PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସମ୍ବଲପୁର: ଆଜିଠୁ ଖୋଲିଲା ମା’ ସମଲେଶ୍ବରୀଙ୍କ ମନ୍ଦିର, କଟକଣା ମଧ୍ୟରେ ଦର୍ଶନ କଲେ ଶ୍ରଦ୍ଧାଳୁ
  • ||
  • ଭୁବନେଶ୍ୱର : ଅଗଷ୍ଟରେ ବି ନିଅଣ୍ଟିଆ ବର୍ଷା, ପୁଣି ଘନେଇଲା ମରୁଡ଼ି ଆଶଙ୍କା, ୧୫ ଦିନରେ ଉପକୂଳ ଜିଲ୍ଲାରେ ଉଭେଇ ଯିବ ବର୍ଷା
  • ||
  • ପଟ୍ଟାଙ୍ଗି : ବାଇକ୍‌ର କିସ୍ତି ଟଙ୍କା ବାନ୍ଧି ଘରକୁ ଫେରୁଥିଲେ ଧକ୍କା ଦେଲା ୧୦ ଚକିଆ ଟ୍ରକ୍, ଆଖି ବୁଜିଲେ ମାମୁଁ-ଭଣଜା
  • ||
  • ରାଉରକେଲା : ରାଉରକେଲା ପ୍ଲାଣ୍ଟସାଇଡ୍ ଥାନା ଗୋପବନ୍ଧୁ ପଲ୍ଲୀ ଅଞ୍ଚଳରେ ୧୩ ବର୍ଷର ଝିଅକୁ ବିକ୍ରି କରୁଥିଲା ଜନ୍ମକଲା ମାଆ, ବାପାଙ୍କ ଅଭିଯୋଗ ପରେ ଉଦ୍ଧାର ହେଲା ନାବାଳିକା
  • ||
  • ପଦ୍ମପୁର : ଗାଇସିଲେଟ ବ୍ଲକ ଅଧୀନ ଚାରିଛକଠାରୁ ମଲମଣ୍ଡା ବୌଦ୍ଧବିହାର ଗନିଆଁପାଲି ରାସ୍ତା ମରାମତି ପାଇଁ ଶୁଣିଲାନି ପ୍ରଶାସନ, ଧାନ ରୋଇ ପ୍ରତିବାଦ କଲେ ଗ୍ରାମବାସୀ
  • ||
  • କୋରାପୁଟ : ଆଜିଠୁ ଖୋଲିବ ଶାବର ଶ୍ରୀକ୍ଷେତ୍ର, ବାହାର ଭୋଗ ମନା, କଟକଣାରେ ଦର୍ଶନ କରିବେ ଭକ୍ତ
  • ||
  • ଭୁବନେଶ୍ୱର : ଓଡ଼ିଶାରେ ସାମାନ୍ୟ ବଢ଼ିଲା କରୋନା ଗ୍ରାଫ୍, ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହେଲେ ଆଉ ୧୧୨୯ ଜଣ କୋଭିଡ ପଜିଟିଭ୍
  • ||
  • ବ୍ରହ୍ମପୁର : ଦୀର୍ଘ ଦିନ ପରେ ଖୋଲିଲା ବ୍ରହ୍ମପୁରର ସବୁ ମନ୍ଦିର, ଦିଅଁଙ୍କ ନିକଟରେ ଭୋଗ କରିପାରିବେନି ଭକ୍ତ
  • ||
  • ଭୁବନେଶ୍ଵର : ରାଜ୍ୟରେ ଆଉ ୬୯ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୬୧୦୨କୁ ବୃଦ୍ଧି
  • ||

ସତ୍ୟନଗର ମଶାଣିର ଭିତ୍ତିଭୂମି ବଢ଼ିବ, ତିଆରି ଚାଲିଛି ଆଉ ୬ କାଠ ଚୁଲା

ଭୁବନେଶ୍ୱର,୧ ୨।୮: ସତ୍ୟନଗର ମଶାଣି ଏବେ ଚାପରେ । କରୋନା ରୋଗୀ ଓ ସନ୍ଦିଗ୍ଧଙ୍କ ଶବସତ୍କାରରେ ମଶାଣି କର୍ତ୍ତୃପକ୍ଷ ନୟାନ୍ତ ହେଲେଣି । ସେପଟେ ମଶାଣିର ଏକମାତ୍ର ବିଦ୍ୟୁତ ଚୁଲାରେ ମାତ୍ରାଧିକ ଚାପ ପଡୁଛି । ଶେଷରେ ଶ୍ମଶାନର ଭିତ୍ତିଭୂମି ବଢ଼ାଇବାକୁ ଅଣ୍ଟା ଭିଡି଼ଛି ବିଏମ୍‌ସି । ମଶାଣିରେ ଆଉ ଏକ ବିଦ୍ୟୁତ ଚୁଲା ସହ ଗ୍ୟାସ୍‌ ଚୁଲା ବ୍ୟବସ୍ଥା ପାଇଁ ଯୋଜନା କରିଛି ।

ସୂଚନା ମୁତାବକ, ପ୍ରଥମତଃ କରୋନାଜନିତ ମୃତକଙ୍କ ସଂଖ୍ୟା ବଢ଼ୁଛି । ଅନ୍ୟପଟେ ଅନ୍ୟ ଜିଲ୍ଲାର ମୃତକଙ୍କ ପାଇଁ ସ୍ୱର୍ଗଦ୍ୱାର ବନ୍ଦ ଯୋଗୁଁ ଶବଦାହ ସଂଖ୍ୟା ଆଶାତୀତ ଭାବେ ବୃଦ୍ଧି ଘଟିଛି । ଏହି ଦୃଷ୍ଟିରୁ ଏକ ଗ୍ୟାସ ଚୁଲା ସହ ନୂଆ ଚିମିନି ପାଇଁ ବ୍ୟବସ୍ଥା ଚାଲିଛି । ଏହାଛଡ଼ା ଶ୍ମଶାନରେ ଅନ୍ୟ ଏକ ବିଦ୍ୟୁତ ଚୁଲା ସଂଯୋଗ ପାଇଁ ପ୍ରସ୍ତାବ ରହିଛି । ବର୍ତ୍ତମାନସ୍ଥିତିରେ ଆଉ ୬ଟି କାଠ ଚୁଲା ନିର୍ମାଣ ନେଇ କାମ ଆରମ୍ଭ ହୋଇଛି ।

ମଶାଣିରେ ବଢ଼ୁଥିବା ଶବଦାହର ପ୍ରଭାବ କର୍ମଚାରୀଙ୍କ ଉପରେ ପଡୁଛି । ଗୋଟିଏ ଶବଦାହ ପାଇଁ ୨-୩ ଘଣ୍ଟା ସମୟ ଲାଗୁଛି । ମୃତକଙ୍କ ସମ୍ପର୍କୀୟଙ୍କୁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବାକୁ ପଡୁଛି । ଏହାର ବିକଳ୍ପରେ ବିଏମ୍‌ସି ଅନ୍ୟ ଏକ ଯୋଜନା ରଖିଛି । ଭରତପୁର, ସୁନ୍ଦରପଦାରେ କୋଭିଡ୍‌ ଶବଦାହ ପାଇଁ ଚିନ୍ତା କରୁଛି । ଏହିସବୁ ଶ୍ମଶାନକୁ ବିଏମ୍‌ସି ଦ୍ୱାରା ଉନ୍ନତିକରଣ କରାଯାଇଛି । ଏଠାରେ କୋଭିଡ୍‌ ରୋଗୀଙ୍କ ଶବସତ୍କାର ପାଇଁ ବିଶେଷ ଅସୁବିଧା ହେବ ନାହିଁ । ତେବେ ପ୍ରଥମେ ଭରତପୁରସ୍ଥିତ ଶ୍ମଶାନରେ ଖୁବ୍‌ ଶୀଘ୍ର ଶବଦାହ ପାଇଁ ନିଷ୍ପତ୍ତି ନିଆଯାଇପାରେ ।

ମଶାଣିରେ ବର୍ତ୍ତମାନ କେବଳ ଗୋଟିଏ ବିଦ୍ୟୁତ ଚୁଲା ରହିଛି । ଯାହାକି, ୧୯୮୩ ମସିହାରୁ ଏଯାଏଁ ଚାଲୁଛି । ପ୍ରତିବର୍ଷ ଏକାଧିକ ଥର ଏହାର ଯାନ୍ତ୍ରିକ ତ୍ରୁଟି ଦେଖାଯାଏ । କରୋନା ଆରମ୍ଭରୁ ଏହି ଚୁଲା ୩ ଥର ଖରାପ ହେଲାଣି । ଏହାଛଡ଼ା ମଶାଣିରେ ମାତ୍ର ୩ଟି କାଠଚୁଲା ଥିବାରୁ ଶବଦାହର ଚାପ ବଢ଼ୁଛି । ଲକ୍‌ଡାଉନ୍‌ ଆରମ୍ଭରୁ ପ୍ରାୟ ୫୭୯ ଜଣଙ୍କ ଶବ ସତ୍କାର ହୋଇ ସାରିଲାଣି । ଏଥିରେ କେବଳ ୨୫୦ରୁ ଅଧିକ କୋଭିଡ୍‌ ମୃତକ ଅଛନ୍ତି । ସ୍ୱର୍ଗଦ୍ୱାରରେ କଟକଣା ଲାଗିବାର ମାସେ ମଧ୍ୟରେ ଏଠାରେ ପ୍ରାୟ ୪୦୦ରୁ ଅଧିକ ଶବ ସତ୍କାର ହୋଇଛି

ସମ୍ବନ୍ଧିତ ଖବର