ପ୍ରମୁଖ ଖବର
  • ସମ୍ବଲପୁରରେ ନିର୍ମାଣଧିନ ପୋଲ ଉପରୁ ଖସିପଡିଲା ବୋଲେରୋ, ୨ ମୃତ, ୮ରୁ ଅଧିକ ଆହତ
  • ||
  • ଭୋଟ ଗଣତି କାଉଣ୍ଟଡାଉନ୍‌,ମଙ୍ଗଳବାର ବାହାରିବ ଫଳ, ରାଜ୍ୟର ୧୬୮ କେନ୍ଦ୍ରରେ ହେବ ଗଣତି
  • ||
  • ଏମ୍ପି ରାଜଗଡ଼ରେ ଭୟଙ୍କର ଦୁର୍ଘଟଣା, ଟ୍ରାକ୍ଟର ଓଲଟି ୧୩ ମୃତ, ବିବାହ ଉତ୍ସବକୁ ଯାଉଥିଲେ
  • ||
  • ରଥଖଳା ହାଲ୍‌ଚାଲ୍‌...୩୨ ଚକ ଶେଷ, ଯୋକା ଆରମ୍ଭ, ଆଜି ମୁହାଁଟ ବିନ୍ଧ ଅନୁକୂଳ
  • ||
  • ଗାଡି ଚାଳକଙ୍କ ପକେଟକୁ ମହଙ୍ଗା ମାଡ଼, ସୋମବାରଠୁ ଦେଶବ୍ୟାପୀ ଟୋଲ୍‌ ଦେୟ ୩ରୁ୫% ବୃଦ୍ଧି
  • ||
  • ଆହୁରି ଦୁଇ ଦିନ ପ୍ରଚଣ୍ଡ ତାତି, ପଶ୍ଚିମ ଓଡ଼ିଶାରେ ଭୀଷଣ ଗ୍ରୀଷ୍ମପ୍ରବାହ: ଜୁନ୍‌ ୧୫ ଆଗରୁ ମୌସୁମୀ ବର୍ଷା ହେବନି
  • ||

ତୃତୀୟ ବୃହତ ଅର୍ଥନୀତି ଲକ୍ଷ୍ୟରେ ଆସିପାରେ ବାଧା, ତାତି ଯୋଗୁ ଧୋଇଯିବ ଜିଡିପିର ୪.୫%

ନୂଆଦିଲ୍ଲୀ,୨୦/୦୫: ଭାରତ ଏବେ ବିଶ୍ୱର ୫ମ ବୃହତ ଅର୍ଥ ବ୍ୟବସ୍ଥା । ୨୦୨୭ ସୁଦ୍ଧା ଦେଶ ଶୀର୍ଷ ୩ ଅର୍ଥନୀତି ହେବାର ସାମର୍ଥ୍ୟ ରଖୁଛି ବୋଲି ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି (ଆଇଏମ୍‌ଏଫ୍‌)  କହିଛି । ମାତ୍ର ଭାରତର ଦ୍ରୁତ ଅଭିବୃଦ୍ଧି ପାଇଁ ଗରମ ଚିନ୍ତାଜନକ ହୋଇପାରେ । ଉତ୍ତାପ ବୃଦ୍ଧିର ପ୍ରଭାବ ଦେଶର ଅଭିବୃଦ୍ଧି ଉପରେ ପଡୁଛି । ୨୦୩୦ ସୁଦ୍ଧା ଏଭଳି  କାରଣ ଯୋଗୁ ଜିଡିପି ୨.୫%ରୁ ୪.୫%  କ୍ଷତି ହୋଇ ପାରେ ବୋଲି ମ୍ୟାକେଞ୍ଜିଂର ଏକ ରିପୋର୍ଟରେ ଆଶଙ୍କା କରାଯାଇଛି ।  

ଉତ୍ତାପ ବୃଦ୍ଧି ଯୋଗୁ କୃଷି, ଖନନ,  ନିର୍ମାଣ,ପରିବହନ ଭଳି କ୍ଷେତ୍ର ଗୁଡିକ  ବିଶେଷ ଭାବେ କ୍ଷତି ସହିବେ ବୋଲି କୁହାଯାଇଛି । ଏଭଳି ସମସ୍ୟା ଯୋଗୁ  ଜିଡିପିର ୨୫୦ବିଲିୟନ ଡଲାର  ଯାଏ କ୍ଷତିଗ୍ରସ୍ତ ହୋଇପାରେ । ଆର୍ଥିକ ଦୃଷ୍ଟିକୋଣରୁ ଏହା ଭାରତ ପାଇଁ ଭଲ ଖବର ନୁହେଁ । ଭୀଷଣ ଗରମ ଯୋଗୁ ଦେଶର ଶ୍ରମ ଶକ୍ତି ଉପରେ ବଡ ପ୍ରଭାବ  ଦେଖାଯିବ ବୋଲି ବଜାର ବିଶେଷଜ୍ଞ  କହିଛନ୍ତି ।  

ଏକ ରିପୋର୍ଟ ମୁତାବକ, ଦେଶର ମାତ୍ର ୧୦% ଲୋକଙ୍କ ଘରେ ଏସି ରହିଛି । ଜଳବାୟୁ ପରିବର୍ତ୍ତନ ଯୋଗୁ ଦକ୍ଷିଣ ଏସିଆରେ ୩୦ ଦିନର ଗ୍ରୀଷ୍ଣ  ୪୫ ଗୁଣା ଗରମ ବୃଦ୍ଧି କରିଛି । ଏହାର  ପ୍ରଭାବ ଫସଲ ଉପରେ ମଧ୍ୟ ପଡିଛି ।  ବିଭିନ୍ନ ଶସ୍ୟ ଉତ୍ପାଦନ କ୍ଷତିଗ୍ରସ୍ତ ହେଉଛି । କେବଳ ଘରୋଇ ବଜାର ନୁହେଁ ଉତ୍ତାପ  ବୃଦ୍ଧି ସାରା ବିଶ୍ୱର ଅର୍ଥନୀତି ଗୁଡିକ ଲାଗି  ଚିନ୍ତାର କାରଣ ପାଲଟିଲାଣି । 

ତେବେ ବିଭିନ୍ନ କାରଣ ଯୋଗୁ  ଭାରତ ବଜାର ଉପରେ ଏହାର ପ୍ରଭାବ  ମଧ୍ୟ ଚିନ୍ତା ବଢ଼ାଇଛି । ମ୍ୟାକେଞ୍ଜିଂ ଗ୍ଲୋବାଲ ଇନଷ୍ଟିଚ୍ୟୁଟର ପାର୍ଟନର ମେକଲା କୃଷ୍ଣନ  କହିଛନ୍ତି, ଘରୋଇ ବଜାର ଏହି ଦିଗ  ପ୍ରତି ଏତେଟା ଯତ୍ନବାନ ନୁହେଁ । ଏଥି ଯୋଗୁ ଲୋକଙ୍କ ଜୀବନ ଏବଂ ଅର୍ଥନୀତି  ଉଭୟ କ୍ଷତିଗ୍ରସ୍ତ ହେଉଛି । ଏହି ଦିଗ  ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି ।  ଅତ୍ୟଧିକ ଗରମ ମାନବ ଜୀବନ ଏବଂ ଅର୍ଥନୀତି ଉପରେ କିଭଳି କ୍ଷତିପହଞ୍ଚାଉଛି  ସେ ସମ୍ପର୍କିତ ୨୦୨୦ରେ ଆସିଥିବା ଏକ  ପୁସ୍ତକର ସହ ରଚୟିତା ହେଉଛନ୍ତି  କୃଷ୍ଣନ । 

ଗରମ ଲଗାତର ବଢ଼ୁଥିବାରୁ ଲୋକଙ୍କୁ କାମ କରିବାରେ ସମସ୍ୟା ହେବ । ଫଳରେ ନିର୍ମାଣ ସମ୍ପର୍କିତ କାର୍ଯ୍ୟକୁ ସକାଳ କିମ୍ବା ସଂଧ୍ୟାରେ କରିବାକୁ ପଡିବ । ଲୋକଙ୍କ ମଧ୍ୟରେ ହିଟ୍‌ ଷ୍ଟ୍ରୋକ ମାମଲା  ବଢ଼ିବ । ଏହାବାଦ କୃଷି କ୍ଷେତ୍ରରେ ଫସଲ  ନଷ୍ଟ ମଧ୍ୟ ହେବ । ଭାରତୀୟ ଅର୍ଥବ୍ୟବସ୍ଥା ବିଶେଷ କରି ଶ୍ରମ କୈନ୍ଦ୍ରିକ । ବିଭିନ୍ନ କାର୍ଯ୍ୟ ଘର ବାହାରେ ହୋଇଥାଏ । ଗରମ ବଢ଼ିବା ଯୋଗୁ ଘରୋଇ ବଜାର ପାଇଁ ଏହା ବଡ ଆହ୍ୱାନ ପାଲଟିବ ବୋଲି କହିଛନ୍ତି ବଜାର ବିଶେଷଜ୍ଞ । 

ଏବେ ଦେଶର୧୦% ଘରେ ଏସି  ରହିଛି ।୨୦୩୭ ବେଳକୁ ଏହା ୪୦%  ଯାଏ ବଢ଼ିପାରେ । ଏଭଳି ଗ୍ରୀଷ୍ଣ ପ୍ରବାହ ସମୟରେ ଲୋକଙ୍କ ପାଇଁ ଶୀତଳ ଗୃହ  ସ୍ଥାପନ କରିବାକୁ ପଡିପାରେ । ଗରମରୁ  ମୁକ୍ତି ପାଇଁ ଦେଶକୁ କିଛି ସ୍ୱତନ୍ତ୍ର କାର୍ଯ୍ୟ  କରିବାକୁ ହେବ ।  

ଗାନ୍ଧୀ ନଗର ସ୍ଥିତ ଭାରତୀୟ ଜନ  ସ୍ୱାସ୍ଥ୍ୟ ସଂସ୍ଥାନର ପ୍ରଫେସର ଡ.ଦିଲ୍ଲୀପ  ମାମ୍ବଲକର କହିଛନ୍ତି, ହିଟ୍‌ ଷ୍ଟ୍ରୋକ ୨  ପ୍ରକାର ହୋଇଥାଏ । ଦୀର୍ଘ ସମୟ ଯାଏ  ଖରାରେ ରହିବା କିମ୍ବା କାମ କରିବା ଓ  ଦ୍ୱିତୀୟ ବର୍ଗ ହେଉଛି ବୟୋଜ୍ୟେଷ୍ଠଙ୍କ  ସମସ୍ୟା ।  

ବୟୋଜ୍ୟେଷ୍ଠଙ୍କ କ୍ଷେତ୍ରରେ ୮୦% ରୁ ୯୦% ସମସ୍ୟା ରହୁଛି । ଗରମ ଆତ୍ମଘାତୀ ହୋଇପାରେ । ଭାରତରେ ଗରମ ଏକ ସାଧାରଣ କଥା ବୋଲି  ଲୋକମାନେ ବିଚାର କରନ୍ତି । ଗରମ ଜନୀତ ଷ୍ଟ୍ରୋକ ଯୋଗୁ ଜୀବନ ଚାଲି ଯାଉଥିବା କଥାକୁ ଏଡାଇ ହେବନି । ଦେଶର କେରଳ ସମେତ ଅନ୍ୟ ରାଜ୍ୟ ଗରମ ଯୋଗୁ ଫସଲ ନଷ୍ଟ ଭଳି ସମସ୍ୟା  ସାମ୍ନା କରୁଛନ୍ତି ।  

୪୬ ହଜାର ହେକ୍ଟର ଜମି ଏହା ଦ୍ୱାରା କ୍ଷତିଗ୍ରସ୍ତ ହୋଇଛି ବୋଲି କେରଳ ରାଜ୍ୟ ସରକାର କହିଛନ୍ତି । ଗରମ ଯୋଗୁ ପନିପରିବା ସହ ଅନ୍ୟ କିଛି ବର୍ଗର ଶସ୍ୟ  ନଷ୍ଟ ହେଉଛି । ଦୁଗ୍ଧ ଉତ୍ପାଦନ କ୍ଷେତ୍ର ମଧ୍ୟ ଏହା ଦ୍ୱାରା କ୍ଷତିଗ୍ରସ୍ତ ହେଉଛି ବୋଲି  ବିଶେଷଜ୍ଞ କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.