‘ଖେଳରତ୍ନ’ ପାଇଁ ମହିଳା ରାଇଫଲ୍‌ ସୁଟର ‘ଅଞ୍ଜୁମ’ ମନୋନୀତ

ନୂଆଦିଲ୍ଲୀ,୧୫/୫: ନ୍ୟାସନାଲ୍‌ ରାଇଫଲ୍‌ ଆସୋସିଏସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ଆର୍‌ଏଆଇ) ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ‘ରାଜୀବ ଗାନ୍ଧୀ ଖେଳରତ୍ନ’ ପୁରସ୍କାର ପାଇଁ ମହିଳା ରାଇଫଲ୍‌ ସୁଟର ଅଞ୍ଜୁମ ମୌଦଗିଲ ମନୋନୀତ କରିଛି । ସେ ଆସନ୍ତା ଟୋକିଓ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରି ସାରିଛନ୍ତି । ସେହିପରି କୋଚ୍‌ ଜସପାଲ ରାଣାଙ୍କୁ ‘ଦ୍ରୋଣାଚାର୍ଯ୍ୟ’ ଏବଂ ତାରକା ସୁଟର ସୌରଭ ଚୌଧୁରୀ ଓ ଅଭିଷେକ ବର୍ମାଙ୍କୁ ‘ଅର୍ଜୁନ’ ସମ୍ମାନ ପାଇଁ ମନୋନୀତ କରାଯାଇଥିବା ବିଶେଷ ସୁତ୍ରରୁ ଜଣାପଡ଼ିଛି । ଅନ୍ୟପକ୍ଷରେ ଏନ୍‌ଆର୍‌ଏଆଇର ଜଣେ ଅଫିସିଆଲ୍‌ କ୍ରୀଡ଼ା ପୁରସ୍କାର ତାଲିକା ପାଇଁ ପ୍ରସ୍ତୁତି ଚାଲିଥିବା ନେଇ ସ୍ପଷ୍ଟ କରିଛନ୍ତି ।

ମିଳିଥିବା ସୂଚନା ମୁତାବକ୍‌, ଏନ୍‌ଆର୍‌ଏଆଇ ଅଞ୍ଜୁମଙ୍କୁ ‘ଖେଳରତ୍ନ’ ପାଇଁ ମନୋନୀତ କରିଛି । ସେହିପରି ‘ଦ୍ରୋଣାଚାର୍ଯ୍ୟ’ ପୁରସ୍କାର ପାଇଁ ପୁଣିଥରେ ଜସପାଲଙ୍କ ନାମ ପଠାଇବାକୁ ସ୍ଥିର କରିଛି । ଷ୍ଟାର୍‌ ପିସ୍ତଲ ସୁଟର ସୌରଭ ଓ ଅଭିଷେକଙ୍କୁ ‘ଅର୍ଜୁନ’ ପାଇଁ ମନୋନୀତ କରାଯାଇଛି । ଖୁବଶୀଘ୍ର ଏନ୍‌ଆର୍‌ଏଆଇ ପକ୍ଷରୁ ଜାତୀୟ କ୍ରୀଡ଼ା ପୁରସ୍କାର ପାଇଁ ଉକ୍ତ ଖେଳାଳିମାନଙ୍କ ନାମ ସୁପାରିସ୍‌ କରାଯିବ ।’ ୨୬ବର୍ଷିୟ ଅଞ୍ଜୁମ ୨୦୦୮ରୁ ସୁଟିଂ କ୍ୟାରିୟର ଆରମ୍ଭ କରିଥିଲେ । ସେ ପ୍ରଥମ ସୁଟର ଭାବେ ଟୋକିଓ ଟିକେଟ୍‌ ହାସଲ କରିଥିଲେ ।

୨୦୧୮ରେ ଦକ୍ଷିଣ କୋରିଆର ଚାଙ୍ଗୱନ୍‌ରେ ଆୟୋଜିତ ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିଅନସିପ୍‌ରେ ସେ ମହିଳା ୧୦ମିଟର ଏୟାର ରାଇଫଲ୍‌ ଇଭେଣ୍ଟରେ ଅଲିମ୍ପିକ୍ସ ଟିକେଟ୍‌ ହାସଲ କରିଥିଲେ । ସେ ୨୪୮.୪ପଏଣ୍ଟ ସହ ରୌପ୍ୟ ଜିତିଥିଲେ । ଗତବର୍ଷ ସେ ଦିବ୍ୟାଂଶ ପୱଁରଙ୍କୁ ସାଥି କରି ମୁନିକ୍‌ ଏବଂ ବେଜିଂ ବିଶ୍ୱକପ୍‌ରେ ୧୦ମିଟର ଏୟାର ରାଇଫଲ୍‌ ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ । ସେହିପରି ଭାରତର ପ୍ରତିଭାବାନ ପୁରୁଷ ସୁଟର ସୌରଭ ଓ ଅଭିଷେକ ୧୦ମିଟର ଏୟାର ପିସ୍ତଲ ଇଭେଣ୍ଟରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରିଛନ୍ତି ।

   ସମ୍ବନ୍ଧିତ ଖବର


୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

ଆଇପିଏଲ୍‌ରେ ବୁମ୍‌ରାଙ୍କ ନୂଆ ରେକର୍ଡ: ପ୍ରଥମ ୱିକେଟ୍‌ ବିରାଟ ଓ ଶହେତମ ୱିକେଟ୍ ବି ଶିକାର ହେଲେ ବିରାଟ

IPL-2020: ଆଜି କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ କଡ଼ା ଟକ୍କର

IPL ମ୍ୟାଚ୍‌ ପାଇଁ ପାଗଳ ହେଉଥିଲେ ଏହି ବୋଲର , ଟିମ୍‌ ଇଣ୍ଡିଆରେ ଚୟନ ପରେ ପରିବାରରେ ଖୁସିର ଜୁଆର

୨୦୨୧ ସିଜନରେ ବି ଧୋନି ଅଧିନାୟକ ରହିବେ: ସିଏସ୍‌କେ

ପୁରୁଷ ଫୁଟବଲ୍‌ ଦଳର କୋଚ୍‌ ହେବାରେ ଫୈଜା ପ୍ରଥମ ମହିଳା