PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ଵର : ବହୁ ଚର୍ଚ୍ଚିତ ବୁଲିବାଇ ଆପ୍ ମାମଲା, ଭୁବନେଶ୍ଵରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ମାଲକାନଗିରି : ଦାନ୍ତେୱାଡାରେ ଏନକାଉଣ୍ଟର, ହାର୍ଡକୋର୍ ମାଓନେତା ମୁଇଆ ମାଡକାମ ନିହତ
  • ||
  • ବାଲିପାଟଣା : କଟନି ଛଟନୀକୁ ବିରୋଧ କରି ଚାଷୀଙ୍କ ରାସ୍ତାରୋକ
  • ||
  • ରାୟଗଡ଼ା : ବିଷାକ୍ତ ମଦ୍ୟପାନ କରି ଦୁଇ ଭାଇଙ୍କ ମୃତ୍ୟୁ ଅଭିଯୋଗ
  • ||
  • କାମାକ୍ଷାନଗର : ସାହି ଭିତରେ ପଶି ଆକ୍ରମଣ କଲା ଜଙ୍ଗଲୀ ବାରହା, ୬ ଆହତ ଜଣେ ଗୁରୁତର
  • ||
  • ଭୁବନେଶ୍ଵର: ଆଇସିୟୁରେ ରୋଗୀ ନାହାଁନ୍ତି, ଅକ୍ସିଜେନ୍‌ର ଆବଶ୍ୟକତା ନାହିଁ, ସ୍ଥିତି ନିୟନ୍ତ୍ରଣାଧୀନ : ଜନସ୍ଵାସ୍ଥ୍ୟ ନିର୍ଦ୍ଦେଶକ
  • ||
  • ଭୁବନେଶ୍ୱର: ରାଜ୍ୟରେ ଆଉ ୭ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି
  • ||
  • କଟକ : ଲିଙ୍ଗ ନିରୂପଣ ମାମଲାରେ ଦୁଇ ଦଲାଲ୍‌ ଗିରଫ, ଦେଢ଼ ହଜାର କମିସନ୍‌ ରଖି ମହିଳାଙ୍କୁ ପଠାଉଥିଲେ
  • ||
  • ଚୌଦ୍ଵାର : ସୁନା ବ୍ୟବସାୟୀଙ୍କ ଉପରକୁ ଗୁଳିମାଡ଼, ଲକ୍ଷାଧିକ ଟଙ୍କାର ସୁନାଗହଣା ଲୁଟିନେଲେ ୩ ଦୁର୍ବୃତ୍ତ
  • ||
  • ଭୁବନେଶ୍ୱର : ରାଜ୍ୟରେ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ୧୦,୩୬୮ ଜଣ କରୋନା ପଜିଟିଭ
  • ||
  • ଭୁବନେଶ୍ୱର : ବଦଳିଲା ପାଗ, ଆସନ୍ତାକାଲିଠୁ ପୁଣି ବର୍ଷିବ
  • ||

ସ୍ୱାମୀଙ୍କ ଲାପଟପରେ ରହିଥିଲା ପତ୍ନୀଙ୍କ ଅନେକ ଅଶ୍ଳୀଳ ଭିଡିଓ, ଛାଡପତ୍ର ପରେ ଗୋଟିଏ ପରେ ଗୋଟିଏ ଭିଡିଓକୁ କରୁଥିଲେ ଭାଇରାଲ…

ନୂଆଦିଲ୍ଲୀ: ସ୍ବାମୀ-ସ୍ତ୍ରୀଙ୍କ ପବିତ୍ର ସମ୍ପର୍କରେ ଲାଗିଲା କଳଙ୍କର ଟିକା ।  ଚାରିମାସ ପୂର୍ବେ, ସାତ ଜନ୍ମର ବନ୍ଧନରେ ବନ୍ଧା ହୋଇଥିବା ସମ୍ପର୍କ ଏପରି ଲଜ୍ଜାଜନକ ହେବ ପୀଡିତା ଝିଅଟି ସ୍ୱପ୍ନରେ ମଧ୍ୟ କଳ୍ପନା କରିନଥିଲା । ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ଝିଅଟିର ପ୍ରଥମେ ଛାଡପତ୍ର ହେଲା, ଆଉ ତା’ପରେ ସ୍ୱାମୀ ତାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କଲେ  । ଯେତେବେଳେ ପୋଲିସ ଏହି ଅଭିଯୋଗର ଯାଞ୍ଚ କଲା, ସେତେବେଳେ ଆଶ୍ଚର୍ଯ୍ୟଜନକ ବାସ୍ତବତା ଗୁଡିକ ସାମ୍ନାକୁ ଆସିଲା । ସ୍ୱାମୀଙ୍କ ଲାପଟପରେ ପତ୍ନୀଙ୍କ ଅନେକ ଅଶ୍ଳୀଳ ଭିଡିଓ ପୋଲିସ ପାଇଛି । ସମସ୍ତ ଭିଡିଓ ଏବଂ ଫଟୋ ଡିଲିଟ କରିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି ।

ଉଧମ ସିଂ ନଗରର ଭିଅଟି ଚାରିମାସ ପୂର୍ବରୁ ବ୍ରହ୍ମପୁରୀର ଜଣେ ଯୁବକଙ୍କୁ ବିବାହ କରିଥିଲେ । ବିବାହର କିଛି ଦିନ ପରେ, ଛୋଟ ଛୋଟ କଥାକୁ ନେଇ ଦମ୍ପତିଙ୍କ ମଧ୍ୟରେ ମତଭେଦ ହୋଇଥିଲା । ସ୍ବାମୀ ଏବଂ ସ୍ତ୍ରୀଙ୍କ ଭିତରେ ଘଟୁଥିବା ଏଭଳି ମତଭେଦକୁ ଅନେକ ଥର ନିକଟସ୍ଥ ପଞ୍ଚାୟତ ସମାଧାନ କରିଥିଲା । କିନ୍ତୁ କୌଣସି ସମାଧାନ ହୋଇପାରିଲା ନାହିଁ । ଦୁଇ ମାସ ପରେ ଛାଡପତ୍ର ହୋଇଥିଲା । ଅଭିଯୋଗ ହୋଇଛି ଯେ ଏହାର ଦୁଇ ଦିନ ପରେ ସ୍ୱାମୀ ବିବାହିତ ମହିଳାଙ୍କ ଭାଇଙ୍କ ମୋବାଇଲରେ ପତ୍ନୀଙ୍କ ଅଶ୍ଲୀଳ ଫଟୋ ଏବଂ ଭିଡିଓ ପଠାଇଥିଲେ ।

ଏହାକୁ ବିରୋଧ କରାଯିବା ପରେ ଅଭିଯୁକ୍ତ କ୍ଷମା ମାଗିଥିଲେ । ଅଭିଯୋଗ ହୋଇଛି ଯେ ଦୁଇ ଦିନ ପୂର୍ବେ ଅଭିଯୁକ୍ତ ବିବାହିତା ମହିଳାଙ୍କ ସମ୍ପର୍କୀୟଙ୍କ ମୋବାଇଲରେ ଅଶ୍ଳୀଳ ଫଟୋ-ଭିଡିଓ ପଠାଇଥିଲା । ଏହା ଉପରେ ପୀଡିତା ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୁକ୍ତଙ୍କ ବିରୋଧରେ ଅଭିଯୋଗ କରିଥିଲେ । ପୋଲିସ ସ୍ୱାମୀଙ୍କୁ ଗିରଫ କରିଥିଲା । ଯେତେବେଳେ ସ୍ୱାମୀଙ୍କ ମୋବାଇଲ୍ ଏବଂ ଲାପଟପ୍ ଯାଞ୍ଚ ହେଲା, ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଏଥିରେ ବିବାହିତ ମହିଳାଙ୍କ ଫଟୋ ଏବଂ ଭିଡିଓର ଅନେକ ଫୋଲ୍ଡର ଥିଲା । ପୋଲିସ ତୁରନ୍ତ ସମସ୍ତ ଫଟୋ ଏବଂ ଭିଡିଓ ଡିଲିଟ୍ କରିଛି ।

ସମ୍ବନ୍ଧିତ ଖବର