ପ୍ରମୁଖ ଖବର
  • ଭୁବନେଶ୍ଵର : ମେ ୧ରେ ୪୮ ଡିଗ୍ରୀ ଛୁଇଁବ, ଆହୁରି ୬ ଡିଗ୍ରୀ ବଢ଼ିଯିବ ତାତି
  • ||

ଆକାଶ ମହୁରିଆ ମୃତ୍ୟୁ ଘଟଣା : ୪ ପୋଲିସ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ୍

ଭୁବନେଶ୍ଵର, ୦୧/୧୨ : ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କଲା କ୍ରାଇମବ୍ରାଞ୍ଚ୍। ୨୦୧୭ରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ଏହି ୪ ପୋଲିସ ଅଧିକାରୀଙ୍କ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ୍ ଖୋଳତାଡ କରିବ। ଏହି ୪ ପୋଲିସ ଅଧିକାରୀ ହେଉଛନ୍ତି କୋରାପୁଟ ଜୟପୁର ଟାଉନ ଥାନାର ପୂର୍ବତନ ଥାନା ଅଧିକାରୀ ତପନ ନାରାୟଣ ରଥ, ପୂର୍ବତନ ସବ ଇନ୍ସପେକ୍ଟର ଶିବ ପ୍ରସାଦ ସାହୁ, ରାଜେଶ ବଳିଆରସିଂ ଏବଂ ତତ୍କାଳୀନ SDPO ରାଜେନ୍ଦ୍ର ପ୍ରସାଦ ସେନାପତି।

ସୂଚନାନୁଯାୟୀ, ୨୦୧୭ ମସିହାରେ ଆକାଶ ମହୁରିଆ ନାମକ ଜଣେ ଯୁବକଙ୍କୁ ହତ୍ୟା କରି ଦୁର୍ଘଟଣା ରୂପ ଦେବାକୁ ଚେଷ୍ଟା ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି। ନିଜ ଆଡୁ ମାମଲା ରୁଜୁ କରି କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି। ମୃତକ ଆକାଶ ନାମରେ ୧୪ଟି ଅପରାଧୀକ ମାମଲା ରହିଥିଲା। ଆକାଶକୁ ଗୋଡାଇବା ବେଳେ ବାଇକରୁ ପଡି ତାଙ୍କର ମୃତ୍ୟୁ ଘଟିଥିବା ତଦନ୍ତ ବେଳେ ପୋଲିସ କହିଥିଲା। ହେଲେ ଆକାଶକୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.