ୍ତାନର ୪ଟି ଜେଟ୍‌ ବିମାନ ରଜୌରୀର କଲାଲ ଅଞ୍ଚଳରେ​‌ ଏଲ୍‌ଓସି ପାର୍‌ କରିଥିଲା।

ଠିକ୍‌ ସେହି ସମୟରେ ସ୍କ୍ୱାର୍ଡନ ଲିଡର୍‌ ସମୟ ନଷ୍ଟ ନକରି କଣ୍ଟ୍ରୋଲ ରୁମ୍‌ରୁ ୨ଟି ସୁଖୋଇ ଓ ୨ ଟି ମିରାଜ୍‌ ବିମାନକୁ ସତର୍କ କରାଇଦେଲେ । ଯେତେବେଳେ ଦେଖିଲେ ଶତ୍ରୁ ପକ୍ଷରୁ ଆହୁରି ବିମାନ ଆସୁଛି ସେ ୬ଟି ମିଗ ବିମାନକୁ ଶ୍ରୀନଗର ଏୟାରବେସ୍‌ରୁ ଉଡ଼ିବାକୁ ନିର୍ଦ୍ଦେଶ ଦେଇଥିଲେ । ଯାହାକୁ ଦେଖି ପାକିସ୍ତାନ ମଧ୍ୟ ବିଚଳିତ ହୋଇପଡ଼ିଥିଲା । ସେହି ମହିଳା ଅଫିସର୍‌ ଜଣକ ସୂଚନା ଦେଇଥିଲେ ଯେ ପାକିସ୍ତାନ ଏଫ୍‌-୧୬ରେ ଆକ୍ରମଣ କରୁଛି । ଯେଉଁଥିରେ ଏଆଇଏମ୍-୧୨୦ସି ଆଡ୍‌ଭାନ୍ସ ମିସାଇଲ ଖଞ୍ଜା ଯାଇଥିଲା । ଦୁଇ ଦେଶର ଜେଟ ଭିତରେ ହୋଇଥିବା ଡଗ ଫାଇଟରେ କମାଣ୍ଡର ଅଭିନନ୍ଦନ ଏଫ-୧୬କୁ ଆର-୭୩ ମିଶାଇଲ ଦ୍ବାରା ମାରି ନଷ୍ଟ କରିଦେଇଥିଲେ। କନଣ୍ଟୋଲ ରୁମରେ ବସି ମହିଳା ଅଧିକାରୀ ଜଣକ ସେ ପ୍ରତି ମୁହୁର୍ତ୍ତର ଖବର ଦେଉଥିଲୋ। ସେ ଯଦି ଠିକ୍ ସମୟରେ ଖବର ଦେଇନଥାନ୍ତେ ତେବେ ଭାରତର ସ୍ଥିତି ଖୁବ୍ ଖରାପ ହୋଇପଡିଥାନ୍ତା। ପାକିସ୍ତାନର ଏଫ୍-୧୬ ନଷ୍ଟ କରିବା ପରେ ଅଭିନନ୍ଦନଙ୍କ ଯୁଦ୍ଧ ବିମାନଟି ମଧ୍ୟ ନଷ୍ଟ ହୋଇ ପାକିସ୍ତାନ ସୀମାରେ ପ୍ରବେଶ କରିଥିଲା। ସେଠାରେ ତାଙ୍କୁ ପାକିସ୍ତାନ ସେନା ବନ୍ଦୀ କରିଥିଲା। ତେବେ ଭାରତର ଚାପ ପରେ ପାକିସ୍ତାନ ଅଭିନନ୍ଦନଙ୍କୁ ଛାଡି ଦେଇଥିଲା।

   ସମ୍ବନ୍ଧିତ ଖବର


ଲଜ୍ଜା ! ବୋହୂର ସର୍ବସ୍ୱ ସାରିଲା ଶ୍ୱଶୂରଙ୍କର ପାପ ନଜର- ପୁଅକୁ ଗୁଳି କରି ଫେରାର

ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା