PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନୋଟିସ, ଘୁଞ୍ଚିଲା +୨ ପରୀକ୍ଷା
  • ||
  • ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା: କାଠ ବୋଝେଇ ଟ୍ରକକୁ ଧକ୍କା ଦେବାପରେ ଡିଜେଲ ଟ୍ୟାଙ୍କରରେ ଲାଗିଲା ନିଆଁ, ୯ ଜଣ ଜୀବନ୍ତ ଦଗ୍ଧ
  • ||
  • ସରେଣ୍ଡର୍ କଲେ କଂଗ୍ରେସ ନେତା ନବଜୋତ ସିଂହ ସିଦ୍ଧୁ, ୩୪ ବର୍ଷ ପୂର୍ବ ରୋଡ୍‌ ରେଜ୍‌ ମାମଲାରେ ହୋଇଛି ବର୍ଷେ ସଶ୍ରମ କାରାଦଣ୍ଡ
  • ||
  • ଭୁବନେଶ୍ଵର : ରାସନ ସାମଗ୍ରୀ ବଣ୍ଟନରେ ଅନିୟମିତତା ଅଭିଯୋଗ, ସ୍ଥିତି ସମୀକ୍ଷା କଲେ ବିଏମ୍ସି ମେୟର ସୁଲୋଚନା ଦାସ
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ଜଗନ୍ନାଥ ନଗରରେ ବୋମା ମାଡ଼
  • ||
  • ନୂଆଦିଲ୍ଲୀ : ୨୭ ମାସ ପରେ ଜେଲ୍‌ରୁ ମୁକୁଳିଲେ ଆଜମ ଖାନ, ସ୍ଵାଗତ କଲେ ଶିବପାଳ ଯାଦବ
  • ||
  • ଭୁବନେଶ୍ଵର : ରାଜ୍ୟରେ ଖସୁଛି କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୧୦ ପଜିଟିଭ୍ ଚିହ୍ନଟ
  • ||
  • ସିବିଆଇ ପଞ୍ଝାରେ ପୁଣି ଲାଲୁ ପ୍ରସାଦ : ରେଲୱେ ନିଯୁକ୍ତିରେ ଦୁର୍ନୀତି ଅଭିଯୋଗ, ୧୭ଟି ଠିକଣାରେ ଚାଲିଛି ରେଡ୍
  • ||

ସ୍ବାମୀଙ୍କ ବନ୍ଧୁମାନଙ୍କ ସହ ହଷ୍ଟେଲ ଛାତ୍ରୀଙ୍କୁ ଗୋଟିଏ ପ୍ରକୋଷ୍ଠରେ ବନ୍ଦ କରିଦେଉଥିଲେ ଓ୍ବାର୍ଡେନ, ତାପରେ …

ରାଜସ୍ଥାନର ଅଲବର ଜିଲ୍ଲାରେ ଏମିତି ଏକ ଘଟଣା ଘଟିଛି ଯାହା ସହଜରେ ବିଶ୍ବାସ କରିହେବନି। ଏହା କୈାଣସି ବେସରକାରୀ ସଂସ୍ଥା ନୁହେଁ, ବରଂ ସରକାରୀ ହଷ୍ଟେଲରେ ଘଟିଛି ଏହିଭଳି ନିନ୍ଦନୀୟ ଘଟଣା। ସରକାରୀ ହଷ୍ଟେଲର ଛାତ୍ରୀମାନଙ୍କୁ ଗୋଟିଏ ପ୍ରକୋଷ୍ଠରେ ବନ୍ଦ କରି କରାଯାଉଥିଲା ଅସଦାଚରଣ। ଏହି ଘଟଣା ସମ୍ପର୍କରେ ପୁଲିସ ଜାଣିବା ପରେ ହଷ୍ଟେଲର ଓ୍ବାର୍ଡେନ୍ ଏବଂ ତାର ସ୍ବାମୀଙ୍କୁ ଗିରଫ କରିଛି ପୁଲିସ।

ଯୁକ୍ତ ଦୁଇରେ ପଢ଼ୁଥିବା ଦୁଇ ଜଣ ଛାତ୍ରୀଙ୍କୁ ହଷ୍ଟେଲର ଓ୍ବାର୍ଡେନ ଓ ତାର ସ୍ବାମୀ, ତାର ବନ୍ଧୁ ଅର୍ଥାତ୍ ସ୍ବାମୀର ବନ୍ଧୁ ଘରକୁ ନେଇ ସେଠା​‌ରେ ଅସଦାଚରଣ କରୁଥିଲେ। ଏହା ସହିତ ସ୍ବାମୀର ବନ୍ଧୁ ସହିତ ଦୋସ୍ତୀ କରିବା ପାଇଁ ବାଧ୍ୟ କରୁଥିଲା ଓ୍ବାର୍ଡେନ। ପୁଲିସ ଏହି ଖବର ପାଇବା ପରେ ଦମ୍ପତିକୁ ଗିରଫ କରିଛି।

ଏହି ମାମଲା ସମ୍ପର୍କରେ ଛାତ୍ରୀମାନେ କହିଛନ୍ତି କି, ଓ୍ବାର୍ଡେନ ଫୋନ୍ କରି ନିଜ ଘରକୁ ଆମକୁ ଡାକୁଥିଲା।  ତାର ସ୍ବାମୀ ନିଜ ବନ୍ଧୁ ମାନଙ୍କ ସହିତ ଆମକୁ ଦୋସ୍ତୀ କରିବାକୁ ବାଧ୍ୟ କରୁଥିଲା। କେବଳ ସେତିକି ନୁହେଁ, ଅନ୍ୟ ଏକ ଘରକୁ ଯିବାକୁ ମଧ୍ୟ କହୁଥିଲା। ଏହା ଦିନେ କି ଦୁଇ ଦିନର ଘଟଣା ନୁହେଁ, ବାରମ୍ବାର ଏଭଳି ଡାକିବା ପରେ ଛାତ୍ରୀମାନେ ବାଧ୍ୟ ହୋଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇବା ପରେ ପୁଲିସ ଦମ୍ପତିକୁ ଗିରଫ କରିଥିବାବେଳେ ସ୍ବାମୀର ବନ୍ଧୁ ଯିଏ କି ଛାତ୍ରୀମାନଙ୍କୁ ଜବରଦସ୍ତୀ ତା ଘରକୁ ନେଇ ଯାଉଥିଲା ସେ ଏବେ ଫେରାର ଅଛି ବୋଲି ପୁଲିସ ସୂଚନା ଦେଇଛି।

ପୁଲିସ ଓ୍ବାର୍ଡେନ ଓ ତା ସ୍ବାମୀ ଉପରେ ୧୨୦-ବି ଅପରାଧିକ ଷଡଯନ୍ତ୍ର, ପିଓସିଏସ୍ଓ ଧାରା, ଅନୁସୂଚିତ ଜାତି ଓ ଜନଜାତି (ଅନ୍ୟାଚାର ନିବାରଣ) ଅଧିନୟମର ପ୍ରାସଙ୍ଗିକ ଧାରା ଆଧାରରେ ମାମଲା ରୁଜ୍ଜୁ କରିଛି।

ସମ୍ବନ୍ଧିତ ଖବର