ଓଡ଼ିଶାରୁ ଛାଡ଼ିଲା ପ୍ରଥମ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌: ୧୦୬୮ ପ୍ରବାସୀ ଗଲେ କାନପୁର

ଭୁବନେଶ୍ୱର ୨୧/୫ ଓଡ଼ିଶାରୁ ଛାଡ଼ିଲା ପ୍ରଥମ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ । ସମ୍ବଲପୁର ଷ୍ଟେସନ୍‌ରୁ ଏହି ଟ୍ରେନ୍‌ ବୁଧବାର ସନ୍ଧ୍ୟା ୬ଟା ବେଳେ ଛାଡ଼ିଥିବା ବେଳେ କାନପୁର ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ୧୦୬୮ ଜଣ ଶ୍ରମିକ ଏହି ଟ୍ରେନ୍‌ରେ ଯାତ୍ରା କରିଛନ୍ତି ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଅପରପକ୍ଷେ ଆଜି ରାଜ୍ୟକୁ ଆସିବ ଗୋଟିଏ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ । ସେହି ଟ୍ରେନ୍‌ ତାମିଲନାଡୁର ଥିରୁଭାଲୁର୍‌ ଷ୍ଟେସନ୍‌ରୁ ଗତକାଲି ଛାଡିଥିବା ବେଳେ ଆଜି ରାଉରକେଲା ଷ୍ଟେସନରେ ପହଞ୍ଚିବ ।

ବୁଧବାର ୩ଟି ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ଓଡ଼ିଶାରେ ପହଞ୍ଚିଛି । ଗୋଟିଏ ଟ୍ରେନ୍‌ ତେଲଙ୍ଗାନାର ସିକନ୍ଦରାବାଦ ନିକଟସ୍ଥ ବୋଲାରମ୍‌ ଷ୍ଟେସନ୍‌ରୁ ଛାଡ଼ିଥିବା ବେଳେ ଆଜି ବଲାଙ୍ଗୀର ଷ୍ଟେସନରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରର ଲୋକମାନ୍ୟ ତିଲକ ଟର୍ମିନସ୍‌, ମୁମ୍ବାଇରୁ ଛାଡ଼ିଥିବା ଅନ୍ୟ ଗୋଟିଏ ଶ୍ରମିକ ସ୍ପେଶାଲ୍‌ ଟ୍ରେନ୍‌ ମଧ୍ୟ ବଲାଙ୍ଗୀର ଷ୍ଟେସନ୍‌ରେ ଏବଂ ଅନ୍ୟ ଗୋଟିଏ ଟ୍ରେନ୍‌ ବୋଲାରମ୍‌ ଷ୍ଟେସନରୁ ଛାଡ଼ି ନୂଆପଡ଼ାରୋଡ୍‌/ରାୟଗଡ଼ାରେ ପହଞ୍ଚିଛ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି । ଉପରୋକ୍ତ ୩ଟି ଟ୍ରେନ୍‌ରେ ପାଖାପାଖି ୩ ହଜାର ଶ୍ରମିକ ଆସିଛନ୍ତି ବୋଲି ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ଗ୍ରାମୀଣ ଅର୍ଥନୀତିକୁ ଆତ୍ମନିର୍ଭର କରିବାକୁ ଧର୍ମେନ୍ଦ୍ରଙ୍କ ଗୁରୁତ୍ବ, ଗ୍ରାମାଞ୍ଚଳରେ ବଢିବ ଇସ୍ପାତ ଚାହିଦା…

ନଭେମ୍ବର ୧୧ ଓ ୧୨ରେ ଯୁକ୍ତ ଦୁଇ ଇନଷ୍ଟାଣ୍ଟ୍‌ ପରୀକ୍ଷା, ୧୯୦ କେନ୍ଦ୍ରରେ ୧୪ ଶହ ପରୀକ୍ଷାର୍ଥୀ ଦେବେ ପରୀକ୍ଷା…

ଘରେ ରହି ମା’ଙ୍କ ପୂଜା କରିବାକୁ ରାଜ୍ୟବାସୀଙ୍କୁ ଅପିଲ କଲେ ମୁଖ୍ୟମନ୍ତ୍ରୀ,କହିଲେ ପରିବାର ସହ ପାଳନ କରନ୍ତୁ ପୂଜା…

ସ୍ବାମୀର ଆକ୍ରମଣରେ ସ୍ତ୍ରୀ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

କରୋନାକୁ ନେଇ ମୋଦିଙ୍କ ଚେତାବନୀ, ଟିକା ଆସିବା ପର୍ଯ୍ୟନ୍ତ ସତର୍କ ହେବା…

ଓଲଟି ପଡ଼ିଲା ୧୪ ଚକିଆ ଟ୍ରକ୍, ଦୁଇ ବାଇକ୍‌ ଆରୋହୀ ଗୁରୁତର