୨୦୨୧ରେ କରୋନା ଟିକା ଆଣିବ ଜର୍ମାନୀ

ବର୍ଲିନ,୧୪/୦୮: ଆସନ୍ତା ବର୍ଷ ପ୍ରାରମ୍ଭରେ ଜର୍ମାନୀ କରୋନା ଟିକା ଆଣିବ ବୋଲି ଆଶାପ୍ରକାଶ କରିଛି । ଦେଶର ସ୍ୱାସ୍ଥ୍ୟ ମନ୍ତ୍ରୀ ଜେନ୍‌ସ ସ୍ପାନ୍‌ କହିଛନ୍ତି, ଆସନ୍ତା କିଛି ମାସ କିମ୍ବା ୨୦୨୧ରେ ଟିକା ଆଣିବା ପାଇଁ ଆମେ ବେଶ୍‌ ଆଶାବାଦୀ ଅଛୁ । ତେବେ ଟିକା କେତେଦୂର ସଫଳ ହେବ ଏବଂ ଲୋକଙ୍କୁ କେତେଥର ଦେବାକୁ ପଡ଼ିବ, ସେ ନେଇ ଏବେସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ସେହିଭଳି ଟିକା ଦ୍ୱାରା ସୃଷ୍ଟି ହେବାକୁ ଥିବା ପ୍ରତିରୋଧକ କ୍ଷମତା କେତେଦିନ ତିଷ୍ଠିରହିବ, ତାହା ବି ଏବେଠୁ ସ୍ପଷ୍ଟ ହୋଇନାହିଁ । କିନ୍ତୁ ଗବେଷକ, ବୈଜ୍ଞାନିକ ଟିକା ଶୀଘ୍ର ଆଣିବା ପାଇଁ ଜୋରଦାର ଉଦ୍ୟମ ଚଳାଇଛନ୍ତି ।

ଉଲ୍ଲେଖଯୋଗ୍ୟ, ରୁଷ ଦ୍ୱାରା କରୋନା ଟିକା ଘୋଷଣା କରାଯିବା ପରେ ସ୍ପାନ୍‌ ଏହା ଉପରେ ପ୍ରଶ୍ନ ଉଠାଇଥିଲେ । କହିଥିଲେ, ଠିକ୍‌ ଭାବେ ଏହା ଲୋକଙ୍କ ଉପରେ ପ୍ରୟୋଗ କରାଯାଇ ନାହିଁ । ଆମେ କିନ୍ତୁ ଏକ ନିରାପଦ ତଥା ସୁରକ୍ଷିତ ଟିକା ଆଣିବା ଉପରେ ଗୁରୁତ୍ୱ ଦେଉଛୁ ।

   ସମ୍ବନ୍ଧିତ ଖବର


ବାବା ରାମଦେବଙ୍କ ଭାଇଙ୍କୁ ମିଳିଲା ଏହି ଦାୟିତ୍ୱ – କେତେ ଟଙ୍କା ଦରମା ନେବେ ଜାଣନ୍ତୁ

ଭାରତ ପାଙ୍ଗୋଙ୍ଗ୍‌ ଲେକ୍‌ ଏବଂ ଲଦାଖ ସୀମାରେ ମୁତୟନ କରିଛି ‘ଅଦୃଶ୍ୟ କମାଣ୍ଡୋ’ -ଜାଣନ୍ତୁ ଏମାନେ କିଏ ଏବଂ ନେଇଛନ୍ତି କେଉଁ ତାଲିମ

ବିଦେଶରେ ଥିବା ୫୦ ଜଣ ବେଜ୍ଞାନିକଙ୍କ ସହ କରୋନା ସଂକ୍ରମିତ ବୈଜ୍ଞାନିକଙ୍କୁ ଭାରତ ଅଣାଗଲା

ଚର୍ଚ୍ଚାରେ ଅଜିତ ଡୋଭାଲଙ୍କ ଶ୍ରୀଲଙ୍କା ଗସ୍ତ, ଏହି ସବୁ ବିଷୟରେ କରିଛନ୍ତି ଆଲୋଚନା

ଜହ୍ନରେ ହେବ ୧୭୪ କୋଟି ଟଙ୍କାର ଟୟଲେଟ୍, ଖର୍ଚ୍ଚ କରିବ ନାସା

ବ୍ରହ୍ମପୁତ୍ର ନଦୀରେ ଡ୍ୟାମ୍‌ ନିର୍ମାଣ କରିବ ଚୀନ୍‌ : ଭାରତ ଓ ବାଂଲାଦେଶର ବଢ଼ିଲା ଚିନ୍ତା