ବିଭ୍ରାନ୍ତିକର ଅଡିଓ ଭାଇରାଲ ଘଟଣା : ଆଜି ଥାନାରେ ହାଜର ହେବେ ଓଡ଼ିଶା ରିପୋର୍ଟର ସମ୍ପାଦକ

ଭୁବନେଶ୍ୱର,୧୯।୮: କୋଭିଡ୍‌ ହସ୍ପିଟାଲ୍‌ ସମ୍ପର୍କିତ ଅଡିଓ ଭାଇରାଲ୍‌ ମାମଲାରେ ଓଡ଼ିଶା ରିପୋର୍ଟର ସମ୍ପାଦକ ଆସନ୍ତାକାଲି କ୍ୟାପିଟାଲ୍‌ ଥାନାରେ ହାଜର ହେବେ । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଟିଭି ସମେତ ଏହାର ୱେବ ପୋର୍ଟାଲ ଓଡ଼ିଶା ରିପୋର୍ଟରକୁ ପକ୍ଷଭୁକ୍ତ କରିଛି ପୁଲିସ୍‌ । ଆଜି ଅପରାହ୍ନ ୩ଟାରେ ଓଡ଼ିଶା ରିପୋର୍ଟର ସମ୍ପାଦକ ଥାନାକୁ ଯାଇ ନିଜ ପକ୍ଷ ରଖିବେ । ତଦନ୍ତରେ ପୁଲିସ୍‌କୁ ପୂର୍ଣ୍ଣ ସହଯୋଗ କରିବେ।

କରୋନା ଚିକିତ୍ସା ସଂପର୍କିତ ଏକ ବିବାଦୀୟ ଅଡିଓ ଘରୋଇ ଟେଲିଭିଜନ୍‌ ଚ୍ୟାନେଲ୍‌ ‘ଓଟିଭି’ରେ ସ୍ଥାନ ପାଇ ଭାଇରାଲ୍‌ ହେବା ଘଟଣାରେ କମିସନରେଟ୍‌ ପୁଲିସ୍‌ ପକ୍ଷରୁ ‘ଓଟିଭି’ର ତିନି ବରିଷ୍ଠ ଅଧିକାରୀଙ୍କୁ ଥାନାରେ ହାଜର ହେବା ଲାଗି ନୋଟିସ୍‌ ଜାରି କରାଯାଇଥିଲା । ଏହି ଘଟଣାରେ ଚ୍ୟାନେଲ୍‌ର ତିନି ଅଧିକାରୀ ଆଗୁଆ ଜାମିନ୍‌ ଆବେଦନ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସି.ଆର୍‌. ଦାଶ ଆବେଦନର ଶୁଣାଣି କରି, ତିନି ଆବେଦନକାରୀଙ୍କୁ ମାମଲାର ତଦନ୍ତକାରୀ ଅଧିକାରୀ (ଆଇଓ)ଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି ତିନି ଆବେଦନକାରୀ ତଦନ୍ତରେ ସହଯୋଗ କରନ୍ତି ତାହେଲେ ସେମାନଙ୍କୁ ଗିରଫ କରାଯିବ ନାହିଁ ବୋଲି ହାଇକୋର୍ଟ ଅନ୍ତରୀଣ ଆଦେଶରେ ସ୍ପଷ୍ଟ କରିଛନ୍ତି । ଏଥିସହ ଏହି ମାମଲାର କେସ୍‌ ଡାଏରୀ ଦାଖଲ ଲାଗି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ରାଜ୍ୟରେ କୋଭିଡ ଟିକା ସଂରକ୍ଷଣ ପାଇଁ ଭିତ୍ତିଭୂମି ସମସ୍ୟା: ୫୦ ହଜାର ଟିକା ସଂରକ୍ଷଣ ପାଇଁ ସମ୍‌ରେ ପ୍ରସ୍ତୁତି

ଆଜିଠୁ ପଞ୍ଚୁକ, ମହାପ୍ରଭୁଙ୍କ ଲକ୍ଷ୍ମୀନାରାୟଣ ବେଶ

କଟକ IIFL ଶାଖାରୁ ଲୁଟ୍ ଘଟଣା : ଜଣେ ମହିଳାଙ୍କ ସମେତ ୪ କର୍ମଚାରୀଙ୍କୁ ଅଟକ ରଖି ପଚରାଉଚରା

ମହଙ୍ଗା ପଡ଼ିଲା ଓଟିଭି ଜମି ଅନିୟମିତତା, ବେଗୁନିଆର ପୂର୍ବତନ ତହସିଲଦାର ବିବେକାନନ୍ଦ ପରିଡ଼ା ନିଲମ୍ବିତ

ବିଦେଶରୁ ଦାନ ସଂଗ୍ରହ କରିବ ଶ୍ରୀମନ୍ଦିର

ଫିକା ପଡ଼ିବ କାର୍ତ୍ତିକ ପୂର୍ଣ୍ଣିମା: ଡଙ୍ଗା ଭସା ମନା, ବାଲିଯାତ୍ରା ବି ହେବନି