ଏହି ଗୁମ୍ଫାରେ ଶୋଇବା ପାଇଁ ଦୂର ଦୂରାନ୍ତରୁ ଆସନ୍ତି ଲୋକ, କାରଣ ଜାଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ

ସାଧାରଣତଃ ଲୋକେ ବେମାରରେ ପଡ଼ିଲେ ଚିକିତ୍ସା ପାଇଁ ଡାକ୍ତରଙ୍କ ପାଖକୁ ଯାଆନ୍ତି। କିନ୍ତୁ ଏହି କଥା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ଯେ ଦୁନିଆଁରେ ଏମିତି ଏକ ଗୁମ୍ଫା ଅଛି ଯେଉଁଠି ଶୋଇବା ଏବଂ ରୋଗ ଭଲ କରିବା ପାଇଁ ସେଠାକୁ ଯାଆନ୍ତି। ଏହି ଗୁମ୍ଫା ଅଷ୍ଟ୍ରିଆର ଗସ୍ତିନ୍ ଠାରେ ଅବସ୍ଥିତ।

କୁହାଯାଏ କି ସର୍ବ ପ୍ରଥମେ ଲୋକେ ସୁନାର ଖଣି ଖୋଜିବାକୁ ଏଠାକୁ ଆସିଥିଲେ। କିନ୍ତୁ ପରେ ଜଣା ପଡ଼ିଲା କି ଏହି ଗୁମ୍ଫାରେ ଅତି ବଡ଼ରୁ ବଡ଼ ରୋଗ ମଧ୍ୟ ଭଲ ହେଉଛି। ଏହା ବ୍ୟତୀତ ଏହି ଗୁମ୍ଫାରୁ ରାଡନ୍ ଗ୍ୟାସ୍ ମିଳିଥାଏ। ସେହି ଗ୍ରାସ ଦ୍ବାରା ବଡ଼ ବଡ଼ ରୋଗର ଚିକିତ୍ସା କରାଯାଇଥାଏ। ରାଡନ୍ ଗ୍ୟାସ୍ ଏକ ବିକିରଣଶୀଳ ଗ୍ୟାସ ଅଟେ। ଯାହାଦ୍ବାରା ଗୁମ୍ଫାର ଗରମ ବାତାବରଣ ହିଁ ରୋଗ ଉପରେ ପ୍ରଭାବ ପକାଇଥାଏ।

ଏହି ଗୁମ୍ଫାରେ ନିଜର ରୋଗ ଭଲ କରିଥିବା ଲୋକଙ୍କ କହିବାନୁସାରେ, ଗୁମ୍ଫାରୁ ବାହାରୁଥିବା ଗ୍ୟାସ୍ ଆଣ୍ଠୁ ଗଣ୍ଠି ଏବଂ ତ୍ବଚା ସମ୍ବନ୍ଧୀୟ ରୋଗରୁ ମୁକ୍ତି ଦେଇଥାଏ। ତେଣୁ ପ୍ରାକୃତିକ ଉପାୟରେ ସମସ୍ତ ରୋଗକୁ ଭଲ କରାଯାଏ ବୋଲି ଏଠାକାର ଲୋକେ କୁହନ୍ତି। ୟୁରୋପ ଏବଂ ଅନ୍ୟ ଦେଶରୁ ବହୁ ଲୋକ ରୋଗ ଏଠାକୁ ଆସନ୍ତି। ଖାସକରି ଏହି ଗୁମ୍ଫାକୁ ରୋଗୀକୁ ନେବା ଆଣିବା କରିବା ପାଇଁ ଟ୍ରେନ୍ ଯାଆସ କରୁଛି। ଗୁମ୍ଫାରେ ସବୁ ସମୟରେ ଡାକ୍ତର ମଧ୍ୟ ରହିଥାନ୍ତି।
