କାର୍ତ୍ତିକ ଓ ସାରାଙ୍କ ଇଣ୍ଟିମେଣ୍ଟ୍ ସିନ୍ ଉପରେ କଇଁଚି ଚଲାଇଲା ସେନ୍ସର ବୋର୍ଡ

ମୁମ୍ବାଇ ୧୩।୨ : ଭାଲେଣ୍ଟାଇନ୍ସ ଡେ’ରେ ଲଭ୍ ଆଜ୍ କଲ୍-୨। ଏହାକୁ କେବଳ କାର୍ତ୍ତିକ ଓ ସାରା ନୁହେଁ ସବୁପ୍ରେମୀ ଯୁଗଳ ଏହି ଫିଲ୍ମକୁ ଦେଖିବେ ବୋଲି କେବେଠୁ ଚାହିଁ ବସିଛନ୍ତି। ଲଭ୍ ଆଜ୍ କଲ୍-୨ର ପ୍ରଥମ ଲୁକ୍ ରିଲିଜ୍ ହୋଇସାରିଥିବାବେଳେ ଫେବୃୟାରୀ ୧୪ରେ ଏହି ଫିଲ୍ମ ମୁକ୍ତିଲାଭ କରିବ। ସାରା ଓ କାର୍ତ୍ତିକ ଏବେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଫିଲ୍ମର ଟ୍ରେଲରକୁ ମଧ୍ୟ ଦର୍ଶକ ପସନ୍ଦ କରୁଛନ୍ତି।

ତେବେ ଏସବୁ ଭିତରେ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ (ସେନ୍ସର ବୋର୍ଡ) ଲଭ୍ ଆଜ୍ କଲ୍-୨ ରେ କାର୍ତ୍ତିକ ଓ ସାରା ଅଲ୍ଲୀ ଖାନଙ୍କ ମଧ୍ୟରେ ସୁଟ୍ ହୋଇଥିବା କିଛି ଇଣ୍ଟିମେଣ୍ଟ୍ ସିନକୁ ହଟାଇ ଦେଇଛନ୍ତି। ପ୍ରାରମ୍ଭରେ ଥିବା ଏକ କିସିଂ ସିନକୁ ଛୋଟି କରି ଦିଆଯାଇଛି।

ଲଭମେକିଙ୍ଗ୍ ସିନରେ କିଛି ପରିବର୍ତ୍ତନ କରାଇଛନ୍ତି। ବୋର୍ଡ ନିର୍ମାତାଙ୍କୁ ଇଣ୍ଟିମେଣ୍ଟ ସିନ ପରେ କ୍ଲିଭେଜ୍ ସିନକୁ ବ୍ଲର୍ କରିବାକୁ ମଧ୍ୟ କହିଛନ୍ତି। ରିଲିଜ୍ ହେବା ପୂର୍ବରୁ ଫିଲ୍ମକୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେସନ ୟୁ/ଏ ସାର୍ଟିଫିକେଟ ଦେଇ ପାସ୍ କରି ଦେଇଦେଇଛି।

ସାରା-କାର୍ତ୍ତିକଙ୍କ ଛଡ଼ା ଏହି ଫିଲ୍ମରେ ରଣଦୀପ ହୁଡ୍ଡା ଏବଂ ଆରୁଷି ଶର୍ମା ପ୍ରମୁଖ ଭୂମିକାରେ ନଜର ଆସିବେ। ଇମ୍‌ତିଆଜ ଅଲ୍ଲୀ ଓ ଦିନେଶ ବିଜାନ ପ୍ରଯୋଜନା ଭାର ସମ୍ଭାଳିଛନ୍ତି। ୨୦୦୯ରେ ରିଲିଜ ହୋଇଥିବା ଫିଲ୍ମ ‘ଲଭ ଆଜ୍‌ କଲ୍‌’ର ଏହା ସିକୁଏଲ। ପୂର୍ବ ଫିଲ୍ମରେ ସୈଫ ଅଲ୍ଲୀ ଖାନ ଏବଂ ଦୀପିକା ମୁଖ୍ୟ ଭୂମିକାରେ କାମ କରିଥିଲେ।

   ସମ୍ବନ୍ଧିତ ଖବର


‘ରାମାୟଣ’ର ସୁଟିଂ ୫୫୦ ଦିନ ଚାଲିଥିଲା, ପ୍ରତି ଏପିସୋଡରେ ଜାଣନ୍ତୁ କେତେ ହେଉଥିଲା ଖର୍ଚ୍ଚ

ଚର୍ଚ୍ଚାରେ ଶୋଲେର ‘ଶାମ୍ବା’, ସାମାଜିକ ଦୂରତା ରକ୍ଷା ନେଇ ଭାଇରାଲ ହେଉଛି ଫଟୋ

କଥା ରଖିଲେ ଭାଇଜାନ୍: ୧୬ ହଜାର ଶ୍ରମିକଙ୍କ ଆକାଉଣ୍ଟକୁ ଦେଲେ ଏତେ କୋଟି ଟଙ୍କା

ଲୋକଙ୍କୁ ସୋସିଆଲ ଡିଷ୍ଟାନ୍ସ ବୁଝାଇବା ପାଇଁ ଦୀପିକା-ଶାହରୁଖଙ୍କ ସାହାଯ୍ୟ ନେଲା ପୋଲିସ