PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

୩ ଚିଟ୍‌ଫଣ୍ଡ ଅଭିଯୁକ୍ତଙ୍କ ପୋଷ୍ଟର ଜାରି କଲା କ୍ରାଇମବ୍ରାଞ୍ଚ୍ : ତାଲିକାରେ ଗୋଲ୍ଡେନ୍ ବାବା, ସୂଚନା ଦେଲେ ମିଳିବ ପୁରସ୍କାର ରାଶି

ଭୁବନେଶ୍ଵର, ୨୯/୧୧ : ୩ ଫେରାର୍ ମୋଷ୍ଟ ୱାଣ୍ଟେଡ୍ ଚିଟଫଣ୍ଡ ଅଭିଯୁକ୍ତଙ୍କ ବାବଦରେ ସୂଚନା ଦେବାକୁ ପୋଷ୍ଟର ଜାରି କଲା କ୍ରାଇମବ୍ରାଞ୍ଚ୍ EOW। ଏହି ୩ ଅଭିଯୁକ୍ତଙ୍କ ଫଟୋ ସହ ୩ ଜଣଙ୍କ ଲାଗି ପୃଥକ୍ ନମ୍ବର ଜାରି କରିଛି କ୍ରାଇମ୍‌ବ୍ରାଞ୍ଚ୍। EOW ତାଲିକାରେ ଫେରାର୍ ଚିଟଫଣ୍ଡ ଅଭିଯୁକ୍ତ ଆଦିତ୍ୟ ଦାସ, ତ୍ରିବେଣୀ ମହାନ୍ତୀ, ଓ ଗୋଲଡେନ୍ ବାବା ଜ୍ୟୋତି ରଞ୍ଜନ ବେଉରାଙ୍କ ନାମ ରହିଛି।

ସିଷ୍ଟମେଟିକ୍ସ ଫାଇନାନ୍ସିଆଲ୍ ସର୍ଭିସେସ୍ ପ୍ରା.ଲି ଚିଟଫଣ୍ଟ କେସ୍‌ର ଅଭିଯୁକ୍ତ ଆଦିତ୍ୟଙ୍କ ପାଇଁ ସୂଚନା ଦେବାକୁ ହେଲେ ୯୪୩୭୦୯୭୬୬୨ନମ୍ବର ଜାରି କରିଛି EOW। ସେହିପରି ଷ୍ଟାର କନସଲଟାନ୍ସି ସର୍ଭିସେସ୍ ପ୍ରା.ଲି ଚିଟଫଣ୍ଡ ମାମଲାରେ ଫେରାର ଅଭିଯୁକ୍ତ ତ୍ରିବେଣୀ କୁମାର ମହାନ୍ତିଙ୍କ ବିଷୟରେ ସୂଚନା ଦେବାକୁ ହେଲେ ୭୦୦୮୧୬୦୧୧୪ ନମ୍ବର ଜାରି କରାଯାଇଛି। ଜ୍ୟୋତି ଟ୍ରେଡିଂ ଏବଂ କୋ ସଂସ୍ଥା ଠକେଇ ମାମଲାର ଅଭିଯୁକ୍ତ ଜ୍ୟୋତି ରଞ୍ଜନ ବେଉରା ଓରଫ ଗୋଲ୍ଡେନ ବାବାଙ୍କ ପାଇଁ ୯୪୩୮୧୨୯୬୧୨ ନମ୍ବର ଜାରି କରାଯାଇଛି।

ଏହି ୩ ମୋଷ୍ଟ ୱାଣ୍ଟେଡ୍‌ଙ୍କ ବିଷୟରେ ସୂଚନା ଦେଲେ ପୁରସ୍କାର ରାଶି ଦିଆଯିବା ସହ ସୂଚନାଦାତାଙ୍କ ନାମ ଗୋପନୀୟ ରଖାଯିବ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି।