ପ୍ରମୁଖ ଖବର
  • ବିହାର ପଟଣାରେ ଭୟାବହ ଅଗ୍ନିକାଣ୍ଡ; ହୁତୁ ହୁତୁ ହୋଇ ଜଳିଲା ହୋଟେଲ, ୩ ମୃତ
  • ||
  • କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା, ଡିଭିଜନ ବେଞ୍ଚରେ ଅପିଲ କଲେ ରାଜ୍ୟ ସରକାର
  • ||
  • ପୁରୀରେ ପହଞ୍ଚିଲା ଦ୍ବିତୀୟ ପର୍ଯ୍ୟାୟ ରଥକାଠ, ସମୁଦାୟ ୨୫ ଖଣ୍ଡ କାଠ ଆସିଲା
  • ||
  • ବିଶ୍ୱ ମ୍ୟାଲେରିଆ ଦିବସ, ଏ ବର୍ଷର ଥିମ ‘ଅଧିକ ସମନ୍ୱିତ ବିଶ୍ୱ ପାଇଁ ମ୍ୟାଲେରିଆ ବିରୋଧୀ ଲଢ଼େଇକୁ ତ୍ୱରାନ୍ୱିତ କରିବା’
  • ||
  • ରବିବାର କଟକ ଆସିବେ ରାହୁଲ ଗାନ୍ଧୀ, କଂଗ୍ରେସ କର୍ମୀଙ୍କୁ ଦେବେ ବିଜୟ ମନ୍ତ୍ର
  • ||
  • IPL 2024: ଆଜି ବେଙ୍ଗାଲୁରୁକୁ ଭେଟିବ ହାଇଦ୍ରାବାଦ, ପ୍ଲେ-ଅଫ ପାଇଁ ରୟାଲ୍‌ ଚ୍ୟାଲେଞ୍ଜର୍ସର ଶେଷ ସୁଯୋଗ
  • ||
  • ଓଡ଼ିଶାର ପ୍ରଥମ ହସ୍ପିଟାଲ: ସମ୍‌ ଅଲ୍ଟିମେଟ୍‌ ମେଡିକେୟାରକୁ ଜେସିଆଇ ପ୍ରାଇମ୍‌ ସାର୍ଟିଫିକେଟ୍‌
  • ||

ଭାରତ ନୁହେଁ ଏହି ଦେଶରେ ରହୁଥିଲେ ଭଗବାନ ରାମଙ୍କ ବଂଶଜ

ବ୍ୟାଙ୍କକ,୩୦।୮: ପୁରୁଣା ସମୟରୁ ରାଜା-ମହାରାଜଙ୍କ ପ୍ରତି କାମରେ ଯେତେ ଅର୍ଥ ଖର୍ଚ୍ଚ ହେଉଥିଲା ତାହା ଆକଳନ କରିବାର କଷ୍ଟକର। କିନ୍ତୁ ଥାଇଲାଣ୍ଡର ରାଜା ଭୂମିବୋଲ ଅଦୁଲ୍ୟାଦେଜଙ୍କ ମୃତ୍ୟୁ ପରେ ତାଙ୍କର ଅନ୍ତିମ ସଂସ୍କାରରେ ଯେତେ ଟଙ୍କା ଖର୍ଚ୍ଚ କରାଯାଇଥିଲା, ତାହା ଖୁବ୍ ଆଶ୍ଚର୍ଯ୍ୟଜନକ କଥା। ଏତେ ଅଧିକ ଟଙ୍କା ଆଜିର ସମୟରେ ବୋଧହୁଏ କୌଣସି ଦେଶର ଶାସକଙ୍କ ଅନ୍ତିମ ସଂସ୍କାରରେ ଖର୍ଚ୍ଚ କରାଯାଇଛି। ଥାଇଲାଣ୍ଡର ଏହି ରାଜା ସେଠାର ଲୋକଙ୍କୁ ଭଗବାନ ରାମଙ୍କ ବଂଶଜ ବୋଲି ମନେକରୁଥିଲେ। ସେଭଳି ଥାଇଲାଣ୍ଡରେ ବୌଦ୍ଧ ଧର୍ମକୁ ମାନୁଥିବା ଲୋକଙ୍କ ସଂଖ୍ୟା ବହୁତ ଅଧିକ ରହିଛି।

ଥାଇଲାଣ୍ଡର ଜାରା ଭୂମିବୋଲଙ୍କ ମୃତ୍ୟୁ ୧୩ ଅକ୍ଟୋବର ୨୦୧୬ରେ ହୋଇଥିଲା, କିନ୍ତୁ ତାଙ୍କର ଅନ୍ତିମ ସଂସ୍କାର ୧ ବର୍ଷ ପରେ କରାଯାଇଥିଲା। ରାଜାଙ୍କ ମୃତ୍ୟୁ ପରେ ୧ ବର୍ଷ ପର୍ଯ୍ୟନ୍ତ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଥିଲା। ଏହି ସମୟରେ ବହୁତ ଭବ୍ୟ ଭାବରେ ତାଙ୍କର ଅନ୍ତିମ ସଂସ୍କାର ପ୍ରସ୍ତୁତ କରାଯାଇଥିଲା। ଏଥିପାଇଁ ସ୍ମଶାନରେ  ୧୮୫ ଫୁଟ ଉଚ୍ଚତାର ସୁନା ଭଳି ଚିକଚିକ୍ ହେଉଥିବା  ପ୍ଳାଟଫର୍ମ ତିଆରି କରାଯାଇଥିଲା। ରାଜାଙ୍କ ଅନ୍ତିମ ସଂସ୍କାର ପାଇଁ ୫୦୦ ମୂର୍ତ୍ତି ମଧ୍ୟ କରାଯାଇଥିଲା। ଏଥିପାଇଁ ୬୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା।

ବୌଦ୍ଧ ପରମ୍ପରା ଅନୁସାରେ, ରାଜାଙ୍କ ମୃତଦେହ ମହଲରୁ ଶ୍ମଶାନ ପର୍ଯ୍ୟନ୍ତ ସୁନାର ରଥରେ ନିଆଯାଇଥିଲା। ମହଲରୁ ସ୍ମଶାନ ପର୍ଯ୍ୟନ୍ତ ଦୁଇ କିଲୋମିଟର ପର୍ଯ୍ୟନ୍ତ ଦୂରତ୍ବ  ଧାର୍ଯ୍ୟ କରିବାକୁ ୩ ଘଣ୍ଟା ସମୟ ଲାଗିଥିଲା ଓ ତାଙ୍କୁ ଅନ୍ତିମ ଦର୍ଶନ କରିବାକୁ ପ୍ରବଳ ଭିଡ ଲାଗିଥିଲା। କୁହାଯାଏ ଯେ,ଏତେ ଭବ୍ୟ ଅନ୍ତିମ ସଂସ୍କାର ଥାଇଲାଣ୍ଡ କ’ଣ, ବିଶ୍ବର ଅନ୍ୟ କୌଣସି ରାଜାଙ୍କର ମଧ୍ୟ ଏଭଳି ହୋଇନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.