ନନ୍ଦନକାନନରେ ଗୋଲ୍ଡେନ୍‌ ପିଜାଣ୍ଟ ମୃତ

ଚନ୍ଦକା,୨୭/୦୮: ନନ୍ଦନକାନନ ପ୍ରାଣୀ ଉଦ୍ୟାନ ପଥଚଲା ବିହଙ୍ଗ ସାରଣୀରେ ରହୁଥିବା ଏକ ମାଇ ଗୋଲ୍ଡେନ୍‌ ପିଜାଣ୍ଟର ମୃତ୍ୟୁ ହୋଇଛି । ଏହି ପକ୍ଷୀଟି ଦୀର୍ଘଦିନ ହେବ ଅଣ୍ଡକୋଷ ଓ ମଳଦ୍ୱାର ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ଥିଲା। ଏହାର ମୃତ୍ୟୁ ପରେ ଏବେ ନନ୍ଦନକାନନରେ ୨୩ଟି ଗୋଲ୍ଡେନ ପିଜାଣ୍ଟ ପକ୍ଷୀ ଅଛନ୍ତି । ସେମାନଙ୍କ ମଧ୍ୟରେ ୧୦ଟି ଅଣ୍ଡିରା, ୯ଟି ମାଈ ଓ ୪ଟିର ଲିଙ୍ଗ ନିରୂପଣ ହୋଇନାହିଁ ।

ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ଖାମଖିଆଲ ମନୋଭାବ ଓ ତତ୍ତ୍ୱାବଧାନର ଅଭାବ କାରଣରୁ ଏହି ପ୍ରକାର ବିରଳ ପ୍ରାଣୀମାନଙ୍କ ପ୍ରାଣହାନୀ ହେଉଛି । ଯାହା ପଶୁପ୍ରେମୀ ଓ ପର୍ଯ୍ୟଟକମାନଙ୍କୁ ବ୍ୟଥିତ କରିଛି । କିଛିଦିନ ହେବ ନନ୍ଦନକାନନରେ କେବଳ ପଶୁପକ୍ଷୀଙ୍କ ମୃତ୍ୟୁ ବିଭୀଷିକା ଜାରି ରହିଛି ।

   ସମ୍ବନ୍ଧିତ ଖବର


୨୦ ବର୍ଷିୟା ଯୁବତୀ ନାଭିରୁ ଅସ୍ୱାଭାବିକ ଭାବେ ଝରୁଛି ପରିସ୍ରା – ଚିକିତ୍ସାରେ ଅର୍ଥ ସାଜିଛି ବାଧକ

ଯୋଡାମୁଣ୍ଡ ଶିଶୁ କାଳିଆର ମୃତ୍ୟୁ- ଜଗାର ସ୍ୱାସ୍ଥ୍ୟବସ୍ଥା ଭଲ ଅଛି

ସମ୍‌ରେ ଅତ୍ୟାଧୁନିକ ସେଂଟ୍ରାଲ୍ ସ୍କିଲ୍ ଲାବ୍ ଉଦ୍‌ଘାଟିତ

କ୍ୟୁଏସ୍ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗ୍‌ରେ ପୁଣି ଥରେ ଆଗରେ ସୋଆ

ଯନ୍ତ୍ରଣାରେ ଛଟପଟ ସାଧାରଣ ଜନତା, ଧକଉଛି ଏନ୍‌ଏଚ୍‌ ପ୍ରକଳ୍ପ

ଏଣିକି ମେଧାବୀଙ୍କୁ ଲାପଟପ୍‌ ବଦଳରେ ମିଳିବ ଟଙ୍କା, ୧୫ ହଜାର ଛାତ୍ରଛାତ୍ରୀ ପାଇବେ ଏତିକି ଟଙ୍କା