PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମସି କମିଶନର, ସଞ୍ଜୟ କୁମାର ସିଂହ ହେଲେ ନୂଆ କମିଶନର
  • ||
  • ବିନିକା : ପରିବା ବୋଝେଇ ପିକଅପ ଭ୍ୟାନକୁ ପିଟିଲା ଟ୍ରକ୍, ୩ ଗୁରୁତର
  • ||
  • ରାଜସୁନାଖଳା : ବନ୍ଧୁକ ମୁନରେ ଦମ୍ପତିଙ୍କୁ ଲୁଟ୍
  • ||
  • କେନ୍ଦୁଝର : କେନ୍ଦୁଝର ଜେଲରେ ପଶିଲା କରୋନା, ୯ କଏଦୀ ପଜିଟିଭ ଚିହ୍ନଟ
  • ||
  • ମାଲକାନଗିରି : ମାଓବାଦୀଙ୍କ ବର୍ବରକାଣ୍ଡ, ଯବାନଙ୍କୁ ଗଳାକାଟି ହତ୍ୟା
  • ||
  • ବୋରିଗୁମ୍ମା : ବୋରିଗୁମ୍ମା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ଟିକା ନେବାକୁ ଛକାପଞ୍ଝା, ସାମାଜିକ ଦୂରତାକୁ ଫୁ, ଯେତିକି ଆସୁଛି ଅଣ୍ଟୁନି, ସ୍ଥାନୀୟ ଲୋକେ ଅସନ୍ତୋଷ
  • ||
  • ଭୁବନେଶ୍ଵର : ରାଜ୍ୟରେ ପୁଣି ୧୦ ହଜାର ଟପିଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୯୮୨ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୬୫ ହଜାର ପାର୍
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୭ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୨୩୨କୁ ବୃଦ୍ଧି
  • ||

ଜାନୁଆରୀ ପହିଲାରୁ ସରକାର ପ୍ରତି କନ୍ୟାଙ୍କୁ ଦେବେ ୧୦ ଗ୍ରାମ ସୁନା, କରିବାକୁ ପଡ଼ିବ ଏହି କାମ

ନୂଆଦିଲ୍ଲୀ ୩୦।୧୨: ଯଦି ଆପଣ ନୂଆ ବର୍ଷରେ ବିବାହ କରିବାକୁ ଯାଉଛନ୍ତି ତାହେଲେ ଆପଣଙ୍କ ପାଇଁ ଏହି ବଡ଼ ଖବର। ଜାନୁଆରୀ ୧ ତାରଖରୁ ଆସାମ ସରକାର ଅତି କମରେ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଥିବା ଏବଂ ନିଜ ବାହାଘର ପାଇଁ ପଞ୍ଜୀକୃତ କରାଇଥିବା ପ୍ରତିଟି ବୟସ୍କ କନ୍ୟାପାତ୍ରୀକୁ ୧୦ ଗ୍ରାମ ସୁନା ଉପହାର ଦେବେ। ସରକାର ଏହି ସ୍କିମ୍କୁ ଗତ ମାସରେ ଘୋଷଣା କରିଥିଲେ।

‘ଅରୁନ୍ଧତୀ ସ୍ବର୍ଣ୍ଣ ଯୋଜନା’ର ଲାଭ ପାଇବା ପାଇଁ ସରକାର କିଛି ସର୍ତ୍ତ ମଧ୍ୟ ରଖିଛନ୍ତି। ଏହି ଯୋଜନାର ଲାଭ ନେବା ପାଇଁ କନ୍ୟା ପରିବାର ବାର୍ଷିକ ଆମଦାନୀ ୫ଲକ୍ଷ ଟଙ୍କାରୁ କମ ହୋଇଥିବା ଦରକାର। ଅରୁନ୍ଧତୀ ସ୍ବର୍ଣ୍ଣ ଯୋଜନାର ଲାଭ ଝିଅର ପ୍ରଥମ ଥର ହେଉଥିବା ବାହାଘରରେ ହିଁ ମିଳିବ। ଏହାକୁ ସ୍ପେଶାଲ ଆକ୍ଟ ୧୯୫୪ ଆଧାରରେ ରେଜିଷ୍ଟର କରିବାକୁ ପଡ଼ିବ।

ଅରୁନ୍ଧତୀ ସ୍ବର୍ଣ୍ଣ ଯୋଜନା’ ଆଧାରରେ ସୁନାକୁ ଫିଜିକଲ ଫର୍ମରେ ଦିଆଯିବ ନାହିଁ। ବିବାହର ରେଜିଷ୍ଟେସନ ଏବଂ ଭେରିଫିକେସନ ପରେ ୩୦ ହଜାର ଟଙ୍କା କନ୍ୟାର ବ୍ୟାଙ୍କ ଆକାଉଣ୍ଟରେ ଜମା କରାଯିବ। ଏହା ପରେ ସୁନା କିଣିବାର ରସିଦ ସବମିଟ୍ କରିବାକୁ ପଡ଼ିବ। ଏହି ଟଙ୍କାକୁ ଅନ୍ୟ କୌଣସି ଉଦ୍ଦେଶ୍ୟ ପାଇଁ ବ୍ୟବହାର କରାଯାଇପାରିବ ନାହିଁ।