ନିଷ୍ପାପ ମନର ଉଦାହରଣ: ୧୦ଟଙ୍କା ଧରି କୁକୁଡା ଛୁଆର ଚିକିତ୍ସା ପାଇଁ ହସ୍ପିଟାଲରେ ପହଁଞ୍ଚିଲା ଏହି ଶିଶୁ, ଜାଣନ୍ତୁ ପୁରା ଘଟଣା…

ଆଇଜଲ୍,୪।୪: .- ଛୋଟ ପିଲାର ମନ ସବୁବେଳେ ନିଷ୍ପାପ । ତାଙ୍କ ମନ ଭିତରେ ଛନ୍ଦ-କପଟ କିଛି ନଥାଏ। ଏଭଳି କିଛି କଥାକୁ ପ୍ରମାଣିତ କରିଦେଇଛି ମିଜୋରାମର ସାଇରଙ୍ଗରେ ଥିବା ଏହି କୁନି ପୁଅଟି। ଯାହାକୁ ନେଇ ସବୁଆଡେ ଖୁବ୍ ଚର୍ଚ୍ଚା। ଏପରିକି ଏହି ଶିଶୁଟିର ଫଟୋ ସୋସିଆଲ ମିଡିଆରେ ଭାଇରାଳ ହେବାରେ ଲାଗିଛି।
ଏହି ଶିଶୁଟି ଗଳି ରାସ୍ତାରେ ନିଜର ସାଇକେଲ୍କୁ ଚଳାଉଥିବା ବେଳେ ଗୋଟିଏ କୁକୁଡା ଚିଆଁ ସାଇକେଲ୍ ଚକାତଳକୁ ଆସିଯାଇଥିଲା । ସେହିଠାରେ କୁକୁଡା ଚିଆଁଟି ମରିଯାଇଥିଲ। ତେବେ ଏହି ଶିଶୁଜଣକ ନିଜ ପାଖରେ ଜମା ରଖିଥିବା ୧୦ ଟଙ୍କା ନେଇ ହାତରେ କୁକୁଡା ଚିଆଁକୁ ଧରି ଡାକ୍ତରଖାନାରେ ପହଞ୍ଚିଥିଲା । ଏହି ଖବର ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ୍ ହୋଇଛି । ଏହି ୬ ବର୍ଷର ଶିଶୁଙ୍କ ନାମ ଡେରେକ୍ ସି ଲାଲଛାନ୍ହିମା ବୋଲି ଜଣାପଡ଼ିଛି। ସେ କୁକୁଡ଼ା ଛୁଆ ପ୍ରତି ଦେଖାଇଥିବା ଦୟା ସମ୍ପର୍କିତ ଏକ ଫଟୋ ଓ ଲେଖା ‘ସାଙ୍ଗା ସେଜ୍’ ନାମକ ଏକ ଆଇଡିରୁ ପୋଷ୍ଟ ହେବା ପରେ ବର୍ତ୍ତମାନ ୮୮ ହଜାର ଶେୟାରରେ ପହଞ୍ଚିଲାଣି। ଏହାକୁ ୧ଲକ୍ଷ ୨୬ ହଜାର ଲୋକ କମେଣ୍ଟ ମଧ୍ୟ ଦେଇସାରିଲେଣି।